ଭିଡିଓ ବନେଇବା ପାଇଁ ମଜାରେ ସଡ଼କ ଦୁର୍ଘଟଣା ଘଟେଇଲେ ୬ ଯୁବକ; ଏବେ ଅଡ଼ୁଆରେ ପଡ଼ିଛନ୍ତି
ଭିଡିଓ ତିଆରି କରିବା ପାଇଁ ଦୁଇ ଜଣ ବ୍ୟକ୍ତି ଯାତ୍ରା କରୁଥିବା ଏକ ମୋଟର୍ ସାଇକେଲକୁ ଏହି ଯୁବକମାନେ ନିଜେ ତୀବ୍ର ଗତିରେ ଚଳାଉଥିବା ଏକ ମୋଟର୍ ସାଇକେଲରେ ଜାଣିଶୁଣି ପଛ ପଟୁ ଧକ୍କା ଦେଇଥିଲେ ।

ମିଛ ଦୁର୍ଘଟଣା ଭିଡିଓର ଏକ ଦୃଶ୍ୟ
- News18 Odia
- Last Updated: February 6, 2021, 3:50 PM IST
ଥିରୁଅନନ୍ତପୁରମ୍: ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ଓ ସେଥିରେ ସୋସିଆଲ୍ ମିଡ଼ିଆ ଆପ୍ ଥିବାରୁ ଅନେକ ଯୁବକ ନଆ ନୂଆ ଭିଡିଓ ବନେଇ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । ହେଲେ ସଡ଼କ ଦୁର୍ଘଟଣା ପରି ଗୁରୁତର ବିଷୟକୁ ବି ସେମାନେ ହାଲୁକା ଢଙ୍ଗରେ ନେଉଛନ୍ତି । ଏକ ମଜାଦାର୍ ଭିଡିଓ ତିଆରି କରି ଲୋକପ୍ରିୟ ହେବା ପାଇଁ କେତେକ ଯୁବକ ଜାଣିଶୁଣି ଏକ ସଡ଼କ ଦୁର୍ଘଟଣା ଘଟାଇଥିଲେ ।
ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଘଟଣା କେରଳର ଥିରୁକୁନପୂଜାରେ ଦୁଇଟି ମୋଟର୍ ସାଇକେଲ ମଧ୍ୟରେ ଘଟିଥିଲା । ଛଅ ଜଣ ଯୁବକ ଏହି ଦୁର୍ଘଟଣା ସୃଷ୍ଟି କରିଥିଲେ ଓ ଏହାର ଏକ ଭିଡିଓ ବନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ସେହି ଭିଡିଓ କେରଳ ପୋଲିସ ହାତରେ ପଡ଼ିବା ପରେ ଏବେ ସେହି ଯୁବକମାନେ ଅଡ଼ୁଆରେ ପଡ଼ିଛନ୍ତି ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
ପଛ ପଟୁ ଧକ୍କା ଦେବା ପରେ ବଦମାସ୍ ଯୁବକମାନେ କ୍ଷମା ମାଗିଥିଲେ । ଏହି ସମଗ୍ର ଘଟଣାର ଭିଡିଓ ସେମାନେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ଢେର୍ ବାହାବାହି ନେଇଥିଲେ । ହେଲେ ସେହି ଭିଡିଓ ଦେଖିଥିବା କେତେକ ସ୍ଥାନୀୟ ଲୋକ ଏ ବିଷୟରେ ପୋଲିସକୁ ଜଣାଇବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
ଭିଡିଓଟି ପୋଲିସ ହାତରେ ଲାଗିବା ପରେ ସେହି ଯୁବକମାନଙ୍କ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଲିସ କହିଛି ଯେ ୨୨ ବର୍ଷୀୟ ସୁଜିଶ ସୁଖୁ ଓ ୨୦ ବର୍ଷୀୟ ଆକାଶ ସାଜିକୁମାରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୨୭୯ (ସର୍ବସାଧାରଣ ରାସ୍ତାରେ ଅସାବଧାନ ଗାଡ଼ି ଚାଳନା) ଓ ମୋଟର ଯାନ ଅଧିନିୟମର ଧାରା ଧାରା ୧୮୩ (୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।
ଦେଖନ୍ତୁ ସେହି ଭିଡିଓ:
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଯୁବକମାନେ ମଜାଦାର୍ ଭିଡିଓ ବନେଇବା ପାଇଁ ଚାରିଟି ମୋଟର୍ ସାଇକେଲରେ ବାହାରିଥିଲେ । କେରଳର ମୋଟର୍ ଯାନ ବିଭାଗ ଚାରିଟି ଯାକ ମୋଟର୍ ସାଇକେଲକୁ ଜବତ କରିଛି ଓ ଛଉ ଜଣ ଯୁବକଙ୍କ ଡ୍ରାଇଭିଂ ଲାଇସେନ୍ସ ଛଅ ମାସ ପାଇଁ ନିଲମ୍ବିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି ।
କିଛି ଦିନ ତଳେ ସେହି ଯୁବକମାନଙ୍କ ମଧ୍ୟରୁ ଜଣଙ୍କ ନାମରେ ପୋଲିସ ଏକ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ମାମଲା ରୁଜୁ କରିଥିଲା । ଜ୍ୟୋତିଷ ନାମକ ସେହି ଯୁବକ ତୀବ୍ର ଗତିରେ ମୋଟର୍ ସାଇକେଲ୍ ଚଳାଇ ଜାନୁଆରୀ ୨୭ ତାରିଖରେ ଜଣେ ୩୮-ବର୍ଷୀୟା ମହିଳାଙ୍କୁ ଧକ୍କା ଦେଇଥିଲେ । ସେ ମହିଳା ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ ।