VIDEO: ସଡ଼କରେ ବାଇକ୍ ଚଳାଇବା ବେଳେ ରୋମାନ୍ସ କରୁଛନ୍ତି ଯୁବକଯୁବତୀ; ଜଣେ ଯୁବତୀ ଗିରଫ ହେଲେ

ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ବାଇକ୍ ପଛରେ ଜଣେ ଯୁବତୀଙ୍କୁ ବସାଇ ନେଉଥିବା ବେଳେ ମଝି ରାସ୍ତାରେ ଯୁବତୀଙ୍କୁ ପଛ ପଟରୁ ଆଣି ନିଜ ସାମନାରେ ବସାଉଛନ୍ତି ।

VIDEO: ସଡ଼କରେ ବାଇକ୍ ଚଳାଇବା ବେଳେ ରୋମାନ୍ସ କରୁଛନ୍ତି ଯୁବକଯୁବତୀ; ଜଣେ ଯୁବତୀ ଗିରଫ ହେଲେ
ଭାଇରାଲ୍ ଭିଡିଓରୁ କେତେକ ଦୃଶ୍ୟ
  • News18 Odia
  • Last Updated: April 15, 2021, 3:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୁରତ: ବ୍ୟସ୍ତବହୁଳ ରାସ୍ତାରେ ବାଇକ୍ ଷ୍ଟଣ୍ଟ କରିବା ଖୁବ୍‌ ବିପଜ୍ଜନକ ହୋଇପାରେ ବୋଲି ଜାଣି ବି ଏମିତି କରୁଛନ୍ତି କେତେକ ଯୁବକ ଓ ଯୁବତୀ । କେତେକ ଯୁବକ ଓ ଯୁବତୀ ତ ବାଇକ୍‌ ଚଳାଉଥିବା ବେଳେ ହିଁ ରୋମାନ୍ସ କରୁଥିବା ଦେଖାଯାଇଛି । ଏମିତି ଯୁବକଯୁବତୀଙ୍କ କାରନାମା ଯୋଗୁଁ ପୋଲିସ ଚିନ୍ତାରେ ପଡ଼ିଛି । ଏହି ପ୍ରକାର ଘଟଣା ଗୁଜରାଟର ସୁରତ ସହରରେ ଦେଖିବାକୁ ମିଳିଛି ।

ନିକଟରେ ଏମିତି ଏକ ସ୍ପୋର୍ଟ୍ସ ବାଇକରେ ବିପଜ୍ଜନକ ଷ୍ଟଣ୍ଟ୍‌ କରୁଥିବା ଜଣେ ଯୁବତୀଙ୍କୁ ପୋଲିସ ଗିରଫ କରିଛି । ଏହି ଯୁବତୀ ହେଲମେଟ୍‌ ପିନ୍ଧି ନ ଥିଲେ ଓ ତାଙ୍କ ମୁହଁରେ ମାସ୍କ ବି ନ ଥିଲା । ସେ ଏମିତି ବାଇକ୍ ଷ୍ଟଣ୍ଟ୍ କରିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଏକ ଭିଡିଓ ଅପଲୋଡ୍ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ୨ଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ଡ୍ରାଇଭର୍ ଷ୍ଟିଓରିଂ ସିଟ ମଧ୍ୟରେ ଚାପିହୋଇଗଲେ

ଅସଲରେ ସଞ୍ଜନା ଓରଫ ପ୍ରିନ୍ସି ପ୍ରସାଦ ନାମକ ଏହି ଯୁବତୀଙ୍କର ବାଇକ୍‌ ଷ୍ଟଣ୍ଟ୍‌ କରୁଥିବା ଅନେକ ଭିଡିଓ ଭାଇରାଲ ହୋଇଛି । ସେହି ଭିଡିଓଗୁଡ଼ିକୁ ଦେଖିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ​​କାରଣ ଏହି ଷ୍ଟଣ୍ଟଗୁଡିକ ଯୁବତୀଙ୍କ ଜୀବନ ଓ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଡାକିଆଣିବା ପରି ଥିଲା ।

ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓସବୁ:



ସଞ୍ଜନାଙ୍କ ବାଇକ୍ ଷ୍ଟଣ୍ଟର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ବାଇକର ନମ୍ବର ଖୋଜିଥିଲା ଓ ଶେଷରେ ତାଙ୍କୁ ଚିହ୍ନଟ କରିଥିଲା । ସେହି ନମ୍ବର ଥିବା ବାଇକର ମାଲିକ ପୋଲିସକୁ ଯାଞ୍ଚ ବେଳେ କହିଥିଲେ ଯେ ସଞ୍ଜନା ବାଇକକୁ ମଡେଲିଂ ଓ ଫଟୋଗ୍ରାଫି ପାଇଁ ବ୍ୟବହାର କରୁଥିଲେ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ବର୍ଦୋଳିରେ ରହୁଥିବା ସଞ୍ଜନା ସୁରତକୁ ଆସି ବାଇକରେ ଷ୍ଟଣ୍ଟ୍‌ ଭିଡିଓ ତିଆରି କରୁଥିଲେ ଓ ତାକୁ ନିଜ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ଶେୟାର୍‌ କରୁଥିଲେ ।

ଏଇଠି ଦେଖନ୍ତୁ ସଞ୍ଜନାଙ୍କ ଭାଇରାଲ୍‌ ଭିଡିଓ:








View this post on Instagram






A post shared by _SANJU_ (@princi_sanju_99)






ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମ୍ବଲପୁରରେ ରାସ୍ତାରେ ସ୍ତ୍ରୀ ସ୍ୱାମୀକୁ ଚପଲରେ ପିଟିଲା, କହିଲା, ‘‘ହାରମଜାଦା, ତତେ ମୁଁ ହାଣିଦେବି’’

‘‘ମୁଁ ଜଣେ ସେସିଆଲ୍‌ ମିଡ଼ିଆ ପ୍ରଭାବକ । ମୁଁ ସ୍ପୋନସରମାନଙ୍କ ପାଇଁ ପ୍ରମୋଶନାଲ୍‌ ଭିଡିଓ ବନାଏ । ଯେଉଁମାନେ ବିପଜ୍ଜନକ ବାଇକ୍‌ ଚାଳନା କରୁଛନ୍ତି ସେମାନଙ୍କୁ ପୋଲିସ ଗିରଫ ନ କରି ମୋତେ ଗିରଫ କରିଛି । ମୋ’ ଭିଡିଓ ଭାଇରାଲ୍‌ ହୋଇଥିବାରୁ ମୋତେ ଗିରଫ କରାଯାଇଛି,’’ ସଞ୍ଜନା ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ ଖବରକାଗଜକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବର୍ବରତା: ଅବୈଧ ପ୍ରେମ ଅଭିଯୋଗରେ ପୁରୁଷ ମହିଳାଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଲେ

ବାଇକ୍‌ ଚଳାଉଥିବା ବେଳେ କେତେକ ଯୁବକ ଓ ଯୁବତୀ ରୋମାନ୍ସ କରୁଥିବାର ବି ଦେଖାଯାଉଛି । ସୁରତରେ ଏମିତି କେତେକ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓଗୁଡ଼ିକରେ ଦେଖାଯାଇଛି ଯେ ଯୁବକ ବାଇକର ପଛରେ ଯୁବତୀଙ୍କୁ ବସାଇ ନେଉଥିବା ବେଳେ ମଝି ରାସ୍ତାରେ ଯୁବତୀଙ୍କୁ ପଛ ପଟରୁ ଆଣି ନିଜ ସାମନାରେ ବସାଉଛନ୍ତି ।



ବାଇକ୍‌ ଚଳାଉଥିବା ବେଳେ ଏମିତି କରୁଥିବାରୁ ଏହା ବିପଜ୍ଜନକ ବୋଲି ପୋଲିସ କହିଛି ଓ ସେହି ଯୁବକ ଓ ଯୁବତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।



ଅଧିକ ଟ୍ରେଣ୍ଡିଂ ଖବର ପାଇଁ ଏଇଠି କ୍ଲିକ୍ କରନ୍ତୁ ।
Published by: Anand ST Das
First published: March 13, 2021, 10:28 PM IST