News18 Odia Digital
ନୂଆ ଦିଲ୍ଲୀ: ବିଳମ୍ବିତ ରାତିରେ ହେଉ, ଥଣ୍ଡା କିମ୍ବା ପ୍ରବଳ ବର୍ଷା ହେଉ, ଅନଲାଇନ୍ ଖାଦ୍ୟ ବିତରଣ କର୍ମଚାରୀମାନେ ଯେକୌଣସି ମୂଲ୍ୟରେ ଗ୍ରାହକଙ୍କୁ ଖାଦ୍ୟ ବିତରଣ କରୁଛନ୍ତି । ନୂଆ ଓ ଆଧୁନିକ ଯୁଗର ଏହି ବ୍ୟବସ୍ଥା ଖାଦ୍ୟ ପାଇବା ଠାରୁ ଚାକିରି ପାଇବା ପର୍ଯ୍ୟନ୍ତ ସଫଳତା ହାସଲ କରିଛି । ଏହି ଲୋକଙ୍କ ମଧ୍ୟରେ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ସହିତ କାମ କରୁଥିବା ଜଣେ ବ୍ୟକ୍ତି ସଲିଲ ତ୍ରିପାଠୀ ମଧ୍ୟ ଥିଲେ।
କିଛି ଦିନ ପୂର୍ବରୁ, ୩୬ ବର୍ଷୀୟ ତ୍ରିପାଠୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଘରର ଏକମାତ୍ର ରୋଜଗାର କରୁଥିବା ତ୍ରିପାଠୀଙ୍କ ବିୟୋଗ ପରେ ପରିବାର ଉପରେ ଭାଙ୍ଗି ପଡ଼ିଥିବା ଦୁଃଖ ବାଣ୍ଟିବା କାମ ବର୍ତତ୍ମାନ ସୋସିଆଲ ମିଡ଼ିଆ ୟୁଜର୍ସ କରୁଛନ୍ତି। ଅନେକ ଉପଭୋକ୍ତା ମୃତକଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ମଙ୍ଗଳବାର ଦିନ ଏକ ଟ୍ବିଟ ଜରିଆରେ ତାଙ୍କ ତରଫରୁ କରାଯାଇଥିବା ସହାୟତା ବିଷୟରେ ଫିଲ୍ମ ନିର୍ମାତା ମନୀଷ ମୁନ୍ଦଡ଼ା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ସଲିଲ ତ୍ରିପାଠୀଙ୍କ ପତ୍ନୀଙ୍କ ସମ୍ବାଦ ପ୍ରବନ୍ଧ ଶେୟାର କରି ବ୍ୟାଙ୍କ ବିବରଣୀ ପାଇବାରେ ସାହାଯ୍ୟ ଲୋଡିଥିଲେ।
ମନୀଷ କହିଛନ୍ତି ଯେ ସେ ମୃତକଙ୍କ ପତ୍ନୀ ସୁଚେତା ତ୍ରିପାଠୀଙ୍କୁ ୪ ଲକ୍ଷ ଟଙ୍କା ଦେଇଛନ୍ତି। ତାଙ୍କ ନିଷ୍ପତ୍ତି ପରେ, ଟ୍ୱିଟରରେ ସାହାଯ୍ୟର ହାତ ବଢ଼ାଇଥିବା ଲୋକଙ୍କ ସଂଖ୍ୟା ବଢ଼ିଯାଇଛି। ଅନେକ ଉପଭୋକ୍ତା ତ୍ରିପାଠୀଙ୍କ ପରିବାରକୁ ସାହାଯ୍ୟ କରିବାର ଧାରଣା ଶେୟାର କରୁଥିବାର ନଜର ଆସୁଛନ୍ତି।
ଖବର ମୁତାବକ, ଦିଲ୍ଲୀ ପୋଲିସ୍ କନଷ୍ଟେବଳଙ୍କ ଦ୍ୱାରା ଚାଳିତ ଏସୟୁଭି ଧକ୍କା ହେତୁ ତ୍ରିପାଠୀଙ୍କ ମୃତ୍ୟୁ ଘଟିଥିଲା। ସେ ନିଜ ପତ୍ନୀ ଓ ୧୦ ବର୍ଷର ପୁଅ ସହିତ ଦିଲ୍ଲୀର ରୋହିନୀରେ ରହୁଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ସଲିଲ ହୋଟେଲ ମ୍ୟାନେଜର ଭାବରେ କାମ କରୁଥିଲେ, କିନ୍ତୁ ଲକଡାଉନ୍ ସମୟରେ ସେ ଚାକିରି ହରାଇଥିଲେ। ଏହା ପରେ ସେ ପରିବାର ଚଳାଇବା ପାଇଁ ଫୁଡ୍ ଡେଲିଭରୀ ବୟ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ।
ଜୋମାଟୋ ମଧ୍ୟ ସହାୟତା ଘୋଷଣା କରିଛିଜୋମାଟୋ ଗୁରୁବାର କହିଥିଲା ଯେ ଗତ ସପ୍ତାହରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହାର କର୍ମଚାରୀ ସଲିଲ ତ୍ରିପାଠୀଙ୍କ ପତ୍ନୀ ସୁକେତା ତ୍ରିପାଠୀଙ୍କୁ ଚାକିରି ବ୍ୟତୀତ ୧୦ ଲକ୍ଷ ଟଙ୍କା ବୀମା ଅନୁଦାନ ପ୍ରଦାନ କରାଯିବ। ଏହା ବ୍ୟତୀତ କମ୍ପାନୀର କର୍ମଚାରୀମାନେ ତ୍ରିପାଠୀଙ୍କ ପରିବାରର ଭବିଷ୍ୟତ ପାଇଁ ୧୨ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି।
ଜୋମାଟୋ ପ୍ରତିଷ୍ଠାତା ଦିପେନ୍ଦ୍ର ଗୋୟଲ ଏକ ଟ୍ବିଟରେ କହିଥିଲେ, “ସଡକ ଦୁର୍ଘଟଣାରେ ଆମର ବିତରଣ ସାଥୀ ସଲିଲ ତ୍ରିପାଠୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ଆମେ ତାଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଦେଉଛୁ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।