ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ୪ ବର୍ଷର ଶିଶୁ ପଜି଼ଟିଭ୍
ଭୁବନେଶ୍ୱର ଆସିଥିବା ସବୁ ବ୍ରିଟେନ୍ ଫେରନ୍ତାଙ୍କୁ ଚିହ୍ନଟ କରି ଘର ଘର ବୁଲି ସ୍ବାବ୍ ସଂଗ୍ରହ କରାଯାଉଛି । ହେଲେ ଭୁବନେଶ୍ୱରର ହାଟ ବଜାରରେ ଦେଖାଯାଉଥିବା ଭିଡ଼ ଚିନ୍ତା ବଢ଼ାଇଛି । ସାମାଜିକ ଦୂରତ୍ୱ କେଉଁଠି ପାଳନ ହେଉ ନ ଥିବା ଦେଖାଯାଇଛି ।

ଓଡ଼ିଶାକୁ ବ୍ରିଟେନରୁ ଫେରିଥିବା ଲୋକଙ୍କ ଠାରେ କାଳେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିଥିବ ତାକୁ ନେଇ ଭୟ ବଢ଼ିଚାଲିଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଥିବା ୨୧ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ୩୪ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଜଣେ ଚାରି ବର୍ଷର ଶିଶୁ ବି ପଜିଟିଭ୍ ଥିବା ଜଣାପଡ଼ିଛି । (ପ୍ରତୀକାତ୍ମକ ଛବି)

କରୋନା ଆକ୍ରାନ୍ତ ଶିଶୁର ବାପାଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । (ପ୍ରତୀକାତ୍ମକ ଛବି)

ସବୁ ୬୧ ଜଣ ବ୍ରିଟେନ୍ ଫେରନ୍ତାଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛି । ଓଡ଼ିଶାର ୧୧ଟି ଜିଲ୍ଲାକୁ ଏହି ବ୍ରିଟେନ ଫେରନ୍ତାମାନେ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକତମ ୨୧ ଜଣ ଭୁବନେଶ୍ୱର ଆସିଛନ୍ତି । ଭୁବନେଶ୍ୱରରେ ଥିବା ସବୁ ବ୍ରିଟେନ୍ ଫେରନ୍ତାଙ୍କୁ ଚିହ୍ନଟ କରାଯାଇ ଘର ଘର ବୁଲି ସ୍ବାବ୍ ସଂଗ୍ରହ କରାଯାଉଛି । (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱରର ହାଟ ବଜାରରେ ଦେଖାଯାଉଥିବା ଭିଡ଼କୁ ନେଇ ଚିନ୍ତା ବଢ଼ିଛି । ସାମାଜିକ ଦୂରତ୍ୱ କେଉଁଠି ପାଳନ ହେଉ ନ ଥିବା ଦେଖାଯାଇଛି ।

ମାର୍କେଟ ବିଲଡିଂ ସମେତ ଅନେକ ସ୍ଥାନରେ ଲୋକେ ଏମିତି ବୁଲୁଛନ୍ତି ସତେ ଯେମିତି କରୋନା ମହାମାରୀର ଆତଙ୍କ ଶେଷ ହୋଇଗଲାଣି ।

ଭାରତରେ ବି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ପ୍ରଜାତି ଠାବ ହୋଇଛି । ବିଜୟୱାଡ଼ାର ଜଣେ ଆଂଲୋ-ଇଣ୍ଡିଆନ୍ ମହିଳାଙ୍କ ଠାରେ ଏହି ନୂଆ ଭାଇରସ୍ ଦେଖାଯାଇଛି । ସେ ରାଜମହେନ୍ଦ୍ରିରେ ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ସେ ନିକଟରେ ବ୍ରିଟେନରୁ ଫେରିଥିଲେ । (ପ୍ରତୀକାତ୍ମକ ଛବି)

ମହାରାଷ୍ଟ୍ରର ନାଗପୁରର ଜଣେ ଯୁବକ ବି ଏହି ନୂଆ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେ ନଭେମ୍ବର ୨୯ରେ ବ୍ରିଟେନରୁ ଫେରିବା ପରେ ବିମାନ ବନ୍ଦରରେ ତାଙଅକର ପରୀକ୍ଷା ପରେ ସେ ନେଗେଟିଭ୍ ଥିବା ଜଣାପଡ଼ିଥିଲେ । ହେଲେ ଡିସେମ୍ବର ୧୫ରେ ପୁଣି ଥରେ ପରୀକ୍ଷା କରାଇବା ପରେ ସେ ପଜିଟିଭ୍ ବୋଲି ଜଣାପଡ଼ିଲା । (ପ୍ରତୀକାତ୍ମକ ଛବି)

ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ଭୁବନେଶ୍ୱରରେ ସତର୍କତା ଅବଲମ୍ବନ କରାଯାଉଛି । ଭୁବନେଶ୍ୱରରେ ଜାନୁଆରୀ ମାସରୁ ଅଧିକ କରୋନା ଟେଷ୍ଟିଂ କରିବା ପାଇଁ ଯୋଜନା କରିଛି ମହାନଗର ନିଗମ (ବି.ଏମ୍.ସି.) ।

ଗଞ୍ଜାମକୁ ବ୍ରିଟେନରୁ ଫେରିଥିବା ତିନି ଜଣ ବ୍ୟକ୍ତି ନେଗେଟିଭ୍ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଲର୍ଟ ହୋଇଛି । କୌଣସି ସରକାରୀ କର୍ମଚାରୀ ହେଡକ୍ବାର୍ଟର ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । (ଫାଇଲ୍ ଫଟୋ)

କରୋନା ସଚେତନତାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପୂରା ଗଞ୍ଜାମ ଜିଲ୍ଲା ପରିକ୍ରମଣ କରିବା ପାଇଁ ବାହାରିଛି ଏକ ସଚେତନତା ରଥ ।

ଆସନ୍ତା ପାଞ୍ଚ ଦିନ ଯାଏଁ ଏହି ରଥ ଗଞ୍ଜାମର ଗାଁ ଗାଁ ବୁଲିବ ଓ ପ୍ରତି ଦିନ ଦୁଇଟି ବ୍ଲକ କରି ମୋଟ ୧୦ଟି ବ୍ଲକ ପରିକ୍ରମା କରିବ ।

କରୋନା ସ୍ଥିତିକୁ ଦେଖି ଏବେ ଗଞ୍ଜାମରେ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲିବ ନାହିଁ । ଜାନୁଆରୀ ପ୍ରଥମ ସପ୍ତାହରେ ତାରାତାରିଣୀ ମନ୍ଦିର ଖୋଲାଯିବାକୁ ପ୍ରଶାସନ ଯୋଜନା କରୁଥିଲା ।