ଡାକ୍ତରମାନେ ତୁଲେଶ୍ୱରଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଲେ । ଡାକ୍ତରଖାନା ଘରୁ କିଛି ଦୂରରେ ଥିଲା । ନିହାରିକା ଶ୍ୱଶୁରଙ୍କୁ ସେଠାକୁ ନେବାକୁ କୌଣସି ଗାଡ଼ିଘୋଡ଼ା ପାଇଲେ ନାହିଁ । ତେଣୁ ସେ ନିଜେ ହିଁ ଏହି ଦାୟିତ୍ୱ ଉଠାଇଲେ । ନିଜ ଶ୍ୱଶୁରଙ୍କୁ କାନ୍ଧରେ ବୋହି ସେ ଡାକ୍ତରଖାନାକୁ ଆଣିଲେ । କିନ୍ତୁ ଏହା କରିବା ଦ୍ୱାରା ନିହାରିକା ବି କୋଭିଡ ସଂକ୍ରମିତ ହୋଇଗଲେ।