ଲାରାଙ୍କୁ ସ୍କୁଟିରେ ବସାଇ ବୁଲାଉଥିବାର ନଜର ଆସିଲେ ସଚିନ୍ ତେନ୍ଦୁଲକର; ଯୁବରାଜ ଦେଲେ ମଜାଳିଆ କମେଣ୍ଟ

Road Safety Series: ଇଣ୍ଡିଆ ଲିଜେଣ୍ଡସ୍‌ ଅଧିନାୟକ ସଚିନ ତେନ୍ଦୁଲକର ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍‌ ଅଧିନାୟକ ବ୍ରାଏନ୍ ଲାରାଙ୍କୁ ସ୍କୁଟିରେ ବସାଇ ବୁଲାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଲାରାଙ୍କୁ ସ୍କୁଟିରେ ବସାଇ ବୁଲାଉଥିବାର ନଜର ଆସିଲେ ସଚିନ୍ ତେନ୍ଦୁଲକର; ଯୁବରାଜ ଦେଲେ ମଜାଳିଆ କମେଣ୍ଟ
ଲାରାଙ୍କୁ ସ୍କୁଟିରେ ବସାଇ ବୁଲାଉଥିବାର ନଜର ଆସିଲେ ସଚିନ୍
  • News18 Odia
  • Last Updated: March 21, 2021, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱ ସୁରକ୍ଷା ରୋଡ୍ ସିରିଜ୍ ୨୦୨୧ ର ଅନ୍ତିମ ମ୍ୟାଚ୍ ଆଜି ଇଣ୍ଡିଆ ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍ ମଧ୍ୟରେ ଖେଳାଯିବ । ଏହାପୂର୍ବରୁ ଇଣ୍ଡିଆ ଲିଜେଣ୍ଡସ୍‌ ଅଧିନାୟକ ସଚିନ ତେନ୍ଦୁଲକର ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍‌ ଅଧିନାୟକ ବ୍ରାଏନ୍ ଲାରାଙ୍କୁ ସ୍କୁଟିରେ ବସାଇ ବୁଲାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଚିନଙ୍କ ଦଳ ସେମିଫାଇନାଲରେ ଲାରାଙ୍କ ଦଳକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ସ୍ଥାନ ପାଇଛି ।

ବାସ୍ତବରେ ସଚିନ୍ ଓ ଲାରା ଦୁଇ ଜଣ ଲୋକଙ୍କୁ ବାଇକ୍ ଚଲାଇବା ସମୟରେ ହେଲମେଟର ଉପଯୋଗିତା ବିଷୟରେ କହୁଥିବାର ନଜର ଆସୁଛନ୍ତି । ଗଡ ଅଫ୍ କ୍ରିକେଟର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସଚିନ ତାଙ୍କ ହୋଟେଲର ପାଖରେ ଏକ ସ୍କୁଟିରେ ବସିଥିବାର ନଜର ଆସିଛନ୍ତି ଓ ଲାରା ପଛରୁ ଆସୁଛନ୍ତି । ଲାରା ସଚିନଙ୍କୁ ଡ୍ରାଇଭିଂ କରିବାକୁ କହୁଛନ୍ତି କିନ୍ତୁ ସଚିନ୍ ତାଙ୍କୁ ହେଲମେଟ ବିଷୟରେ ପଚାରନ୍ତି । ଏହା ଉପରେ ଲାରା କହୁଛନ୍ତି ଯେ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟର ଆବଶ୍ୟକତା କ’ଣ? ସଚିନ ଏହାର ଉତ୍ତରରେ କହୁଛନ୍ତି ଯେ ବାଇକ ଚଳାଇବା ସମୟରେ ଉଭୟ ଡ୍ରାଇଭର ଓ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ଜରୁରୀ ।



ଏହି ଭିଡିଓ ସେୟାର କରି ସଚିନ ଲେଖିଛନ୍ତି, 'ଏହା ରାସ୍ତାରେ ହେଉ କିମ୍ବା ପଡ଼ିଆରେ ହେଉ ... ହେଲମେଟ ପିନ୍ଧିବା ଅତ୍ୟନ୍ତ ଜରୁରୀ ଅଟେ । ସଡକ ସୁରକ୍ଷାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ଓ ସର୍ବଦା ସଠିକ୍ ହେଲମେଟ ପିନ୍ଧି ସୁରକ୍ଷିତ ରୁହନ୍ତୁ । ବ୍ରାଏନ୍ ଲାରା, ଏହି ବାର୍ତ୍ତା ବିସ୍ତାର କରିବାରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ଏହି ଟ୍ୱିଟରେ ଇଣ୍ଡିଆ ଲିଜେଣ୍ଡସର ଅଲରାଉଣ୍ଡର ଯୁବରାଜ ସିଂ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ଲାରା ଓ ସଚିନଙ୍କୁ ଟ୍ୟାଗ୍ କରି ଯୁବରାଜ ଲେଖିଛନ୍ତି ଯେ ଏଥିପାଇଁ ଓସ୍କାର ନାମାଙ୍କନ ଦିଆଯିବା ଉଚିତ୍ ।
Published by: Jagdish Barik
First published: March 21, 2021, 4:46 PM IST