News18 Odia Digital
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା। ସାମାନ୍ୟ ଭୁଲ ପାଇଁ ଚାଲିଗଲା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ। ମଦ ପିଇବା ବେଳେ ଭଏଗ୍ରା ଟାବଲେଟ ଖାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ମଦ ପିଉଥିବା ବେଳେ ବ୍ୟକ୍ତି ଜଣଙ୍କ ଦୁଇଟି ଭାଏଗ୍ରା ଟାବଲେଟ ଖାଇ ଦେଇଥିଲେ। ଏହାର ଠିକ ଦିନକ ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେମିକାଲ ରିଆକ୍ସନ ପାଇଁ ତାଙ୍କ ମସ୍ତିସ୍କ ଭିତରେ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଏହି କାରଣ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।
ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ୬ ଣିଆ ରିସର୍ଚ୍ଚ ଟିମ୍ ଦ୍ୱାରା ପ୍ରଦତ୍ତ ଏକ ରିପୋର୍ଟ ଫରେନସିକ ଓ ଲେଗାଲ ମେଡିସନ ପତ୍ରିକାରେ ଏହି ଖବର ପ୍ରକାଶ ପାଇଛି।
ଭାରତୀୟ ରିସର୍ଚ୍ଚରଙ୍କ ମୁତାବକ, ଉକ୍ତ ବ୍ୟକ୍ତି ଜଣଙ୍କ ଇରେକ୍ଟାଇଲ ଡିସଫଙ୍କସନର ଟ୍ରିଟମେଣ୍ଟ କରିବା ପାଇଁ ମଦ ସହିତ ଦୁଇଟି ଭାଏଗ୍ରା ଟାବଲେଟ ସେବନ କରିଥିଲେ। ତେବେ ଏହାପରେ ତାଙ୍କର ବ୍ରେନ ମଧ୍ୟରେ ଅତ୍ୟଧିକ ରକ୍ତସ୍ରାବ ବିକଶିତ ହୋଇ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଗବେଷକଙ୍କ ଟିମ ଏହି ତଥ୍ୟ ସବମିଟ୍ କରିଥିବା ବେଳେ ଚଳିତ ସପ୍ତାହରେ ତାହା ଅନଲାଇନରେ ଉପଲବ୍ଧ ହୋଇଛି।
ପଢ଼ନ୍ତୁ ଏହି ଖବର: ୫ ଲକ୍ଷ ନିବେଶ କରି ପାଆନ୍ତୁ ୫୦ ଲକ୍ଷ ରିଟର୍ଣ୍ଣ; LIC ଆଣିଛି ବିମା ରତ୍ନ ଯୋଜନାଆହୁରି ମଧ୍ୟ ଏଥିରେ କୁହାଯାଇଛି ଯେ ୪୧ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କର ଜଣେ ବାନ୍ଧବୀଙ୍କ ସହ ହୋଟେଲରେ ରହିଥିଲେ। ପୂର୍ବରୁ ତାଙ୍କର କୌଣସି ପ୍ରକାରର ମେଡିକାଲ କିମ୍ବା ସର୍ଜିକାଲ ସମସ୍ୟା ନଥିଲା। ସେ ବାନ୍ଧବୀଙ୍କ ସହ ରହିବା ସମୟରେ ସେ ୫୦ ଏମଜିର ଦୁଇଟି sildenafi ବଟିକା ଖାଇଥିଲେ। ଏହି ବଟିକା ଭାଏଗ୍ରା ବ୍ରାଣ୍ଡ ନାଁରେ ବିକ୍ରି ହୋଇଥାଏ। ଏହି ସମୟରେ ବ୍ୟକ୍ତି ଜଣଙ୍କ ମଦ ମଧ୍ୟ ପିଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।