ଦେଶ ବିଦେଶର ଏହି ସେଲିବ୍ରିଟି ଓ ରାଜନେତାମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି
ଗାୟିକା କନିକା କପୁର ଓ ବ୍ରିଟେନ୍ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ ଆରମ୍ଭ କରି ଓସ୍କାର ବିଜେତା ଅଭିନେତା ଟମ୍ ହ୍ୟାଙ୍କସ୍ ପର୍ଯ୍ୟନ୍ତ ଅନେକ ଖ୍ୟାତନାମା ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଫଟୋ ଦେଖି ଜାଣନ୍ତୁ କିଏ ସବୁ ସେମାନେ ।

‘ବେବି ଡଲ୍’ ନାଆଁରେ ଖ୍ୟାତ ବଲିଉଡ୍ ଗାୟିକା କନିକା କପୁର । ସେ ହେଉଛନ୍ତି ପ୍ରଥମ ଭାରତୀୟ ସେଲିବ୍ରିଟି ଯିଏ କରୋନା ଭାଇରସ୍ ପଜିଟିଭ୍ ହୋଇଛନ୍ତି । ସେ ନିଜ ପ୍ରଶଂସକମାନଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରି:ନ୍ତି । (ଛବି: AFP)

‘ଗେମ୍ ଅଫ୍ ଥ୍ରୋନ୍ସ’ ତାରକା ଇନ୍ଦିରା ବର୍ମା । ସେ ପ୍ରକାଶ କରିଛନ୍ତି ଯେ ସେ କରୋନା ଭାଇରସ୍ ପଜିଟିଭ୍ ହୋଇଛନ୍ତି । (ଛବି: ଗେଟୀ)

‘ଗେମ୍ ଅଫ୍ ଥ୍ରୋନ୍ସ’ ଓ ‘ଦି ଫେଟ୍ ଅଫ୍ ଦ ଫ୍ୟୁରିଅସ୍’ ଅଭିନେତା କ୍ରିଷ୍ଟୋଫର୍ ହିଭଜୁ ବି କରୋନା ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି । HBO ସିରିଜ୍ GoT ରେ ଟର୍ମଣ୍ଡ ଜିଆଣ୍ଟସବେନ୍ ଭୂମିକାରେ ଅଭିନୟ ପାଇଁ ହିଭଜୁ ପ୍ରସିଦ୍ଧ । (ଛବି: ରଏଟର୍ସ)

ୟୁକ୍ରେନରେ ଜନ୍ମିତ ଅଭିନେତ୍ରୀ-ମଡେଲ ଓଲଗା କୁରିଲେଙ୍କୋ ପ୍ରକାଶ କରିଛନ୍ତି ଯେ ସେ କରୋନା ଭାଇରସ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି । ଓଲଗା ୨୦୦୮ର ଜେମ୍ସ ବଣ୍ଡ ଫିଲ୍ମ ‘କ୍ୱାଣ୍ଟମ୍ ଅଫ୍ ସୋଲେସ୍’ ଓ ୨୦୧୩ର ସାଇ-ଫାଇ ଫିଲ୍ମ ‘ଅବଲିଭିଅନ’ରେ ନିଜ ଅଭିନୟ ପାଇଁ ଜଣାଶୁଣା । (ଛବି: ରଏଟର୍ସ)

ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡଟନ୍ ଏକ ବିବୃତ୍ତିରେ କହିଛନ୍ତି ଯେ ତାଙ୍କୁ କରୋନା ଭାଇରସ୍ ରୋଗ ହୋଇଛି । ନୀତି ଅନୁସରଣ କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଛବି: ରଏଟର୍ସ)

ସୋଫି ଟୃଡୋ । କାନାଡାର ପ୍ରଧାନ ମନ୍ତ୍ରୀ ଜଷ୍ଟିନ ଟୃଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟୃଡୋ କରୋନା ଭାଇରସ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି ବୋଲି ପ୍ରଧାନ ମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ମୁଖପାତ୍ର ଜଣେଇଛନ୍ତି । (ଛବି: AFP)

ଟମ୍ ହ୍ୟାଙ୍କସ୍ । ହଲିଉଡ ଅଭିନେତା ଟମ ହ୍ୟାଙ୍କସ୍ ପ୍ରକାଶ କରିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ରୀତା ୱିଲସନ୍ ଅଷ୍ଟ୍ରେଲିଆରେ ମାରାତ୍ମକ କରୋନା ଭାଇରସ୍ (COVID-19) ରୋଗରେ ଆକ୍ରାନ୍ତ ହୋଇଛନ୍ତି। (ଛବି: ରଏଟର୍ସ)

ନାଡିନ୍ ଡୋରିସ୍ । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ନାଡିନ୍ ଡୋରିସ୍ ହେଉଛନ୍ତି ପ୍ରଥମ ବ୍ରିଟିଶ୍ ରାଜନେତା ଯିଏ COVID-19 ରୋଗରେ ଆକ୍ରାନ୍ତ ହୋଇଛନ୍ତି । (ଛବି: ରଏଟର୍ସ)

ରୀତା ୱିଲସନ । ହଲିଉଡର ମେଗାଷ୍ଟାର ଟମ ହ୍ୟାଙ୍କସ୍ଙ୍କ ପତ୍ନୀ ରୀତା ୱିଲସନ ଏକ ଚଳଚ୍ଚିତ୍ର ପ୍ରୋଜେକ୍ଟ ପାଇଁ ଅଷ୍ଟ୍ରେଲିଆରେ ଥିବା ବେଳେ କରୋନା ଭାଇରସ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି ବୋଲି ଓସ୍କାର ବିଜେତା ଅଭିନେତା ଟମ୍ ପ୍ରକାଶ କରିଛନ୍ତି । (ଛବି: ରଏଟର୍ସ)

ଇରାଜ ହରିଚି: ଇରାନର ଡେପୁଟି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଇସଲାମିକ୍ ଗଣତନ୍ତ୍ରରେ ଏକ ବଡ଼ ଧରଣର କରୋନା ଭାଇରସ୍ ସଂକ୍ରମଣ ମଧ୍ୟରେ ସେ ଏହି ଭୂତାଣୁ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି। (ଛବି: AFP)

ବ୍ରିଟେନର ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ସେ କରୋନା ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି ଓ ଏବେ ବିଚ୍ଛିନ୍ନତା (isolation)ରେ ଅଛନ୍ତି । (ଛବି: ରଏଟର୍ସ)