ଏହି ୪ଟି କାରଣରୁ ଆପଣଙ୍କର ରାସନ କାର୍ଡ ହୋଇଯିବ ବାତିଲ: ପଢନ୍ତୁ ସରକାରଙ୍କ ଏହି ନୂଆ ନିୟମ !

ରାସନ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏହି ୪ଟି କାରଣରୁ କଟିଯିବ ଆପଣଙ୍କ ରାସନ କାର୍ଡ !

ଏହି ୪ଟି କାରଣରୁ ଆପଣଙ୍କର ରାସନ କାର୍ଡ ହୋଇଯିବ ବାତିଲ: ପଢନ୍ତୁ ସରକାରଙ୍କ ଏହି ନୂଆ ନିୟମ !

ଏହି ୪ଟି କାରଣରୁ ଆପଣଙ୍କର ରାସନ କାର୍ଡ ହୋଇଯିବ ବାତିଲ: ପଢନ୍ତୁ ସରକାରଙ୍କ ଏହି ନୂଆ ନିୟମ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Ration Card New Rules: ରାସନ କାର୍ଡ ଧାରକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ମଧ୍ୟ ଏକ ରାସନ କାର୍ଡ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର (important news) ରହିଛି । ଲକ୍ଷ ଲକ୍ଷ ରାସନ କାର୍ଡଧାରୀଙ୍କୁ କେନ୍ଦ୍ର ସରକାର ମାଗଣା (free)ରେ ରାସନ ସୁବିଧା ପ୍ରଦାନ କରୁଛନ୍ତି । ସରକାର (govt) ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଅର୍ଥାତ୍ ୨୦୨୩ ମସିହାରେ, ରାସନ କାର୍ଡଧାରୀମାନେ ମାଗଣା ରାସନର ଲାଭ ପାଇବାକୁ ଜାରି ରଖିବେ, କିନ୍ତୁ ଦେଖାଯାଉଛି ଯେ ଅନେକ ଅଯୋଗ୍ୟ ବ୍ୟକ୍ତି ମାଗଣା ରାସନର ଲାଭ (benefits) ଉଠାଉଛନ୍ତି, ଏହି ଲୋକଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ (action) ଗ୍ରହଣ କରାଯିବ।

ନିଜେ ଫେରାଇ ଦିଅନ୍ତୁ ରାସନ କାର୍ଡ

ଏଥିପାଇଁ ସରକାରଙ୍କ ତରଫରୁ ଲୋକଙ୍କ ନିକଟରେ ଏକ ଆବେଦନ କରାଯାଉଛି ଯେ ଏହିପରି ବ୍ୟକ୍ତିମାନେ ନିଜେ ରାସନ କାର୍ଡ ଫେରାଇ (Ration Card Return) ଦିଅନ୍ତୁ । ଯଦି ରାସନ କାର୍ଡ ଫେରାଇବେ ନାହିଁ, ତେବେ ଖାଦ୍ୟ ବିଭାଗ (food department) ଟିମ୍ ଯାଞ୍ଚ ପରେ ଏହାକୁ ବାତିଲ କରିବେ । ଏପରିକି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।

ଜାଣନ୍ତୁ ସରକାରଙ୍କ ନିୟମ କ’ଣ?

ଯଦି ଜଣେ କାର୍ଡଧାରୀଙ୍କର ଏକ ପ୍ଲଟ୍ / ଫ୍ଲାଟ (flat) କିମ୍ବା ୧୦୦ ବର୍ଗ ମିଟର ଘର, ଚାରି ଚକିଆ ଯାନ (four wheeler) / ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହର (town)ରେ ତିନି ଲକ୍ଷରୁ ଅଧିକ ଆୟ ରହିଥାଏ, ତେବେ ଏପରି ଲୋକମାନେ ସେମାନଙ୍କର ରାସନ କାର୍ଡ ତହସିଲ କିମ୍ବା ଡିଏସଓ  କାର୍ଯ୍ୟାଳୟ (dso office)ରେ ଫେରାଇବାକୁ ପଡିବ ।

ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

ସରକାରଙ୍କ ନିୟମ (rules) ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସମର୍ପଣ ନକରନ୍ତି, ତେବେ ଅନୁସନ୍ଧାନ ପରେ ଏପରି ଲୋକଙ୍କ କାର୍ଡ ବାତିଲ (card cancel) କରାଯିବ । ଏହା ସହିତ ସେହି ପରିବାର (family) ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ, ବ୍ୟକ୍ତି ଯେବେଠାରୁ ରାସନ ନେଉଥିବେ, ସେହି ଦିନଠାରୁ ସମସ୍ତ ରାସନ ତାଙ୍କୁ ଫେରାଇବାକୁ (return) ପଡ଼ିବ ।

ଏହି ଖବର ପଢ଼ନ୍ତୁ -  IPL 2023: Delhi Capitalsରେ... କିଏ ନେବେ ଋଷଭ ପନ୍ତଙ୍କ ସ୍ଥାନ? ଏହି ଖେଳାଳିଙ୍କ ନାଁ ନେଲେ କୋଚ...
Published by:Soubhagya Mishra
First published: