ଶ୍ରାବଣ ମାସର ସୋମବାର: ଦେବ ଦେବ ମହାଦେବ ଭକ୍ତମାନଙ୍କର ସବୁ ମନୋକାମନା ପୂରଣ କରନ୍ତି
ପ୍ରତି ସୋମବାର ଭଗବାନ ଶିବଙ୍କ (Lord Shiva) ଉପାସନା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । କିନ୍ତୁ ଶ୍ରାବଣ ମାସର ସୋମବାରର ସ୍ୱତନ୍ତ୍ର ମହତ୍ତ୍ୱ ଅଛି । ବିଶ୍ୱାସ ଅଛି ଯେ ଶ୍ରାବଣ ମାସର ସୋମବାର ଦିନ ଉପବାସ କଲେ ଭୋଲେ ବାବା ଭକ୍ତଙ୍କ ପ୍ରତି ବିଶେଷ କୃପା କରନ୍ତି ।

ମହାଦେବ (Mahadeba) ସର୍ବ ପ୍ରଥମେ ଏହି ପୃଥିବୀରେ ଜୀବନର ବିସ୍ତାର କରିବାର ଚେଷ୍ଟା କରିଥିଲେ । ଏହି କାରଣରୁ ତାଙ୍କୁ ଆଦିଦେବ (Adi deba) ବି କୁହାଯାଏ । ଆଦିର ଅର୍ଥ ହେଉଛି ଆରମ୍ଭ । ତାଙ୍କୁ ଭୋଲେନାଥ ବି କୁହାଯାଏ । ଏହାର କାରଣ ହେଉଛି ସେ ଶୀଘ୍ର ନିଜ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।

ଭଗବାନ ଶିବଙ୍କର ପ୍ରଥମ ପତ୍ନୀ ଥିଲେ ସତୀ । ସେ ପରବର୍ତ୍ତୀ ଜନ୍ମରେ ପାର୍ବତୀ (Parbati) ରୂପରେ ପ୍ରକଟ ହୋଇଥିଲେ ଓ ଭଗବାନ ଶିବଙ୍କ ପତ୍ନୀ ହୋଇଥିଲେ । ତାଙ୍କୁ ଉମା, ଉର୍ମି ଓ କାଳୀ କୁହାଯାଏ ।

ଭଗବାନ ଶିବଙ୍କୁ କେବଳ ଦେବତାମାନେ ଦେବ ବୋଲି ମାନନ୍ତି ତାହା ନୁହେଁ । ତାଙ୍କୁ ଅସୁର, ଦାନବ, ରାକ୍ଷସ, ପିଶାଚ, ଗନ୍ଧର୍ଭ ଓ ଯକ୍ଷମାନେ ବି ପୂଜା କରନ୍ତି । ସେ ପ୍ରଭୁ ରାମଙ୍କୁ ବରଦାନ ଦେଇଥିଲେ ଓ ରାବଣକୁ ବି ବରଦାନ ଦେଇଥିଲେ ।

ପ୍ରାୟତଃ ଆମେ ମହାଦେବଙ୍କ ସବୁ ମୂର୍ତ୍ତିରେ ତାଙ୍କ ବେକରେ ସାପ ଗୁଡ଼ାଇହୋଇ ରହିଥିବାର ଦେଖୁ । ଏହି ନାଗ ସାପର ନାମ ହେଉଛି ବାସୁକୀ । ତା’ ବଡ଼ ଭାଇର ନାମ ଶେଷନାଗ । (ଡିସକ୍ଲେମର୍: ଏହି ଆର୍ଟିକ୍ଲରେ ଦିଆଯାଇଥିବା ସୂଚନା ସବୁ ସାଧାରଣ ସୂଚନା ଉପରେ ଆଧାରିତ । ଓଡ଼ିଆ ନ୍ୟୁଜ୍୧୮ ସେଗୁଡ଼ିକର ସତ୍ୟତା ନିଶ୍ଚିତ କରେ ନାହିଁ । ସେଗୁଡିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)