ସୂଚନାନୁସାରେ କ୍ୟାଟ୍ କୁଇ ଭାଇରସ୍ ଆର୍ଥ୍ରୋପୋଡ୍ ଦ୍ୱାରା ଭୂତାଣୁ ଶ୍ରେଣୀରେ ଆସିଥାଏ । ଘୁଷୁରି ଓ କୁଲେକ୍ସ ମଶାରେ ଏହି ଭୁତାଣୁ ମିଳିଥାଏ । ଚୀନ ଓ ଭିଏତନାମରେ ଏହି ଭୁତାଣୁ ଅଧିକ ଦେଖିବାକୁ ମିଳିଛି । ଆଇସିଏମଆର କହିଛି ଯେ ଏହି ଭୂତାଣୁ ଭାରତରେ ସହଜରେ ବ୍ୟାପିପାରେ । କ୍ୟାଟ୍ କୁଇ ଭାଇରସ୍ ସଂକ୍ରମଣରେ ଉଚ୍ଚ ଜ୍ୱର ଓ ମେନିଞ୍ଜାଇଟିସ୍ ମଧ୍ୟ ହୋଇପାରେ । (ଫଟୋ -ଏପି)