ଅନେକ ପ୍ରସିଦ୍ଧ ଅଭିନେତ୍ରୀ ନିଜ ଶରୀର ଯୋଗୁଁ ଲଜ୍ଜାର ଶିକାର ହୋଇଛନ୍ତି । ଅତି ମୋଟା କିମ୍ବା ପତଳା ହେବା ବ୍ୟତୀତ, ସେମାନେ ନିଜ ଶରୀର ଆକୃତି ପାଇଁ ଟ୍ରୋଲ୍ ହୋଇଛନ୍ତି । ଅନେକ ଅଭିନେତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଇ ନିଜକୁ ପରିବର୍ତ୍ତନ କରିବାକୁ ଲାଗିପଡ଼ିଥିବା ବେଳେ ଅନ୍ୟମାନେ ଆଗକୁ ଆସି ନିଜ ମନ କଥା କହିବାର ସାହସ ଦେଖାଇଛନ୍ତି । ଶରୀରର ଆକାର କାରଣରୁ ସୋସିଆଲ୍ ମିଡି଼ଆରେ ଟ୍ରୋଲ୍ ହେବାକୁ ପଡୁଥିବା କିଛି ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ବିଦ୍ୟା ବାଲାନ, ଇଲିଆନା ଡି’କ୍ରୁଜ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । (ଫଟୋରେ ଭୂମି ପେଦନେକର୍)
ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ (Vidya Balan) ନିଜ ଶରୀର ଓ ମେଦ ବହୁଳତା ଯୋଗୁଁ ଅନେକ ଥର ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କୁ ଅନେକ ଥର ଟ୍ରୋଲ କରାଯାଇଥିଲା । ସେ ଶେଷରେ ନିଜ ଶରୀରକୁ ସେପରି ଭାବେ ଗ୍ରହଣ କରିଛନ୍ତି ଯେମିତି ତାହା ଅଛି । ଅନେକ ଥର ଲୋକେ ତାଙ୍କୁ ବିଶେଷ ପ୍ରକାରର ପୋଷାକ ପିନ୍ଧିବାକୁ ଓ ଏକ ବିଶେଷ ଶୈଳୀରେ ଫଟୋଉଠାଇବାକୁ କହିଥିଲେ । ଅଭିନେତ୍ରୀ କହିଥିଲେ, ‘‘ମୁଁ କ’ଣ ପିନ୍ଧିବା ଉଚିତ୍, ମୁଁ କିପରି ଦେଖାଯିବା ଉଚିତ ସେ ବିଷୟରେ ସମସ୍ତେ ନିଜ ମତ ଦେଉଥିଲେ। ଏହା ସବୁ ଯନ୍ତ୍ରଣାଦାୟକ ଥିଲା । ମୁଁ ପୂର୍ବରୁ ବିରକ୍ତ ହୋଇଯାଉଥିଲି । କିନ୍ତୁ ଯେତେବେଳେ ମୁଁ ନିଜେ ବ୍ୟଥିତ ହେବା ବନ୍ଦ କଲି, ଲୋକେ ବି କହିବା ବନ୍ଦ କରିଦେଲେ ।’’ (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / ବାଲାନବିଦ୍ୟା)
ବଲିଉଡ ତାରକା ଇଲିଆନା ଡି’କ୍ରୁଜ ଥରେ କହିଥିଲେ ଯେ ସେ ବଡି ଡିସମୋର୍ଫିକ୍ ଡିସଅର୍ଡ଼ରରେ ପୀଡିତ ଥିଲେ । ସେଇଥି ପାଇଁ ସେ ଡିପ୍ରେସନର ଶିକାର ହୋଇଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ୧୨ ବର୍ଷ ବୟସରୁ ବଡି ଶେମିଙ୍ଗର ସମ୍ମୁଖୀନ ହୋଇଆସିଛି । ମୋ’ ବିଷୟରେ ଅଦ୍ଭୁତ ମନ୍ତବ୍ୟ ଦିଆଯାଇଛି । ଲୋକେ ଆପଣଙ୍କ ଶରୀର ବିଷୟରେ ମନ୍ତବ୍ୟ ଦିଅନ୍ତି । ଆପଣ ଭାବନ୍ତି ସବୁ କିଛି ଠିକ୍ ଅଛି । ହେଲେ ତା’ପରେ ଅନ୍ୟ ଲୋକେ ଆପଣଙ୍କ ଉପରେ ମନ୍ତବ୍ୟ ଦିଅନ୍ତି । ତା’ପରେ ଆପଣ ସେମାନଙ୍କ କଥାକୁ ବିଶ୍ୱାସ କରିବା ଆରମ୍ଭ କରନ୍ତି । ହେଲେ ପ୍ରକୃତରେ ଲୋକେ କ’ଣ କହୁଛନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ । ଆପଣ ନିଜ ବିଷୟରେ କେମିତି ଅନୁଭବ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ମୁଁ ନିଜକୁ ପ୍ରତି ଦିନ ଏହା ହିଁ କହୁଛି ।’’ (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / ileana_official)
ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନିଜ ଓଜନ ଓ ଶରୀରକୁ ନେଇ ଟ୍ରୋଲିଂର ସାମ୍ନା କରିବାକୁ ପଡି଼ଥିଲା । ଓଜନ ବଢ଼ିଯାଉଥିବାରୁ ତାଙ୍କୁ ପିଲାଦିନେ ଅନେକ ଗାଳିଗୁଲଜ ମିଳିଥିଲା । କିନ୍ତୁ ସେ ତାର ପ୍ରଭାବ ନିଜ ଉପରେ ପଡ଼ିବାକୁ ଦେଲେ ନାହିଁ । ଏକ ସାକ୍ଷାତକାରରେ ସୋନାକ୍ଷୀ କହିଥିଲେ, ‘‘ମୁଁ ପିଲାଦିନେ ସବୁବେଳେ ଅଧିକ ମୋଟି ଥିଲି। ମୁଁ ସ୍କୁଲରେ ୯୫ କିଲୋଗ୍ରାମ୍ ଥିଲି । ଲୋକେ ମୋତେ ଗାଳି ଦେଉଥିଲେ । ପୁଅମାନେ ମୋ’ ନାମ ନେଉଥିଲେ । କିନ୍ତୁ ମୁଁ କେବେ ସେମାନଙ୍କ ଗାଳିଗୁଲଜକୁ ଗ୍ରହଣ କରି ନ ଥିଲି । ମୁଁ ସେହି କାରଣରୁ ନିଜକୁ ତଳକୁ ଖସିବାକୁ ଦେଲି ନାହିଁ । ମୁଁ ସର୍ବଦା ଜାଣିଛି ଯେ ମୁଁ ମୋ ଓଜନ କିମ୍ବା ଆକାରଠାରୁ ଅଧିକ ।’’ (ଫଟୋ କ୍ରେଡିଟ୍: ଅସଲିସୋନା / ଇନଷ୍ଟାଗ୍ରାମ)
ହୁମା କୁରେଶୀ ଅନେକ ଥର ନିଜ ଶରୀରର ଆକାର ଓ ଓଜନକୁ ନେଇ ବଡି ଶେମିଙ୍ଗର ଶିକାର ହୋଇଛନ୍ତି । ସେ ଏହି କଥାକୁ ଅସ୍ୱୀକାର ବି କରନ୍ତି ନାହିଁ। ସେ ଏକ ସାକ୍ଷାତକାରରେ କହିଥିଲେ, ‘‘ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ କେବଳ ବଦମାସୀ କରନ୍ତି । ସେମାନେ ଆପଣଙ୍କୁ କୁହନ୍ତି ଯେ ଆପଣ ଅତି ମୋଟି, ଅତି ପତଳୀ, ଆପଣଙ୍କ ଦାନ୍ତ ଭଲ ନୁହେଁ, ଆଦି । ଆପଣ ଇଂରାଜୀ ଭଲଭାବେ କହିପାରୁନାହାନ୍ତି, ଆପଣ ବହୁତ ଛୋଟ, ଆଦି କହନ୍ତି । ଆମକୁ ଛୋଟ ଝିଅମାନଙ୍କ ସାମ୍ନାରେ ଭଲ ରୋଲ୍ ମଡେଲ୍ ସେଟ୍ କରିବାକୁ ପଡି଼ବ ।’’ (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / iamhumaq)
ଅତି ପତଳୀ ହୋଇଥିବାରୁ ତାରା ସୁତରିଆଙ୍କୁ ଟ୍ରୋଲ କରାଯାଇଥିଲା । ପିଙ୍କଭିଲ୍ଲାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ତାରା ବଡି ଶେମିଙ୍ଗ୍ ବିଷୟରେ କହିଥିଲେ, ‘‘ଲୋକେ ସବୁବେଳେ କ୍ଷତିକାରକ କଥା କୁହନ୍ତି । ଅନେକ ଲୋକ ମୁଁ 'ଆନୋରେକ୍ସିକ୍' (କମ୍ ଓଜନ ସମସ୍ୟା) ବୋଲି କହିଥିଲେ । ଯେତେବେଳେ ମୁଁ ୨-୩ କିଲୋଗ୍ରାମ ଓଜନ ବଢେଇଲି ଲୋକେ କହିଥିଲେ ଯେ ମୁଁ ମୋଟି ହୋଇଯାଉଛି । ଆରମ୍ଭରେ ମୁଁ ଏ ସବୁ କଥାରେ ବିରକ୍ତ ହେଉଥିଲି । ଏବେ ଆଉ ନୁହେଁ ।’’ (ଫଟୋ କ୍ରେଡିଟ୍: ତାରାସୁଟାରିଆ / ଇନଷ୍ଟାଗ୍ରାମ)