News 18 Odia Digital
ନୂଆଦିଲ୍ଲୀ: ପ୍ରସିଦ୍ଧ ଜିନ୍ସ୍ କମ୍ପାନି Levi Strauss & Co ଅଲଗା ଅଲଗା ଶରୀରର ଆକାର ଓ ଚର୍ମ ରଙ୍ଗ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence) ମଡେଲ ଦେଖାଇବେ । ଏହି ଉପାୟ ଏଥିପାଇଁ ଆସିଛି ଯାହାଫଳରେ ଗ୍ରାହକମାନେ ସେମାନଙ୍କ ପରି ଦେଖା ଯାଉଥିବା ଏକ ଅବତାର ଦେଖିପାରିବେ ଓ ସେମାନଙ୍କୁ ଫିଟ୍ ହେଲା ଭଳି ପୋଷାକ ମଧ୍ୟ ସେମାନଙ୍କୁ ମିଳିପାରିବ ।
ଆଜିକାଲି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ପ୍ରତ୍ୟକ କ୍ଷେତ୍ରରେ ହେଉଛି । ତେବେ ଆପଣମାନେ ଚାର୍ଟ ଜିପିଟି, ବାର୍ଡ ଏଆଇ ଓ ବିଙ୍ଗ୍ ଭଳି ଏଆଇ ଚାର୍ଟ ବିଷୟରେ ଶୁଣିଥିବେ। ଏହି ଟୋକ୍ନୋଲୋଜି ଲୋକମାନଙ୍କୁ ମଣିଷ ପରି ପ୍ରତିକ୍ରିୟା ଦେଇଥାଏ। କିନ୍ତୁ ଆଜି ଆପଣମାନଙ୍କୁ ଏଆଇ ସହିତ ଯୋଡି ହୋଇଥିବା ଏଭଳି ଖବର ବିଷୟରେ ଜଣାଇବୁ ଯାହା ସବୁଠାରୁ ଅଲଗା ଓ ଭିନ୍ନ । ପ୍ରସିଦ୍ଧ ଜିନ୍ସ୍ ବ୍ରାଣ୍ଡ Levi Strauss and Co. ମଧ୍ୟ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଶଂସକ ହୋଇଯାଇଛି ଏବଂ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ପାଇଁ ଏଆଇ ମଡେଲର ଶୁଭାରମ୍ଭ କରିବାକୁ ଯାଉଛି ।
ଲେଭି କମ୍ପାନି ଗ୍ରାହକମାନଙ୍କୁ ଜିନ୍ସ୍ ଦେଖାଇବା ପାଇଁ ଏଆଇ ଜେନେରେଟେଡ ମଡେଲର ବ୍ୟବହାର କରିବ। ତେବେ କମ୍ପାନି ତରଫରୁ ଏହି ଟୋକ୍ନୋଲୋଜିକୁ ଚଳିତ ବର୍ଷର ଶେଷ ସୁଦ୍ଧା ଲଞ୍ଚ କରାଯିବ । ଜିନ୍ସ୍ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହେଇଥିବା ଏହି କମ୍ପାନି ବର୍ତ୍ତମାନ ପ୍ରତି ପୋଷାକ ପାଇଁ ଏକ ମାନବ ମଡେଲ ପ୍ରଦର୍ଶନ କରିବାକୁ ଯାଉଛି । ଲେଭିର ଏହି ପ୍ରଥମ ଏଆଇ ମଡେଲ ବିଭିନ୍ନ ପ୍ରକାରର ଶରୀର ଓ ଚର୍ମ ରଙ୍ଗ, ବୟସ ସହିତ ପୋଷାକ ଦେଖାଇବ, ଯାହା ଗ୍ରାହକମାନଙ୍କୁ ପସନ୍ଦ ଆସିବ । ତେବେ ଆମେରିକାର ଏହି କମ୍ପାନି ବିଶ୍ୱାସ କରେ ଯେ ଏଆଇ କେବେ ମଧ୍ୟ ମଣିଷକୁ ସମ୍ପୂର୍ଣ୍ଣ ଭାବରେ ରିପ୍ଲେସ କରିପାରିବ ନାହିଁ। ତଥାପି ଏହି ଡିଜିଟାଲ ମଡେଲଗୁଡିକ ଗ୍ରାହକମାନଙ୍କୁ ଅଧିକ ବ୍ୟକ୍ତିଗତ ପସନ୍ଦ ସପିଙ୍ଗ୍ ର ଅଭିଜ୍ଞତା ଦେବ ।
ନେଦରଲ୍ୟାଣ୍ଡର ଏକ ଡିଜିଟାଲ ଫ୍ୟାସନ ଷ୍ଟୁଡିଓ Lalaland.ai ଆଡଭାନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବା ସହିତ ଫ୍ୟାସନ ବ୍ରାଣ୍ଡ୍ ଓ ରିଟେଲର୍ସଙ୍କୁ ଏଆଇର ସେବା ପ୍ରଦାନ କରୁଛି । ଏହି କମ୍ପାନୀ ଗ୍ରାହକ ମାନଙ୍କର ରିୟଲଷ୍ଟିକ ମଡେଲ ପ୍ରସ୍ତୁତ କରେ। ଏହି ଟୋକ୍ନୋଲୋଜିକୁ ଲେଭି ପାଇଁ ବ୍ୟବହାର କରାଯିବ । ଲେଭିର ଆବଶ୍ୟକତା ପାଇଁ ଫ୍ୟାସନ ଷ୍ଟୁଡିଓର ସଫ୍ଟୱେର ବହୁତ ଭଲ ଅଟେ । ଏହା ମାଧ୍ୟମରେ ଲୋକମାନେ ସହଜରେ ଶାରୀରିକ, ଇମୋସନାଲ୍, ଏବଂ ବିଭିନ୍ନ ପୋଜରେ ସହଜରେ ସେମାନଙ୍କର ଷ୍ଟାଇଲ ଅବତାର ବନେଇ ପାରିବେ। ଏହି ଟୋକ୍ନୋଲୋଜି ଡିଜିଟାଲ ମଡେଲ ଡିଜାଇନ୍ କରିବା ପାଇଁ ବହୁତ ଭଲ । ତେବେ ଏହି ଦୁଇଟି କମ୍ପାନୀ ସହଭାଗିତାର କୌଣସି ତଥ୍ୟ ସେୟାର କରିନାହାଁନ୍ତି ।
ଏହି ଡିଜିଟାଲ ଫ୍ୟସନ କମ୍ପାନୀର ୱେବସାଇଟରୁ ଜଣାପଡିଛି ଯେ ଏହା ମାସିକ ସବସ୍କ୍ରିପସନ୍ ଫି ଆଦାୟ କରେ। ଏଥିରେ ଏକ କଷ୍ଟମ ଭର୍ସନ ଅଛି ଯାହା ପ୍ରାଇସ ଦେଖାଏ ନାହିଁ ।
ଏହି ଖବର ପଢ଼ନ୍ତୁ -
ନିଶା କହିଲେ... ମୁଁ ଫୁଲ୍ ଡ୍ରେସ୍ ପିନ୍ଧି ନାଚୁଛି, ସମ୍ପୂର୍ଣ୍ଣ ଭଦ୍ରାମୀର ସହ ଡ୍ୟାନ୍ସ କରେ- ରାନୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।