କ’ଣ ଆପଣ ଆଧାର କାର୍ଡରେ ଥିବା ଫଟୋକୁ ନେଇ ଖୁସି ନୁହଁନ୍ତି? ଆଜି ହିଁ ବଦଳାନ୍ତୁ, ଜାଣନ୍ତୁ Process

ଅଧିକାଂଶ ଲୋକ ଏପରି ଅଛନ୍ତି ଯେଉଁମାନେ ନିଜ ଆଧାର କାର୍ଡରେ ଥିବା ଫଟୋରେ ଖୁସି ନୁହଁନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଓ ଏହାକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣ ଜାଣିରଖନ୍ତୁ ଯେ କିପରି ଆଧାର କାର୍ଡରେ ଥିବା ଫଟୋକୁ ସହଜରେ ବଦଳାଇ ପାରିବେ ।

ଏହିପରି ବଦଳାନ୍ତୁ ଆଧାର କାର୍ଡରେ ଥିବା ଫଟୋ

ଏହିପରି ବଦଳାନ୍ତୁ ଆଧାର କାର୍ଡରେ ଥିବା ଫଟୋ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଆଧାର କାର୍ଡରେ (Aadhaar Card) ଥିବା ଫଟୋକୁ ନେଇ ଖୁସି ନୁହଁନ୍ତି । ଅନେକ ସମୟରେ ଲୋକମାନେ ମଧ୍ୟ ଏହାକୁ ନେଇ ଥଟ୍ଟା କରନ୍ତି । ଯଦି ଆପଣ ମଧ୍ୟ ସେହିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଆଧାର କାର୍ଡରେ ଥିବା ଫଟୋକୁ ନେଇ ଖୁସି ନୁହଁନ୍ତି ଓ ଏହାକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣ ଜାଣିରଖନ୍ତୁ ଯେ କିପରି ଫଟୋକୁ ସହଜରେ ବଦଳାଇ ପାରିବେ । ବାସ୍ତବରେ, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡଧାରୀମାନଙ୍କୁ ଆଧାର କାର୍ଡରେ ନିଜର ଫଟୋ ଅପଡେଟ୍ କରିବାକୁ ଅନୁମତି ଦେଇଥାଏ । ଆଧାର କାର୍ଡରେ ଭଲ ଫଟୋ ପାଇବା ପାଇଁ ଏଠାରେ ଆମେ ଆପଣଙ୍କୁ ସହଜ ଉପାୟ କହୁଛୁ । ଆଧାର କାର୍ଡଧାରୀମାନେ ସେମାନଙ୍କର ନିକଟତମ ଆଧାର ନାମଲେଖା କେନ୍ଦ୍ର ଭିଜିଟ କରି ଏହା କରିପାରିବେ । ତେବେ ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା ...

ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍
UIDAI ଅନୁଯାୟୀ ଏଥିପାଇଁ ଆଧାର କାର୍ଡଧାରୀଙ୍କୁ ନିଜ ନିକଟସ୍ଥ ଆଧାର ନାମଲେଖା କେନ୍ଦ୍ରକୁ (Aadhaar enrollment center) ଯାଇ ଆଧାର କାର୍ଡ ଫଟୋ ଅପଡେଟ୍ କରିବା ପାଇଁ ଫଟୋ ପରିବର୍ତ୍ତନ ଫର୍ମ ମାଗିବାକୁ ପଡିବ । ଆଧାର ନାମଲେଖା କେନ୍ଦ୍ରରେ କର୍ମଚାରୀ ଫଟୋ ବଦଳାଇବା ପାଇଁ ଫି ଭାବରେ ୨୫ + ଜିଏସ୍ଟି ମାଗିବେ । ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଥିବା ଆଧାର କାର୍ଡ ଆଜି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି । ଏହାର ୱେବସାଇଟରେ UIDAI ଆଧାର କାର୍ଡରେ ଅନ୍ୟାନ୍ୟ ପରିବର୍ତ୍ତନ କିମ୍ବା ଅପଡେଟ୍ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀର ରୂପରେଖ ପ୍ରସ୍ତୁତ କରିଛି ।

ଏହା ହେଉଛି ଆଧାର କାର୍ଡରେ ଫଟୋ ବଦଳାଇବା ପାଇଁ ପ୍ରକ୍ରିୟା
୧. ସର୍ବପ୍ରଥମେ ଆପଣଙ୍କୁ UIDAI ୱେବସାଇଟ୍ uidai.gov.in କୁ ଲଗ୍ ଇନ୍ କରିବାକୁ ହେବ ଓ ଆଧାର ନାମଲେଖା ଫର୍ମ ଡାଉନଲୋଡ୍ କରିବାକୁ ପଡିବ ।
୨. ଏହି ଆଧାର ନାମଲେଖା ଫର୍ମ ପୂରଣ କରିବା ପରେ ଏହାକୁ ନିକଟସ୍ଥ ନାମଲେଖା କେନ୍ଦ୍ରରେ ଦାଖଲ କରିବାକୁ ପଡିବ ।
୩. ଏହାପରେ ଆଧାର ନାମଲେଖା କର୍ମଚାରୀ ଆପଣଙ୍କର ବାୟୋମେଟ୍ରିକ୍ ବିବରଣୀ ଆଧାର ନାମଲେଖା କେନ୍ଦ୍ରରେ ନେବେ ।
୪. ଏହାପରେ ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ଆପଣଙ୍କ ଫଟୋ ଉଠାଇବେ ।
୫. ଏହାପରେ ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ୨୫ ଟଙ୍କା + ଜିଏସ୍ଟି ଫି ନେଇ ଆପଣଙ୍କ ଆଧାର କାର୍ଡରେ ଫଟୋ ଅପଡେଟ୍ କରିବେ ।
୬. ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ଆପଣଙ୍କୁ URN ସହିତ ଏକ ସ୍ଲିପ୍ ମଧ୍ୟ ଦେବେ ।
୭. ଏହି URN ବ୍ୟବହାର କରି ଆପଣ ଆପଣଙ୍କର ଆଧାର କାର୍ଡ ଫଟୋ ବଦଳିଛି କି ନାହିଁ ଯାଞ୍ଚ କରିପାରିବେ ।
୮. ଆଧାର କାର୍ଡ ଫଟୋ ଅପଡେଟ୍ ହେବା ପରେ UIDAI ୱେବସାଇଟରୁ ନୂଆ ଫଟୋ ସହିତ ଏକ ଅପଡେଟ୍ ଆଧାର କାର୍ଡ ଡାଉନଲୋଡ୍ ହୋଇପାରିବ ।
Published by:Jagdish Barik
First published: