ସୋସିଆଲ ମିଡି଼ଆରେ ପାଣି ପିଇବା ଉପରେ ହେଉଥିବା ଦାବି ଉପରେ କଳ୍ପନା କହିଛନ୍ତି ଯେ ଏହି ସିଦ୍ଧାନ୍ତରେ ସମସ୍ୟା ହେଉଛି ଏହା ଯେ ଏଥିରେ କେବଳ ପେଟରେ ପହଞ୍ଚିଥିବା ଏହି ଭୂତାଣୁକୁ ମାରିଦିଆଯିବା କଥା କୁହାଯାଉଛି । ସେ କହିଛନ୍ତି ଯେ ଏହି ସମଗ୍ର ବିଷୟରେ ଧ୍ୟାନ ଦେବା କଥା ହେଉଛି ଯେ ଏହି ଭାଇରସ୍ ଏସୋଫ୍ୟାଗସ୍ ମାଧ୍ୟମରେ ଶରୀରରେ ପ୍ରବେଶ କରିସାରିଥିବ । ଯଦି ନାକ ଦେଇ ଏହି ଭାଇରସ୍ ପ୍ରବେଶ କରିପାରି ନାହିଁ, ତାହେଲେ ଏହା ଆଖି ମାଧ୍ୟମରେ ପ୍ରବେଶ କରିଯିବ ।
କରୋନା ଭାଇରସର ଅନେକ ଲକ୍ଷଣ ଏ ପର୍ଯ୍ୟନ୍ତ ରିପୋର୍ଟ କରାଯାଇଛି । ଏହି ଲକ୍ଷଣଗୁଡ଼ିକରେ ଝାଡ଼ା ହେବା (ଡାଇରିଆ) ବି ଅନ୍ତର୍ଭୁକ୍ତ । କେତେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ କରୋନା ସଂକ୍ରମିତ ରୋଗୀଙ୍କ ମଳ ମଧ୍ୟ ଭାଇରସ୍ ସଂକ୍ରମଣର କାରଣ ହୋଇପାରେ । ତଥାପି ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ବା ଅଧ୍ୟୟନରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ଯେ ପ୍ରତି ୧୫ ମିନିଟରେ ଥରେ ପାଣି ପିଇବା ଦ୍ୱାରା କରୋନା ବିପଦକୁ କମ୍ କରାଯାଇପାରେ ।