ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

ଯୁବତୀ ମଗାଇଥିବା ଖାଦ୍ୟ ବହୁତ ଡେରିରେ ଆସି ପହଞ୍ଚିବା ଯୋଗୁଁ ସେ ଜୋମାଟୋର କଷ୍ଟମର୍ କେୟାର ସହ କଥାବାର୍ତ୍ତା କରି ତାଙ୍କୁ କହିଥିଲେ ଯେ ଡେଲିଭରି ମ୍ୟାନ୍ ଆଣିଥିବା ଖାଦ୍ୟ ତାଙ୍କୁ ମାଗଣା ଦିଆଯାଉ ନହେଲେ ତାଙ୍କ ଅର୍ଡ଼ର କ୍ୟାନସଲ୍ କରାଯାଉ ।

ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା
ଆକ୍ରମଣର ଶିକାର ହୋଇଥିବା ହିତେଶା ଚନ୍ଦ୍ରାଣୀ
  • News18 Odia
  • Last Updated: March 10, 2021, 8:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ପ୍ରସିଦ୍ଧ ଖାଦ୍ୟ ବିତରଣ ଆପ୍‌ ଜୋମାଟୋ (Zomato) ନାମରେ ଏକ ବଡ଼ ଅଭିଯୋଗ ଆସିଛି । ଏହି କମ୍ପାନୀର ଜଣେ ଡେଲିଭରି ମ୍ୟାନ୍‌ ଜଣେ ମହିଳା ଗ୍ରାହକଙ୍କ ଉପରେ ଆକ୍ରମଣ କରିଛନ୍ତି । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଡେଲିଭରି ମ୍ୟାନଙ୍କୁ ଅର୍ଡ଼ରରେ ବିଳମ୍ବ ହେବାର କାରଣ ପଚାରିଥିଲେ ସେତେବେଳେ ସେ ରାଗିଯାଇଥିଲେ ଓ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

ଏହି ନିନ୍ଦନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ । ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ସୋସିଆଲ୍‌ ମିଡ଼ିଆରେ ଏହି ଘଟଣା ବିଷୟରେ ଜଣେଇଛନ୍ତି ଓ ଏକ ଭିଡିଓ ଶେୟାର୍‌ କରି ଜୋମାଟୋର ଡେଲିଭରି ମ୍ୟାନ୍‌ ଦ୍ୱାରା ହୋଇଥିବା ଆକ୍ରମଣରେ ସେ ପାଇଥିବା ଆଘାତକୁ ଦେଖାଇଛନ୍ତି (zomato boy attacks woman)।

ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍‌ ଅଫିସର୍‌; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା

ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଫୁଡ୍ ଡେଲିଭରି ଆପ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ କମ୍ପାନୀର ସ୍ଥାନୀୟ ପ୍ରତିନିଧୀମାନେ ପୋଲିସର ତଦନ୍ତରେ ଯୁବତୀଙ୍କ ସହାୟତା କରିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବେ।

ଭିଡିଓରେ ହିତେଶା ଚନ୍ଦ୍ରାଣୀ ନିଜ ନାକକୁ ଦେଖାଇ କହିଛନ୍ତି, ‘‘ମୋ’ ଜୋମାଟୋ ଡେଲିଭରି ଅର୍ଡ଼ର ଆସିବାପେ ବହୁତ ବିଳମ୍ବ ହୋଇଥିଲା । ଡେଲିଭରି ଦେବା ପାଇଁ ସେହି ବ୍ୟକ୍ତି ମୋ’ ଘରକୁ ଆସିଥିବା ବେଳେ ମୁଁ କଷ୍ଟମର୍‌ କେୟାର୍‌ ଏଗ୍ଜିକ୍ୟୁଟିଭଙ୍କ ସହ ଏ ବିଷୟରେ କଥା ହେଉଥିଲି । ଏହା ଶୁଣି ଡେଲିଭରି ମ୍ୟାନ୍‌ ରାଗିଯାଇଥିଲେ ଓ ମୋ’ ମୁହଁକୁ ଏକ ମୁକ୍କା ମାରିଥିଲେ । ମୋତେ ଆଘାତ କରି ସେ ପଳାଇଯାଇଥିଲେ । ମୋ’ ନାକରୁ ରକ୍ତସ୍ରାବ ହେବା ଆରମ୍ଭ କରିଥିଲା ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ପରେ ହିତେଶାଆଉ ଏକ ଭିଡିଓ ଶେୟାର କରି ନିଜ ନାକ ଉପରେ ହୋଇଥିବା ବ୍ୟାଣ୍ଡେଜ୍ ଦେଫାଇଛନ୍ତି । ସେ କହିଛନ୍ତି, ‘‘ମୁଁ ସକାଳ ଠାରୁ କାମ କରୁଥିଲି ଓ ଜୋମାଟୋରୁ ଖାଦ୍ୟ ଅର୍ଡ଼ର କରିଥିଲି । ମୁଁ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଅର୍ଡର ଦେଇଥିଲି ଓ ଡେଲିଭରି ସାଢ଼େ ୪ଟା ସୁଦ୍ଧା ଆସିବ ବୋଲି ଆଶା କରାଯାଉଥିଲା । ହେଲେ ମୋ’ ଅର୍ଡ଼ର ଠିକ୍ ସମୟରେ ପହଞ୍ଚିଲା ନାହିଁ । ତେଣୁ ମୁଁ ଜୋମାଟୋର ଗ୍ରାହକ କେୟାର ସହିତ ବାରମ୍ବାର କଥାବାର୍ତ୍ତା କରୁଥିଲି ଓ ତାଙ୍କୁ କହୁଥିଲି ଯେ ଡେଲିଭରି ମ୍ୟାନ୍‌ ଆଣୁଥିବା ଖାଦ୍ୟ ମୋତେ ମାଗଣା ଦିଆଯାଉ ନହେଲେ ମୋ’ ଅର୍ଡ଼ର ବାତିଲ କରାଯାଉ ।’’

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ




ଏକ ଚାରି ମିନିଟର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ହିତେଶା କହିଛନ୍ତି, ‘‘ସେହି ସମୟରେ ଜୋମେଟୋର ଡେଲିଭରି ମ୍ୟାନ୍‌ ଆସିଥିଲା । ସେ ଖୁବ୍‌ ଅଭଦ୍ର ବ୍ୟବହାର କରିଥିଲା । ମୁଁ କବାଟ ପୂରା ଖୋଲି ନ ଥିଲି । ମୁଁ ତାଙ୍କୁ କହିଥିଲି ଯେ ମୁଁ କଷ୍ଟମର୍‌ କେୟାର୍‌ ସହ କଥା ହେଉଛି । ମୁଁ ତାଙ୍କୁ କହିଥିଲି ଯେ ମୁଁ ଏହି ଅର୍ଡ଼ର୍‌ ଚାହୁଁ ନାହିଁ କାରଣ ଏହା ପହଞ୍ଚିବାରେ ବହୁତ ଡେରି ହୋଇଛି, କିନ୍ତୁ ସେ ଅର୍ଡ଼ର୍‌ କ୍ଯାନସଲ୍‌ କରିବାକୁ ମନା କରି ପାଟି କରିଥିଲା ।’’

‘‘ଭୟଭୀତ ହୋଇ ମୁଁ କବାଟ ବନ୍ଦ କରିବାକୁ ଚେଷ୍ଟା କଲି, କିନ୍ତୁ ସେ କବାଟକୁ ଠେଲିଦେଇଥିଲା ଓ ଟେବୁଲ୍‌ ଉପରୁ ଫୁଡ୍‌ ପ୍ୟକେଟ୍‌ ନେଇଯାଇ ମୋତେ ଗୋଟେ ପଞ୍ଚ୍‌ ମାରିଥିଲା । ତା’ ପରେ ସେ ଦୌଡ଼ି ପଳାଇଯାଇଥିଲା,’’ ନିଜ ଦୁଃଖଦ ଅନୁଭୁତି ବିଷୟରେ କହିଛନ୍ତି ହିତେଶା ।



ଜୋମାଟୋ କମ୍ପାନୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇବା ପରେ ଏକ ଟ୍ୱିଟ୍‌ କରି କହିଛି, ‘‘ଏହି ଘଟଣାରେ ଆମେ କେତେ ଦୁଃଖିତ ତାହା ଆମେ କହି ପାରିବୁ ନାହିଁ । ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ଓ ନିଶ୍ଚିତ କରିବୁ ଯେ ଭବିଷ୍ୟତରେ ଏପରି ଘଟଣା ଯେପରି ଆଉ ନ ହୁଏ ।’’
Published by: Anand Shankar Thankur Das
First published: March 10, 2021, 8:44 PM IST