ରାଜ୍ୟରେ କରୋନା ଟିକାକରଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଘରୋଇ ହସ୍ପିଟାଲଗୁଡ଼ିକୁ ଆଉ ଟିକା ଯୋଗାଇବେ ନାହିଁ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏହି ଘୋଷଣା ଗୁରୁବାର ଦିନ (ଜୁନ୍ ୨୪) କରାଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲଗୁଡ଼ିକୁ ସରକାର ଯୋଗାଉଥିବା ଟିକା ବ୍ୟବସ୍ଥାକୁ ବନ୍ଦ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖି ଜଣାଇଛି । ଘରୋଇ ହସ୍ପିଟାଲଗୁଡ଼ିକୁ କରୋନା ଟିକା ଯୋଗାଣ ବନ୍ଦ କରିବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସବୁ ମହାନଗର ନିଗମର କମିସନରମାନଙ୍କୁ ମଧ୍ୟ ଏ ନେଇ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ କରୋନା ଟିକା ଯୋଗାଉଥିବାରୁ ରାଜ୍ୟ ସରକାରଙ୍କୁ ଆଉ ଟିକା ଦେବାର ଆବଶ୍ୟକତା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି । ଘରୋଇ ହସ୍ପିଟାଲମାନେ ଚାହିଁଲେ ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ ।