ହଲରେ ଫିଲ୍ମ ଦେଖିବା ସହ ଲାପଟପରେ କାମ କରୁଥିଲେ ଯୁବକ: ଦେଖନ୍ତୁ ଭିଡିଓ

ସିନେମା ହଲ ଭିତରେ ଚାଲିଛି Work from home । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଲୋକେ କହିଲେ ଏମିତି ।

ହଲରେ ଫିଲ୍ମ ଦେଖିବା ସହ ଲାପଟପରେ କାମ କରୁଥିଲେ ଯୁବକ: ଦେଖନ୍ତୁ ଭିଡିଓ

ହଲରେ ଫିଲ୍ମ ଦେଖିବା ସହ ଲାପଟପରେ କାମ କରୁଥିଲେ ଯୁବକ: ଦେଖନ୍ତୁ ଭିଡିଓ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କରୋନା ମହାମାରୀ ପରେ 'ଘରୁ କାମ' (work from home) ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ଅନେକ କାର୍ଯ୍ୟାଳୟ (company) ସେମାନଙ୍କ କର୍ମଚାରୀମାନଙ୍କୁ 'ଘରୁ କାମ' କରିବାର ସୁବିଧା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ବୁଲାବୁଲି କରିବା ସମୟରେ ମଧ୍ୟ କାମ କରନ୍ତି । ଅର୍ଥାତ୍, କେହି ପାହାଡ଼ ଉପରେ କିମ୍ବା ସମୁଦ୍ର କୂଳରେ ଥିଲେ ମଧ୍ୟ ସେଠାରୁ ଆରାମରେ ଅଫିସ୍ କାମ (office work) କରି ପାରୁଛନ୍ତି ।

ୱାର୍କ ଫର୍ମ ହୋମ କରୁଥିବା ବ୍ୟକ୍ତିମାନଙ୍କୁ କେବଳ ଏକ ଭଲ ଇଣ୍ଟରନେଟ୍ ସଂଯୋଗ (internet connection) ଓ ଏକ ଲାପଟପ୍ (laptop) ଦରକାର । ଅବଶ୍ୟ, ଆପଣ ଅନେକ ଲୋକଙ୍କୁ ଏକ କାଫେରେ ବସିଥିବାବେଳେ WFH କରୁଥିବା ମଧ୍ୟ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ (social media)ରେ ଏମିତି ଏକ କ୍ଲିପ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସିନେମା ହଲରେ ସିନେମା ଦେଖିବା ସହ ସେହି ହଲରେ ବସି ଲାପଟପ୍ ଚଳାଉଥିବାର ନଜର ଆସିଛନ୍ତି । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଲୋକ କହିଥିଲେ କି ଏହି ଭାଇ ୱାର୍କ୍ ଫର୍ମ ହୋମକୁ ନେକ୍ସ୍ଟ ଲେବଲ୍ ଯାଏଁ ନେଇ ଗଲେ ତ ଆଉ କେହି ଲେଖିଛନ୍ତି - ଏହା ୱାର୍କ୍ ଫର୍ମ ହୋମର ସୁବିଧା । ଜଣେ ଭଦ୍ରଲୋକ ଲେଖିଛନ୍ତି ଯେ, ବଡ ପ୍ରଶ୍ନ ହେଉଛି ସେହି ବ୍ୟକ୍ତି ଲାପଟପକୁ କିପରି ହଲ ଭିତରକୁ ନେଇକି ଗଲେ?

ଏହି ଭିଡିଓଟି ଏପ୍ରିଲ ୧୦ ରେ ଇନଷ୍ଟାଗ୍ରାମ ପୃଷ୍ଠା @bangalore_malayalis ଦ୍ୱାରା ପୋଷ୍ଟ କରାଯାଇଥିଲା । ସେ ଏହାର କ୍ୟାପସନ୍ (caption) ଦେଇଛନ୍ତି, "ଯେତେବେଳେ ତୁମେ ଭାବୁଛ କି ତୁମେ ସବୁ ଦେଖିଛ, ସେତେବେଳେ ବେଙ୍ଗାଲୁରୁ କିଛି ନୂଆ ଆଣିଥାଏ !" ଖବର ଲେଖିବା ପର୍ଯ୍ୟନ୍ତ, ଭିଡିଓଟି ୭ ଲକ୍ଷ ୩୨ ହଜାର ଭ୍ୟୁ ଏବଂ ୪୨ ହଜାରରୁ ଅଧିକ ଲାଇକ୍ ପାଇଛି । ଭିଡିଓଟି ଏବେ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ୟୁଜର ଏହା ଉପରେ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି । କିଛି ଉପଭୋକ୍ତା ଲେଖିଛନ୍ତି ଯେ ଘରୁ କାମର ଲାଭ । ଆଉ ଜଣେ ପଚାରିଥିଲେ କିପରି ଲାପଟପ୍ ଭିତରକୁ ଅନୁମତି ଦିଆଗଲା । ତୃତୀୟଟି ଲେଖିଛି ଯେ ଡେଡ ଲାଇନ ଦିଆ ଯାଇଥିବ। ଏହା ଉପରେ ଆପଣଙ୍କ ମତାମତ କ’ଣ? କମେଣ୍ଟ ବକ୍ସରେ କୁହନ୍ତୁ ।

https://www.instagram.com/reel/Cq3G1xWAMsM/

ଏହି ଖବର ପଢ଼ନ୍ତୁ -  ୭୩% ଦର୍ଶକ ଜିଓ ସିନେମାରେ ଦେଖୁଛନ୍ତି ଆଇପିଏଲ୍‌: ସ୍କୋର ରିପୋର୍ଟ
Published by:Soubhagya Mishra
First published: