କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି
ବିଶ୍ୱରେ କରୋନା ଭଇରସ୍ କାରଣରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ କରୋନା ପୁରୁଷମାନଙ୍କ ଦେହରେ ଥିବା ମୁଖ୍ୟ ଯୌନ ହରମୋନ୍ ଟେଷ୍ଟୋଷ୍ଟେରନ୍ (Testosterone) ଉପରେ ଆକ୍ରମଣ କରୁଛି ।

ଏହି ଗବେଷଣାରୁ ଜଣାପଡ଼ିଛି ଯେ କରୋନା କାରଣରୁ ପୁରୁଷମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି ଓ ସଂକ୍ରମିତ ହେବା ପରେ ସେମାନଙ୍କ ଶରୀର ଦୁର୍ବଳ ହୋଇଯାଉଛି । ଅଧିକ ଦୁର୍ବଳତା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟୁଛି ।

<br />ଏହି ତଥ୍ୟ ବିଷୟରେ ତୁର୍କୀର ମର୍ସିନ୍ ୟୁନିଭରସିଟିର ଗବେଷକମାନେ ଓ ମର୍ସିନ୍ ସିଟି ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ ହସପିଟାଲର ଗବେଷକମାନେ 'ଦି ଏଜିଂ' ନାମକ ପୁରୁଷ ପତ୍ରିକାରେ ସୂଚନା ଦେଇଛନ୍ତି । ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ କରୋନାରେ ସଂକ୍ରମିତ ପୁରୁଷ ରୋଗୀଙ୍କ ମଧ୍ୟରେ ସେରମ୍ ଟେଷ୍ଟୋଷ୍ଟେରନର (Testosterone) ସ୍ତର ଦୁର୍ବଳ ହୋଇଯାଏ ।

<br />କମ୍ ହୋଇଯାଇଥିବା ସେରମ୍ ମୋଟ ଟେଷ୍ଟୋଷ୍ଟେରନ୍ (Testosterone) ସ୍ତରକୁ ଏତେ ହ୍ରାସ କରିଦିଏ ଯେ ରୋଗୀଙ୍କ ଶରୀର ଭାଇରସ୍ ସହିତ ଲଢ଼ିବାରେ ଅସମର୍ଥ ହୁଏ ଓ ତାଙ୍କୁ ସିଧାସଳଖ ଏକ ଆଇସିୟୁ ଦରକାର ପଡ଼େ । ଏହି ପରି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ।

ଟେଷ୍ଟୋଷ୍ଟେରନ୍ (Testosterone) ହେଉଛି ପୁରୁଷଙ୍କ ଶରୀରରେ ମିଳୁଥିବା ମୁଖ୍ୟ ଯୌନ ହରମୋନ୍ (sex hormone) । ଏହା ପୁରୁଷମାନଙ୍କ ମଧ୍ୟରେ ସେକ୍ସ ଡ୍ରାଇଭ୍ ବୃଦ୍ଧି କରାଏ । ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତର କମିଗଲେ ଅତ୍ୟଧିକ ଥକ୍କା, କେଶ ଝଡ଼ିବା, ସେକ୍ସ ଇଚ୍ଛା କମିଯିବା, ମୁଡ୍ ସୁଇଙ୍ଗ୍ ହେବା ଓ ମାଂସପେଶୀ ହ୍ରାସ ହେବା ଭଳି ସମସ୍ୟା ଜାତ ହୁଏ ।

ଏହି ଅଧ୍ୟୟନରେ କୁହାଯାଇଛି ଯେ ୪୦ ବର୍ଷ ବୟସ ପରେ ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ପ୍ରତି ବର୍ଷ 0.୮ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ କମିଥାଏ । ଏଭଳି ସ୍ଥିତିରେ କରୋନା ପଜିଟିଭ୍ ହୋଇଥିବା ବୃଦ୍ଧ ପୁରୁଷ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସେମାନଙ୍କର ଆରୋଗ୍ୟ ହେବାରେ ବିଳମ୍ବ ହୁଏ ବା ସେମାନେ ଆରୋଗ୍ୟ ଲାଭ କରନ୍ତି ନାହିଁ ।

୨୦୦୩ରେ ଆସିଥିବା SARS ବା ୨୦୧୨ର MERS ସମୟରେ ବି ପୁରୁଷଙ୍କ ମୃତ୍ୟୁ ହାର ମହିଳାଙ୍କ ତୁଳନାରେ ଅଧିକ ଥିଲା । ବୈଜ୍ଞାନିକ ପତ୍ରିକା ‘ୱେଷ୍ଟର୍ଣ୍ଣ ଜର୍ନାଲ୍ ଅଫ୍ ଏମର୍ଜେନ୍ସି ମେଡିସିନ୍’ରେ (WJEM) ଏହି ସମସ୍ତ ତଥ୍ୟ ଏହି ମାସରେ ଦିଆଯାଇଛି । ଶ୍ୱାସକ୍ରିୟା ଜନିତ ରୋଗ ହେତୁ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ଥିବାରୁ ଏହି ରୋଗକୁ "ମ୍ୟାନ୍ ଫ୍ଲୁ" (man flu) ମଧ୍ୟ କୁହାଯାଏ।