ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଦ୍ୱିତୀୟ ଦୁଇଟି ପ୍ରୟାସରେ ମଧ୍ୟ ସୌରଭ ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରିପାରି ନ ଥିଲେ । ଏହା ପରେ ୨୦୧୭ର ଚତୁର୍ଥ ପ୍ରୟାସରେ ସେ ଉଭୟ ପ୍ରିଲିମ୍ସ ଓ ମେନ୍ସ ପାସ୍ କରିଥିଲେ । ହେଲେ ତାଙ୍କର ଚୟନ ହୋଇପାରିଲା ନାହିଁ ।

ନିଜ ପରିଜନଙ୍କ ସହ ସୌରଭ ପାଣ୍ଡେ

ନିଜ ପରିଜନଙ୍କ ସହ ସୌରଭ ପାଣ୍ଡେ

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ କୌଣସି କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ତେବେ ଏହା ପାଇଁ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଧୈର୍ଯ୍ୟ । ଜଣେ ଯୁବକ UPSC ପରୀକ୍ଷାରେ ଛଅ ଥର ବିଫଳ ହେବା ପରେ ବି ନିଜ ପ୍ରୟାସ ଛାଡ଼ି ନ ଥିଲେ । ସେ ତାଙ୍କର ଷଷ୍ଠ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଆପଣ ଅନୁମାନ କରିପାରୁଥିବେ ଏହି ଯୁବକଙ୍କୁ ତାଙ୍କ ସ୍ଥିତିରେ ପହଞ୍ଚିବାକୁ କେତେ ଧୈର୍ଯ୍ୟ ଆବଶ୍ୟକ ହୋଇଥିବ ।

ଏହି ଯୁବକଙ୍କ ନାମ ହେଉଛି ସୌରଭ ପାଣ୍ଡେ । ସେ ଉତ୍ତର ପ୍ରଦେଶର ମିର୍ଜାପୁରର ବାସିନ୍ଦା । ସେ UPSC ୨୦୧୯ ପରୀକ୍ଷାରେ ୬୬ତମ ସ୍ଥାନ ହାସଲ କରିଛନ୍ତି । ଫଳସ୍ୱରୂପ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ହେଲେ ଏହି ଖୁସି ସୌରଭଙ୍କ ଘରକୁ ସେତେ ସହଜରେ ଆସି ନ ଥିଲା । ଏଥି ପାଇଁ ସେ ଛଅ ବର୍ଷ ଧରି ଧୈର୍ଯ୍ୟ ରଖିଥିଲେ ଓ ଉଦ୍ୟମ ଜାରି ରଖିଥିଲେ ।

UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସୌରଭଙ୍କୁ ଛଅ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ସେ ପାଞ୍ଚ ଥର ୟୁପିଏସସି ପରୀକ୍ଷା ଦେଇ ସଫଳ ହୋଇପାରି ନ ଥିଲେ । ଷଷ୍ଠ ଥର ପରୀକ୍ଷା ଦେବା ପରେ ସେ ସଫଳତା ହାସଲ କରିଥିଲେ ।

ବିଟ୍ସ ପିଲାନି (BITS Pilani)


ସୌରଭ ବିଟ୍ସ ପିଲାନିରୁ ଇଞ୍ଜିନିଅରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଓ ତା’ ପରେ ଚାକିରି କରିବା ଆରମ୍ଭ କରିଥିଲେ ବୋଲି ‘ଆଜ୍‌ ତକ୍‌’ରେ ଖବର ପ୍ରକାଶିତ ହୋଇଛି । ଚାକିରି ସମୟରେ ସେ UPSC ପରୀକ୍ଷା ଦେବା କଥା ଚିନ୍ତା କରିଥିଲେ । ୨୦୧୪ ମସିହାରେ ସେ UPSC ପରୀକ୍ଷା ପ୍ରଥମ ଥର ଦେଇଥିଲେ । ସେ ଏହି ପରୀକ୍ଷା ପାଇଁ ତିନି ମାସ ପ୍ରସ୍ତୁତ ହୋଇଥିଲେ । ହେଲେ ସେ ଥର ସେ ଏହି ପରୀକ୍ଷାରେ ସଫଳ ହୋଇପାରି ନ ଥିଲେ ।

ଦ୍ୱିତୀୟ ଦୁଇଟି ପ୍ରୟାସରେ ମଧ୍ୟ ସୌରଭ ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରିପାରି ନ ଥିଲେ । ଏହା ପରେ ୨୦୧୭ର ଚତୁର୍ଥ ପ୍ରୟାସରେ ସେ ଉଭୟ ପ୍ରିଲିମ୍ସ ଓ ମେନ୍ସ ପାସ୍‌ କରିଥିଲେ । ହେଲେ ତାଙ୍କର ଚୟନ ହୋଇପାରିଲା ନାହିଁ । ତା’ପରେ ପଞ୍ଚମ ପ୍ରୟାସରେ ମଧ୍ୟ ତାଙ୍କୁ ଚୟନ କରାଯାଇ ନ ଥିଲା ।

ସୌରଭ ଜାଣିପାରୁ ନ ଥିଲେ ପ୍ରିଲିମ୍ସ ଓ ମେନ୍ସ କ୍ଲିଅର୍ କରିବା ପରେ ମଧ୍ୟ UPSC ପରୀକ୍ଷାରେ ସେ କାହିଁକି ପାସ୍ କରିପାରୁନାହାନ୍ତି । ଏହା ପରେ ସେ ଏହି ପରୀକ୍ଷାର ଢାଞ୍ଚାର ସମ୍ପୂର୍ଣ୍ଣ ବିଶ୍ଳେଷଣ କରିଥିଲେ ଓ ପରୀକ୍ଷା ପ୍ରସ୍ତୁତି ସମୟରେ ସେ କେଉଁ ଭୁଲ୍ କରୁଛନ୍ତି ଓ କ’ଣ ହରାଉଛନ୍ତି ତାହା ଦେଖିଥିଲେ ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

‘‘ମୁଁ ମୋ’ ପ୍ରସ୍ତୁତିର ଢାଞ୍ଚା ବଦଳାଇଲି, କାରଣ ମୁଁ ଦେଖିଲି ଯେ ବହୁତ କମ୍ ମାର୍କ ଯୋଗୁଁ ମୁଁ ଏହି ପରୀକ୍ଷା ପାସ୍‌ କରିପାରୁନାହିଁ । ଷଷ୍ଠ ପ୍ରୟାସ ସମୟରେ ମୁଁ ଅଧିକ ଅଧ୍ୟୟନ କରି ନ ଥିଲି, କିନ୍ତୁ ଅନେକ ପ୍ରକାରର ପ୍ରଶ୍ନ ପତ୍ର ଦେଖିଥିଲି ଓ ସେଗୁଡ଼ିକର ସମାଧାନ କରିଥିଲି । ତା’ ସହିତ ଯେଉଁ ବିଷୟଗୁଡ଼ିକରେ ମୁଁ ଶକ୍ତିଶାଳୀ ଥିଲି, ସେସବୁରେ ଆହୁରି ଶକ୍ତିଶାଳୀ ହେଲି,’’ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ସୌରଭ କହିଛନ୍ତି ।



ସୌରଭ କହିଛନ୍ତି ଯେ ଅନେକ ଲୋକ ଭାବନ୍ତି ଜଣେ UPSC ପାଇଁ ଛଅ ଥର କେମିତି ପ୍ରସ୍ତୁତ ହୋଇପାରିବ । ‘‘କିନ୍ତୁ କହିବାକୁ ଗଲେ UPSC ପରୀକ୍ଷା ଏପରି ଏକ ପରୀକ୍ଷା ଯେ ଏଥିରେ ପ୍ରତ୍ୟେକ ପ୍ରୟାସ ପ୍ରଥମ ପ୍ରୟାସ ପରି ଲାଗିବ । ଏହି ପରୀକ୍ଷାରେ ତ୍ରୁଟି ହେବା ସାଧାରଣ କଥା, କିନ୍ତୁ ଆପଣ ଜାଣିବା ଉଚିତ୍ ଯେ ଆପଣ କେଉଁଠି ଭୁଲ୍ କରିଛନ୍ତି ଓ ସେଥିରେ ଉନ୍ନତି ହେବାର କେତେ ସମ୍ଭାବନା ଅଛି,’’ ସେ କହିଛନ୍ତି । (ଫଟୋ ସୌଜନ୍ୟ: ଆଜ୍‌ ତକ୍‌)
Published by:Anand Shankar Thankur Das
First published: