କୋଲକାତା ନାଇଟ୍ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ୍ କମିନ୍ସ (Pat Cummins), ଯିଏ ନିକଟରେ କରୋନାରେ ଆକ୍ରାନ୍ତ ଭାରତୀୟ ଲୋକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି, ସେ ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି । ତାଙ୍କ ପ୍ରେମିକା ବେକି ବୋଷ୍ଟନ୍ (Becky Boston) ସୋସିଆଲ ମିଡିଆରେ ଏକ ଫଟୋ ଶେୟାର୍ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି ।