ମମତା ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ଆହୁରି ରାଗିଛି । ବରିଷ୍ଠ ବିଜେପି ନେତା ତଥା ଦଳର ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ପ୍ରଧାନ ମନ୍ତ୍ରୀ ପଦର ଗାରିମାକୁ ସ୍ୱୀକାର କରୁନାହିଁ । ତୃଣମୂଳ କଂଗ୍ରେସ ପଶ୍ଚିମ ବଙ୍ଗକୁ ଏକ ଅଲଗା ଆତ୍ମନିର୍ଭରଶୀଳ ଦେଶ ବୋଲି ଭାବି ଆଚରଣ କରୁଛି ବୋଲି ସେ କହିଛନ୍ତି । ‘‘ତୃଣମୂଳ କଂଗ୍ରେସ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ସେମାନେ ଯେଉଁଠି ଅଛନ୍ତି ତାହା ଭାରତର ଏକ ରାଜ୍ୟ,’’ ସେ କହିଛନ୍ତି ।