ନୂଆ ଦିଲ୍ଲୀ: ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥିବା କରୋନା ଭାଇରସକୁ (Coronavirus) ସମାପ୍ତ କରିବା ପାଇଁ ବୈଜ୍ଞାନିକ ସ୍ତରରେ ଗବେଷଣା କରାଯାଉଛି । ଏହାର ଔଷଧ ଓ ଟିକା ବିକଶିତ କରାଯାଉଛି । ଏହି ସମୟରେ ଏକ ଗବେଷଣାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ଭୂତାଣୁ ମାରିବା ପାଇଁ ପ୍ଲାଜମା ଜେଟ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଏହା ମାଧ୍ୟମରେ କରୋନା ଭୂତାଣୁ ୩୦ ସେକେଣ୍ଡରେ ମରାଯାଇପାରେ ।