କୋଭିଡ ମହାମାରୀର ଦ୍ବିତୀୟ ଲହରରେ ଛୋଟ ପିଲାଙ୍କ ସଂକ୍ରମଣ ହାର ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ଚିନ୍ତା ବଢ଼ିଛି । ବିଶେଷ କରି କର୍ଣ୍ଣାଟକ, ତାମିଲ ନାଡୁ ଓ ମହାରାଷ୍ଟ୍ରରେ ଛୋଟ ପିଲାଙ୍କ କୋଭିଡ ମାମଲା ଅଧିକ ରହିଛି । (ପ୍ରତୀକାତ୍ମକ ଛବି) ଛୋଟ ପିଲାଙ୍କୁ କୋଭିଡମୁକ୍ତ କରିବା ପାଇଁ ସେମାନଙ୍କୁ ଟିକା ଦେବା ଜରୁରୀ ହୋଇପଡ଼ିଛି । ଦେଶର କୋଭିଡ ଟାକ୍ସ ଫୋର୍ସର ମୁଖ୍ୟ ଡାକ୍ତର ଭି. କେ. ପଲ୍ କହିଛନ୍ତି ଯେ ଭାରତରେ ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଟିକାକରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି । (ପ୍ରତୀକାତ୍ମକ ଛବି) ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଭାକ୍ସିନ୍ ତିଆରି କରିବାକୁ କିଛି କମ୍ପାନୀର ଟ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ ଅଛି । ଭାରତ ବାୟୋଟେକ୍ ୨ ବର୍ଷରୁ ୧୮ବର୍ଷ ବୟସ୍କଙ୍କ ପାଇଁ ଭାକ୍ସିନ୍ ଟ୍ରାଏଲ ପ୍ରକ୍ରିୟା ଜାରି ରଖିଛି । (ଛବିରେ ଭାରତ ବାୟୋଟେକର ସ୍ଥାପନାକର୍ତ୍ତା ଓ ଅଧ୍ୟକ୍ଷ କୃଷ୍ଣ ଏଲ୍ଲା) ଜାଇଡସ୍ କାଡିଲା କମ୍ପାନୀ ମଧ୍ୟ ଛୋଟ ପିଲାଙ୍କ ପାଇଁ ଭାକ୍ସିନ ତିଆରି କରି ତା’ର ଟ୍ରାୟଲ୍ ଜାରି ରଖିଛି । ପାଟନା ଏମ୍ସରେ ଏହି ଭାକ୍ସିନ ପରୀକ୍ଷାଧୀନ ଅବସ୍ଥାରେ ଅଛି । (ପ୍ରତୀକାତ୍ମକ ଛବି) ବିଦେଶୀ ଭାକ୍ସିନ୍ କମ୍ପାନୀ ଫାଇଜର୍, ମଡେର୍ଣ୍ଣା ଓ ସ୍ପୁଟନିକ୍-ଭି ଛୋଟ ପିଲାଙ୍କ ପାଇଁ ପୃଥକ ଟିକା ଉତ୍ପାଦନ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା ଚଲାଇଛନ୍ତି । ସେସବୁକୁ ଡି.ଜି.ସି.ଆଇ. ସ୍ବୀକୃତି ପ୍ରଦାନ କରିବା ପରେ ହିଁ ଭାରତରେ ପ୍ରୟୋଗ କରାଯାଇ ପାରିବ । (ପ୍ରତୀକାତ୍ମକ ଛବି) ବିଭିନ୍ନ ଭାକ୍ସିନ୍ ଉତ୍ପାଦନକାରୀ କମ୍ପାନୀ ସହିତ ଆଲୋଚନା ଜାରି ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।