ବୟଫ୍ରେଣ୍ଡ ନା ଜହ୍ଲାଦ? ପ୍ରେମିକାକୁ ମେସେଜ୍‌ କରିବାରୁ ସାଙ୍ଗର ହାର୍ଟ କାଢ଼ି ଆଣିଲା ପାଗଳ ପ୍ରେମିକ

Murder Case: ହତ୍ୟା ପରେ ସାଙ୍ଗର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେମିକାକୁ ହ୍ବାଟ୍‌ସଆପ୍‌ କଲା ପ୍ରେମିକ।

ତ୍ରିକୋଣୀୟ ପ୍ରେମରୁ ହତ୍ୟା !

ତ୍ରିକୋଣୀୟ ପ୍ରେମରୁ ହତ୍ୟା !

  • News18 Odia
  • Last Updated :
  • Hyderabad, India
  • Share this:
ଗାର୍ଲଫ୍ରେଣ୍ଡକୁ ମେସେଜ୍‌ କରିବାରୁ ମର୍ଡର । ସୈତାନ ସାଜି ସାଙ୍ଗକୁ ଖଣ୍ଡ ଖଣ୍ଡ କଲା ସାଙ୍ଗ । ବୟଫ୍ରେଣ୍ଡର ବର୍ବରତାକୁ ନେଇ ସାରା ଦେଶରେ ଚର୍ଚ୍ଚା । କୁହାଯାଏ ପ୍ରେମ ଅମଣିଷକୁ ମଣିଷ କରିଦିଏ । କିନ୍ତୁ ଏଇଠି ପୂରା ଓଲଟା ହୋଇଛି । ପ୍ରେମିକାକୁ ଗୋଟିଏ ମେସେଜ୍‌ ପାଇଁ ପାଗଳ ହୋଇ ନିଜ ବନ୍ଧୁର ମୁଣ୍ଡ କାଟିଦେଲା ପ୍ରେମିକ । ଖାଲି ସେତିକି ନୁହେଁ ଏହାର ଫଟୋ ଉଠାଇ ପ୍ରେମିକାକୁ ପଠାଇଲା ।

ହାଇଦ୍ରାବାଦରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଜଣେ ୨୨ ବର୍ଷୀୟ ଯୁବକ ନିଜର ସାଙ୍ଗକୁ ନିର୍ମମ ଭାବରେ ହତ୍ୟା କରିଥିବା ଜଣାପଡିଛି । କେବଳ ସେତିକି ନୁହେଁ, ଜହ୍ଲାଦ ଜଣକ ନିଜ ସାଙ୍ଗକୁ ହତ୍ୟା କରିବା ପରେ ତାର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି । ଛାତି ଚିରି ହୃତ୍‌ପିଣ୍ଡ ବାହାର କରିଦେବା ସହ ତାର ଯୌନାଙ୍ଗ ଓ ଆଙ୍ଗୁଠିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଇଥିବା ଜଣାପଡ଼ିଛି । ଅଭିଯୁକ୍ତଜଣକ ଯାହାକୁ ନିଜର ଗାର୍ଲଫ୍ରେଣ୍ଡ ବୋଲି କହୁଛି ତା ସହ ମୃତ ସାଙ୍ଗର ପୂର୍ବରୁ ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ତେଣୁ ହତ୍ୟାର କାରଣ ତ୍ରିକୋଣୀୟ ପ୍ରେମ ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ପୋଲିସ ଶବ ଜବତ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସୂଚନା ଅନୁସାରେ ନବୀନ, ହରିହର କୃଷ୍ଣ ଓ ଉକ୍ତ ଯୁବତୀଜଣକ ଗୋଟିଏ କଲେଜରେ ପାଠ ପଢ଼ନ୍ତି । ଉକ୍ତ ଯୁବତୀ ସହ ଦୁଇ ଜଣ ପ୍ରେମରେ ପଡ଼ିଥିଲେ। ନବୀନ ପ୍ରଥମେ ଝିଅକୁ ଭଲ ପାଇଥିଲା ଏବଂ ଦୁହେଁ ଡେଟିଂ ଆରମ୍ଭ କରିଥିଲେ । ଏମିତି କିଛି ବର୍ଷ ଦୁହିଙ୍କ ଭିତରେ ରୋମାନ୍ସ ଚାଲିବା ପରେ ସେମାନଙ୍କ ମଧ୍ୟରେ ଫାଟ ହୋଇଥିଲା । ଏହାପରେ ହରିହର , ଯୁବତୀକୁ ପ୍ରେମ ନିବେଦନ କରିଥିଲା ଏବଂ ଏହାକୁ ସେ ଗ୍ରହଣ କରିଥିଲା । କିନ୍ତୁ ନବୀନ ସହ ଝିଅର ପୂର୍ବରୁ ସମ୍ପର୍କ ଥିବାରୁ ସେ ଝିଅ ପାଖକୁ ମେସେଜ ପଠାଇବା ସହିତ ତା ସହ ଫୋନରେ କଥା ହେଉଥିଲା । କୃଷ୍ଣ ଏ କଥା ଜାଣିଲା ପରେ ଉତ୍‌କ୍ଷିପ୍ତ ହୋଇଉଠିଲା । ଫେବ୍ରୁଆରି ୧୭ରେ ନବୀନ ଓ ହରିହର ଭିତରେ ଝଗଡ଼ା ହୋଇଥିଲା ଏବଂ ହରିହର ନବୀନକୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ସେ ନବୀନର ମୁଣ୍ଡ କାଟ କରି ହାର୍ଟ କାଢିବା ସହ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଖଣ୍ଡ ଖଣ୍ଡ କରି କାଟି ତାର ଫଟୋ ଉଠାଇ ଗାର୍ଲଫ୍ରେଣ୍ଡ ପାଖକୁ ହ୍ବାଟ୍‌ସଆପ୍‌ କରିଥିଲା ।
Published by:nihar panda
First published: