ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ, ସୁରେଶ ରାଇନା ଓ ଗୁରୁ ରଣଧାୱାଙ୍କ ସମେତ ୩୪ ଜଣ ଗିରଫ ହେଲେ
ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ଫୁ କରି ଏହି ନାମୀଦାମୀ ସେଲିବ୍ରିଟିମାନେ ଏକ ପଞ୍ଚ-ତାରକା ହୋଟେଲରେ ପାର୍ଟି କରୁଥିଲେ । ମୁମ୍ବାଇ ପୋଲିସ୍ ସେହି ହୋଟେଲ୍ ଉପରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା ।

କରୋନା (Coronavirus) କଟକଣା ଉଲ୍ଲଙ୍ଘନ କରିବା ମହଙ୍ଗା ପଡ଼ିଛି କେତେକ ନାମୀଦାମୀ ସେଲିବ୍ରିଟିଙ୍କୁ । ମୁମ୍ବାଇରେ କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ ସୁଜେନ୍ ଖାନଙ୍କ ସମେତ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ (Mumbai Police) ଗିରଫ କରିଛି । (ଫଟୋରେ ସୁଜେନ୍ ଖାନ୍ ଓ କଣ୍ଠଶିଳ୍ପୀ ଗୁରୁ ରଣଧାୱା)

ମୁମ୍ବାଇର ଏକ କ୍ଲବରେ କରୋନା କଟକଣା ନ ମାନି ପାର୍ଟି କରୁଥିବା ପ୍ରାୟ ୩୪ ଜଣ ସେଲିବ୍ରିଟିଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଗିରଫ ହୋଇଥିବା ଏହି ୩୪ ଜଣଙ୍କ ମଧ୍ୟରେ କ୍ରିକେଟର୍ ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରଣଧାୱା ଓ ସୁଜେନ୍ ଖାନ୍ ପ୍ରମୁଖ ଥିଲେ । ପରେ ଏହି ତିନି ଜଣଙ୍କୁ ଜାମିନ ମିଳିଛି । (ଫଟୋରେ ସୁଜେନ୍ ଖାନ୍)

ଏହି ପାର୍ଟି ମୁମ୍ବାଇ ବିମାନବନ୍ଦର ନିକଟ ଜେ.ଡବ୍ଲୁ. ମ୍ୟାରିଅଟ ହୋଟେଲ କ୍ଲବରେ ଚାଲିଥିଲା । ସେଠାରେ କରୋନା ନିୟମ ଉଲ୍ଲଙ୍ଘଘନ କରାଯାଇଥିଲା । ମୁମ୍ବାଇରେ ଏହି ସେଲିବ୍ରିଟିମାନଙ୍କ ବିରୋଧରେ ଏଫ୍.ଆଇ.ଆର୍. ପଞ୍ଜିକୃତ ହୋଇଛି । (ଫଟୋରେ କଣ୍ଠଶିଳ୍ପୀ ଗୁରୁ ରଣଧାୱା)

ମୁମ୍ବାଇ ପୁଲିସର ସୂତ୍ର ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଆଉ କିଛି ସେଲିବ୍ରିଟି କ୍ଲବର ପଛ ଦ୍ୱାର ଦେଇ ଖସି ପଳାଇଥିଲେ । ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । (ଫଟୋରେ କ୍ରିକେଟର୍ ସୁରେଶ ରାଇନା)

ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ କରୋନା କଟକଣା ହିସାବରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବା ପରେ ମଧ୍ୟ ଏହି କ୍ଲବରେ ହାଇପ୍ରୋଫାଇଲ୍ ପାର୍ଟି ଚାଲିଥିଲା । ପାର୍ଟି ଚାଲିଥିବା ନେଇ ପୋଲିସ ସୂଚନା ପାଇବା ପରେ ଭୋର୍ ପ୍ରାୟ ସାଢେ ୩ଟାରେ ଚଢ଼ାଉ କରିଥିଲା ।