ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ 'ଦାରୁ ବାଦନାମ୍'ରେ କଲେ ଧମାକାଦାର ଡ୍ୟାନ୍ସ; ବାରମ୍ବାର ଦେଖାଯାଉଛି VIDEO

ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ 'ଦାରୁ ବାଦନାମ୍'ରେ କଲେ ଧମାକାଦାର ଡ୍ୟାନ୍ସ; ବାରମ୍ବାର ଦେଖାଯାଉଛି VIDEO

ୟୁଜବେନ୍ଦ୍ର ଚହଲ (Yuzvendra Chahal) ଓ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ଭର୍ମା (Dhanashree Verma) ୨୨ ଡିସେମ୍ବର ୨୦୨୦ ରେ ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ 'ଦାରୁ ବାଦନାମ୍'ରେ କଲେ ଧମାକାଦାର ଡ୍ୟାନ୍ସ; ବାରମ୍ବାର ଦେଖାଯାଉଛି VIDEO
(ଫଟୋ ସୌଜନ୍ୟ: ଭିଡିଓ ଗ୍ରାବ୍ ୟୁଟ୍ୟୁବ୍)
  • News18 Odia
  • Last Updated: December 23, 2020, 12:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ଭର୍ମା ୨୨ ଡିସେମ୍ବର ୨୦୨୦ ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଧନଶ୍ରୀ ଭର୍ମା ଜଣେ ୟୁଟ୍ୟୁବର୍ ଓ କୋରିଓଗ୍ରାଫର୍ ସମେତ ଜଣେ ଡାକ୍ତର ମଧ୍ୟ ଅଟନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଧନଶ୍ରୀ ଏକ ଜବରଦସ୍ତ ଡ୍ୟାନ୍ସ କରନ୍ତି । ସେ ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଡ୍ୟାନ୍ସ ଭିଡିଓ ଗୁଡ଼ିକୁ ସେୟାର କରି ଚାଲିଥାନ୍ତି ।

ଧନଶ୍ରୀଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଠାରେ ସେ ପ୍ରାୟତଃ ନିଜ ଡ୍ୟାନ୍ସ ଭିଡିଓ ସେୟାର କରି ଚାଲିଥାନ୍ତି । ଧନଶ୍ରୀଙ୍କ ୟୁଟ୍ୟୁବରେ ଚ୍ୟାନେଲରେ ୨ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଧନଶ୍ରୀଙ୍କ ଡ୍ୟାନ୍ସର ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ 'ଦାରୁ ବାଦନାମ୍' ଗୀତରେ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ ୭୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଆପଣ ମଧ୍ୟ ଦେଖନ୍ତୁ ଧନଶ୍ରୀଙ୍କ ନୃତ୍ୟର ଭାଇରାଲ୍ ଭିଡିଓ -



ଧନଶ୍ରୀ ମଧ୍ୟ ତାଙ୍କ ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଇନଷ୍ଟାରେ ଧନଶ୍ରୀଙ୍କ ପାଖାପାଖି ୨୫ ନିୟୁତ ଅନୁଗାମୀ ଅଛନ୍ତି । ଯେଉଁଠାରେ ୟୁଜବେନ୍ଦ୍ର ଚହଲ ତାଙ୍କ ମଜାଳିଆ ଭିଡିଓ ସହିତ ସୋସିଆଲ ମିଡିଆରେ ନଜର ଆସିଥିବାବେଳେ ତାଙ୍କ ପତ୍ନୀ ତାଙ୍କ ଡ୍ୟାନ୍ସ ଭିଡିଓ ସହିତ ସୋସିଆଲ ମିଡିଆରେ ବହୁତ ପ୍ରଭାବ ପକାଉଛନ୍ତି । ଧନଶ୍ରୀଙ୍କର ନିଜର ଏକ ଡ୍ୟାନ୍ସ କମ୍ପାନୀ ମଧ୍ୟ ଅଛି । ଯାହା ବଲିଉଡ ଟ୍ରାକରେ ଡ୍ୟାନ୍ସ କରିଥାନ୍ତି ।
Published by: Jagdish Barik
First published: December 23, 2020, 12:38 PM IST