ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କରୋନା ଲଢ଼େଇରେ ସାମିଲ ହେବ Zycov-d; ଏହା ଉପରେ ଆଲୋଚନା କରୁଛନ୍ତି ସରକାର

କରୋନା ଲଢ଼େଇରେ ସାମିଲ ହେବ Zycov-d; ଏହା ଉପରେ ଆଲୋଚନା କରୁଛନ୍ତି ସରକାର

Zycov-d ମାନବ ବ୍ୟବହାର ପାଇଁ ଏହା ହେଉଛି ବିଶ୍ୱର ପ୍ରଥମ ଡିଏନ୍ଏ ପ୍ଲାସ୍ମିଡ ଟିକା, ଯାହା କମ୍ପାନୀ କୋଭିଡ-୧୯ ଭାଇରସ ବିରୁଦ୍ଧରେ ବିକଶିତ କରିଛି। ଭାରତୀୟ ଔଷଧ ନିୟାମକ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଅଗଷ୍ଟ ୨୦ରେ ଅନୁମୋଦନ ଦେଇଥିଲେ।

କରୋନା ଲଢ଼େଇରେ ସାମିଲ ହେବ Zycov-d; ଏହା ଉପରେ ଆଲୋଚନା କରୁଛନ୍ତି ସରକାର
କରୋନା ଲଢ଼େଇରେ ସାମିଲ ହେବ Zycov-d
  • News18 Odia
  • Last Updated: September 29, 2021, 10:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସର ତୃତୀୟ ଲହରର ଭୟ ମଧ୍ୟରେ ଦେଶ ଅନ୍ୟ ଏକ ଆଣ୍ଟି-କୋଭିଡ୍ ଟିକା ପାଇବାକୁ ଯାଉଛି । କେନ୍ଦ୍ର ସରକାର ଓ ଜିଡସ୍ କ୍ୟାଡିଲା ଏହି ସପ୍ତାହରେ ବିଶ୍ୱର ପ୍ରଥମ ଆଣ୍ଟି-କୋଭିଡ୍ ଡିଏନ୍ଏ ଟିକା ZyCoV-D ର ମୂଲ୍ୟ ସ୍ଥିର କରିପାରନ୍ତି।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ ଗାନ୍ଧି ଜୟନ୍ତୀ ଅବସରରେ ଏହି ଟିକା ଆରମ୍ଭ କରାଯାଇପାରିବ। ଗତ ମାସରେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଜିଡସ୍ କ୍ୟାଡିଲାଙ୍କ ସ୍ୱଦେଶୀ ବିକଶିତ ଛୁଞ୍ଚିମୁକ୍ତ କରୋନା ଟିକା ଜାଇକୋଭ୍-ଡିକୁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ପ୍ରଦାନ କରିଥିଲେ, ଯାହାକି ଦେଶରେ ୧୨ରୁ ୧୮ ବର୍ଷ ବୟସର ହିତାଧିକାରୀଙ୍କୁ ଦିଆଯିବ।

ଜାଇକୋଭ-ଡି ହେଉଛି ଏକ ପ୍ଲାସ୍ମିଡ DNA ଟିକା । ମଣିଷରେ ମିଳୁଥିବା DNAର ଏକ ଛୋଟ ଅଂଶ ପ୍ଲାସ୍ମିଡ । ଏହି ଟିକା ମାନବ ଶରୀରରେ କୋଷ ସାହାଯ୍ୟରେ କରୋନା ଜୀବାଣୁର 'ସ୍ପାଇକ୍ ପ୍ରୋଟିନ୍' ପ୍ରସ୍ତୁତ କରିଥାଏ, ଯାହା ଶରୀରକୁ କରୋନା ଜୀବାଣୁର ଗୁରୁତ୍ୱପୂର୍ଣ୍ଣ ଅଂଶ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ଏହିପରି ଶରୀରରେ ଏହି ଜୀବାଣୁଙ୍କର ପ୍ରତିରକ୍ଷା ପ୍ରଣାଳୀ ପ୍ରସ୍ତୁତ ହୁଏ ।

ଟିକାକରଣ କାର୍ଯ୍ୟକ୍ରମର ଏକ ଅଂଶ କରିବା ଉପରେ ଆଲୋଚନା

ଟିକାକରଣର ପ୍ରଭାବ ୬୬ ପ୍ରତିଶତ ଓ ଏହାକୁ ଦୁଇରୁ ଆଠ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖିବାକୁ ପଡ଼ିବ । ଏହାର ତିନୋଟି ଡୋଜ ହିତାଧିକାରୀଙ୍କୁ ଦିଆଯିବ । ଦ୍ୱିତୀୟ ଡୋଜ୍ ପ୍ରଥମ ଡୋଜର ୨୮ଦିନ ପରେ ଓ ତୃତୀୟ ଡୋଜ୍ ୫୬ ଦିନ ପରେ ଦିଆଯିବ ।

ନିକଟରେ, ଏନଆଇଟିଆଇ ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି.କେ ପାଲ କହିଥିଲେ ଯେ ଜିଡସ୍ କ୍ୟାଡିଲାଙ୍କ ଡିଏନ୍ଏ ଟିକାକୁ ବ୍ୟବହାରିକ ରୂପ ଓ କାର୍ଯ୍ୟକାରିତାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଏଥି ପାଇଁ ଅନେକ ରାଉଣ୍ଡ ଆଲୋଚନା ହୋଇଛି।

ସେ ଆହୁରି କହିଥିଲେ, ‘‘ମୂଲ୍ୟ ମଧ୍ୟ ଏକ ସ୍ପଷ୍ଟ ପ୍ରସଙ୍ଗ। ଆଲୋଚନା ଚାଲିଛି ଓ ଶୀଘ୍ର ନିଷ୍ପତ୍ତି ନିଆଯିବ । ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହା ଦେଶର ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ଏକ ଅଂଶ ହେବ । ହିତାଧିକାରୀ କିମ୍ବା ଟାର୍ଗେଟ୍ ଗୋଷ୍ଠୀ ବିଷୟରେ NTAGIର ସୁପାରିଶ ଗ୍ରହଣ କରିବାକୁ ଆମେ ଅପେକ୍ଷା କରିଛୁ ଯାହାକୁ ଟିକା ଦିଆଯିବ । କାର୍ଯ୍ୟ ଚାଲିଛି ଓ ଆପଣ ଭବିଷ୍ୟତରେ ଏହା ବିଷୟରେ ଅଧିକ ଶୁଣିବେ ପାଇବେ ।’’
Published by: Lipina Das
First published: September 29, 2021, 10:34 AM IST