News18 Odia Digital
ଭୋପାଳ: ଗଣ ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିବା ପରେ ମଧ୍ୟପ୍ରଦେଶ ସରକାରଙ୍କୁ ଅଜବ ଦାବି କରିଛନ୍ତି ଅଭିଯୁକ୍ତ। କୋର୍ଟରେ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ଦାବି କରିଛି। କୋର୍ଟରେ ଦୀର୍ଘ ୬୬୬ଦିନ ରହିବା ଯୋଗୁଁ ସେ ଯୌନ ସୁଖରୁ ବଞ୍ଚିତ ହୋଇଛନ୍ତି। ଯେଉଁଥି ପାଇଁ ବ୍ୟକ୍ତି ଜଣଙ୍କ ସରକାରଙ୍କୁ ଏତେ ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି।
ରତଲାମ ଘୋରେଖଡା ନିବାସୀ କାନ୍ତିଲାଲ ସିଂ ଛଦ୍ମନାମ କାନ୍ତୁଙ୍କୁ ଏକ ଗଣଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। କିନ୍ତୁ ଗତ ଅକ୍ଟୋବର ୧୦ରେ ଏହି ମାମଲାରେ ଜିଲ୍ଲା ଓ ଅଧିବେଶନ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଜେଲରୁ ବାହାରିବା ପରେ କାନ୍ତୁ ନିଜର ଦାବି ରଖିଥିଲେ। କାନ୍ତୁଙ୍କ କହିବା ଅନୁଯାୟୀ, ସେ ନିର୍ଦ୍ଦୋଷ ଥିବା ସତ୍ତ୍ୱେ ତାଙ୍କୁ ୨ ବର୍ଷ ଜେଲର ନିର୍ଯାତନା ସହିବାକୁ ପଡିଲା। ଏହି କାରଣରୁ ତାଙ୍କ ପରିବାର ରାସ୍ତାକୁ ଆସିଯାଇଥିଲେ। ମିଥ୍ୟା ମାମଲା ଯୋଗୁଁ ତାଙ୍କୁ ୨ବର୍ଷ ଘରଠୁ ଦୂରରେ ରହିବାକୁ ପଡିଥିଲା। ପୋଲିସ ତାଙ୍କୁ ୩ ବର୍ଷ ଧରି ହଇରାଣ କରିଛି ଓ ସେ ୨ ବର୍ଷ ଜେଲରେ ରହିଥିଲେ। ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରିବାକୁ ପଡିଛି। ଏଥିପାଇଁ କାନ୍ତୁ ରତଲାମ ଜିଲ୍ଲା କୋର୍ଟରେ ୧୦ ହଜାର ୬ କୋଟି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।
କାନ୍ତୁ ଓକିଲ ବିଜୟ ସିଂ ଯାଦବ କହିଛନ୍ତି ଯେ ମାନବ ଜୀବନର କୌଣସି ମୂଲ୍ୟ ସ୍ଥିର ହୋଇପାରିବ ନାହିଁ। ପୋଲିସ ଏବଂ ରାଜ୍ୟ ସରକାର ଯୋଗୁଁ କାନ୍ତୁଙ୍କ ଜୀବନ ନଷ୍ଟ ହୋଇଯାଇଥିଲା। ନିର୍ଦ୍ଦୋଷ ଥିବା ସତ୍ତ୍ୱେ ତାଙ୍କୁ ୨ ବର୍ଷ ଜେଲର ନିର୍ଯାତନା ସହିବାକୁ ପଡିଲା। ଏବେ ସମାଜକୁ ଫେରିବା ଓ ଚାକିରି ପାଇବା ପାଇଁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଦାବି କରାଯାଇଛି। ସମାଜକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ମହିଳାମାନେ ସେମାନଙ୍କର ଅଧିକାରର ଅପବ୍ୟବହାର କରିବା ଉଚିତ୍ ନୁହେଁ। କାନ୍ତୁ ସେହି ପଇସାରୁ ଓକିଲଙ୍କ ପାଉଣା ଦେବାକୁ ଚାହୁଁଛନ୍ତି ।
ସବୁଠୁ ବଡ଼ କଥା ହେଉଛି ଜେଲରେ ଥିବା ସମୟରେ କାନ୍ତୁ ତାଙ୍କ ପତ୍ନୀଙ୍କ ଠାରୁ ଦୂରରେ ଥିଲେ। ସେ ଶାରୀରିକ ସୁଖ ପାଇବାରୁ ବଞ୍ଚିତ ଥିଲେ। ଶାରୀରିକ ସୁଖକୁ ଈଶ୍ୱରଙ୍କ ବରଦାନ ମାନୁଥିବା କାନ୍ତୁ ୧୦ହଜାର କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଜିଲ୍ଲା ଜଜଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।