କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ । ଏ ନେଇ ସୁପ୍ରିମ କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି କହିଛନ୍ତି କେନ୍ଦ୍ର ସରକାର । (ପ୍ରତୀକାତ୍ମକ ଛବି) ଏହି ସୁବିଧା ପାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ମୃତ୍ୟୁର କାରଣ କୋଭିଡ୍-୧୯ ହୋଇଥିବା ନିହାତି ଜରୁରୀ । (ପ୍ରତୀକାତ୍ମକ ଛବି) ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଜରିଆରେ ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାର ବର୍ଗଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିବ । (ପ୍ରତୀକାତ୍ମକ ଛବି) କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନ୍.ଡି.ଆର୍.ଏଫ୍. ସୁପ୍ରିମ କୋର୍ଟଙ୍କୁ ଏ ନେଇ ଅବଗତ କରିଛି । ଏହି କ୍ଷତିପୂରଣ ରାଶି ପାଇବାକୁ ହେଲେ ମୃତକଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ ପ୍ରମାଣପତ୍ର ସମେତ ଏ ସମ୍ପର୍କୀତ କାଗଜପତ୍ର ଦେବାକୁ ହେବ । ଏହା ସହ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ପଡ଼ିବ। (ପ୍ରତୀକାତ୍ମକ ଛବି) ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କୋଭିଡ୍-୧୯ ଦର୍ଶାଯାଇଥିବା ନିହାତି ଜରୁରୀ । (ପ୍ରତୀକାତ୍ମକ ଛବି) ଏ ନେଇ କୌଣସି ଅଭିଯୋଗ ଆସିଲେ ସେଥି ପାଇଁ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଏବଂ ମେଡିକାଲ କଲେଜର ଏଚ୍.ଓ.ଡି. ପ୍ରମୁଖ ରହିବେ। (ପ୍ରତୀକାତ୍ମକ ଛବି) ଏହି କମିଟି ଆବଶ୍ୟକୀୟ ଦସ୍ତାବିଜର ଯାଞ୍ଚ କରିବେ। ଯଦି କୌଣସି କାରଣବଶତଃ ଜଣେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବ, ତେବେ କମିଟି ଏହାର କାରଣ ଦର୍ଶାଇବ ବୋଲି କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି । (ପ୍ରତୀକାତ୍ମକ ଛବି)