ହୋମ୍ » ଫଟୋ ଗ୍ୟାଲେରୀ » କରୋନା ଭାଇରସ
ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ
କରୋନା ମହାମାରୀ ଯୋଗୁଁ ହେଉଥିବା ଜୀବନ ଓ ଜୀବିକାର କ୍ଷତିକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ବେଳେ କେତେକ ଲୋକ କରୋନା ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟ ପ୍ରଚାର କରୁଥିବା ସାମନାକୁ ଆସିଥିଲା ।
1/ 8

ଅଡିଓ ଭାଇରାଲ ଘଟଣାରେ ଲକ୍ଷ୍ମୀକାନ୍ତ ବେହେରା (ଡାହାଣ) ଓ ବିଶ୍ବଜିତ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ୍ । ସେ ଦୁଇ ଜଣଙ୍କ ବିରୋଧରେ ଆଇ.ପି.ସି. ଓ ପାଣ୍ଡେମିକ୍ ଆକ୍ଟର ବଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି ।
2/ 8

କୋଭିଡ୍ ଚିକିତ୍ସା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଏକ ଅଡ଼ିଓ କ୍ଲିପ୍ ଭାଇରାଲ ହୋଇଥିଲା । ତାକୁ ନେଇ ଥାନାରେ ଏତାଲା ଦେଇଥିଲା ଭୁବନେଶ୍ବର ମହାନଗର ନିଗମ (BMC) ।
3/ 8

ଏତାଲା ପରେ ପୋଲିସ ମାମଲାର ଅନୁସନ୍ଧାନ କରିଥିଲା ଓ ଏହି ପ୍ରକରଣରେ ଦୁଇ ଜଣ ବ୍ୟକ୍ତି ମଖ୍ୟ ରୂପରେ ସଂଲିପ୍ତ ଥିବାର ପ୍ରମାଣ ପାଇଥିଲା ।
4/ 8

ଦୁହେଁ ମିଶି ଅଡିଓ ଭାଇରାଲ କରିବା ସହ କରୋନା ଚିକିତ୍ସା ନେଇ ମିଥ୍ୟା ତଥ୍ୟ ପ୍ରଚାର କରିଥିବା କହିଛି ପୋଲିସ । (ଫଟୋରେ ଲକ୍ଷ୍ମୀକାନ୍ତ ବାମ ଓ ବିଶ୍ୱଜିତ ଡାହାଣ)