News18 Odia Digital
Aadhaar Mobile Number Verify: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ମଙ୍ଗଳବାର ଦିନ ଏହାର ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ରେ ଏକ ନୂଆ ସୁବିଧା ଲଞ୍ଚ କରିଛି ଯେଉଁଥିରେ ଲୋକମାନେ ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ଫୋନ୍ ଏବଂ ଇ-ମେଲ୍ IDକୁ ସହଜରେ ଯାଞ୍ଚ କରିପାରିବେ।
କେତେକ କ୍ଷେତ୍ରରେ ଏହା ଦେଖାଗଲା ଯେ କେଉଁ ମୋବାଇଲ୍ ନମ୍ବର ସେମାନଙ୍କ ଆଧାର ସହିତ ଲିଙ୍କ୍ ହୋଇଛି ଲୋକମାନେ ମଧ୍ୟ ଜାଣି ନାହାଁନ୍ତି। ଏହାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି।
UIDAI ଏକ ବୟାନରେ କହିଛି, “ଏହା ଲୋକମାନଙ୍କୁ ଚିନ୍ତିତ କରୁଥିଲା ଯେ ଯଦି ଆଧାର OTP ଅନ୍ୟ କିଛି ମୋବାଇଲ୍ ନମ୍ବରକୁ ଯାଏ, ତେବେ ସେମାନେ ଜାଣିବେ ନାହିଁ। ବର୍ତ୍ତମାନ ଏହି ସୁବିଧା ସହିତ, ଲୋକମାନେ କେଉଁ ମୋବାଇଲ୍ କିମ୍ବା ଇ-ମେଲ୍ ID ସେମାନଙ୍କର ଆଧାର ସହିତ ଲିଙ୍କ୍ ହୋଇଛି ତାହା ସହଜରେ ଜାଣିପାରିବେ।’’
ବୟାନ ଅନୁଯାୟୀ, 'ଇମେଲ / ମୋବାଇଲ୍ ନମ୍ବର' ଯାଞ୍ଚ ଫିଚର ଅଧୀନରେ ଅଫିସିଆଲ୍ ୱେବସାଇଟ୍ କିମ୍ବା ଏମ-ଆଧାର ଆପ୍ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହୋଇପାରିବ। ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ଏହି ସୁବିଧା ଲୋକଙ୍କୁ ସୂଚିତ କରେ ଏବଂ ମୋବାଇଲ୍ ନମ୍ବର ଅପଡେଟ୍ କରିବା ବିଷୟରେ ମଧ୍ୟ ସୂଚିତ କରିବ।
ବୟାନ ଅନୁଯାୟୀ, “ଯଦି ମୋବାଇଲ୍ ନମ୍ବର ଯାଞ୍ଚ ହୋଇସାରିଛି, ତେବେ ସ୍କ୍ରିନରେ ବାସିନ୍ଦାଙ୍କୁ ଏକ ମେସେଜ ପ୍ରଦର୍ଶିତ ହେବ। ସେହି ବାର୍ତ୍ତାରେ ଏହା ଲେଖାଯିବ ଯେ ତୁମ ଦ୍ୱାରା ପ୍ରବେଶ କରିଥିବା ମୋବାଇଲ୍ ନମ୍ବର ଆମର ରେକର୍ଡରୁ ପୂର୍ବରୁ ଯାଞ୍ଚ ହୋଇସାରିଛି।’’
ପଢ଼ନ୍ତୁ ଏହି ଖବର: ଖାଲି ବ୍ୟାଙ୍କ ନୁହେଁ ପୋଷ୍ଟ ଅଫିସ ଆକାଉଣ୍ଟରେ ମଧ୍ୟ ମିଳୁଛି ଏହି ସବୁ ସୁବିଧାଯଦି ଆଧାର ନମ୍ବର ନେବା ସମୟରେ ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ଯଦି କେହି ମନେ ରଖନ୍ତି ନାହିଁ, ତେବେ ସେ କ୍ଷେତ୍ରରେ ସେମାନେ ଏମ-ଆଧାର ପୋର୍ଟାଲ୍ କିମ୍ବା mAadhaar ଆପରେ ନୂଆ ସୁବିଧା ଅଧୀନରେ ମୋବାଇଲର ଶେଷ ତିନି ଅଙ୍କ ଯାଞ୍ଚ କରିପାରିବେ। UIDAI, ଇମେଲ ଏବଂ ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ନିକଟସ୍ଥ ଆଧାର କେନ୍ଦ୍ର ପରିଦର୍ଶନ ମଧ୍ୟ କରିବାପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।