ବଲିଉଡ ଅଭିନେତା ହ୍ୟାଣ୍ଡସମ ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି କାରଣରୁ, ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହ ଖବରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ନୂଆ ବର୍ଷର ଫେବୃଆରୀ ମାସରେ ସିଦ୍ଧାର୍ଥ-କିଆରା ମଧ୍ୟ ରାଜସ୍ଥାନର ଜୈସଲମେରର ହୋଟେଲ ସୂର୍ଯ୍ୟଗଡରେ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହକୁ ନେଇ ଧିରେ ଧିରେ ରାଜସ୍ଥାନ ବଲିଉଡ ତାରକାମାନଙ୍କ ପ୍ରିୟ ସ୍ଥାନ ପାଲଟିଲାଣି। ସଙ୍ଗୀତ, ମେହେନ୍ଦୀ ଏବଂ ହଳଦୀ ସହ ସମସ୍ତ ବିବାହ ରୀତିନୀତି ଫେବୃଆରୀ ୪ ଏବଂ ୫ରେ କରାଯିବ। ଯେଉଁଥିରେ ଉଭୟ ପରିବାରର ସମସ୍ତ ସଦସ୍ୟ ଏଥିରେ ସାମିଲ ହେବେ। ସିଦ୍ଧାର୍ଥ-କିଆର ରାଜକୀୟ ଶୈଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ। ୱେବ୍ ସିରିଜ୍ 'ଲଭ ଷ୍ଟୋରି'ର ପାର୍ଟି ସମୟରେ ସିଦ୍ଧାର୍ଥ ମଲହୋତ୍ରା ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଭେଟିଥିଲେ। ଏହା ପରେ ଦୁହେଁ ଭଲ ବନ୍ଧୁ ସାଜିଥିଲେ। ଫିଲ୍ମ ‘ଶେର୍ ଶାହ’ ସମୟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ନାମ ଏକତ୍ର ଲିଙ୍କ୍ ହେବା ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ସେମାନଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିବାକୁ ଲାଗିଲା। ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ଫିଲ୍ମରୁ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଏହି ସମୟରେ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ 'ଫୁଗଲି' ସହିତ ବଲିଉଡରେ ଡେବ୍ୟୁ କରିଥିଲେ।