ସମସ୍ତ ବିରୋଧୀଙ୍କୁ ଲଖୀମପୁର ଖୀରୀ ଯିବାକୁ ଅନୁମତି ଦେଲେ CM ଯୋଗୀ
News18 Odia Digital
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଲଖମୀପୁର ଖୀରୀ ହିଂସା ପରେ ରାଜନୈତିକ ଦଳର କିମ୍ବା ଅନ୍ୟ କୌଣସି ସଙ୍ଗଠନର ପ୍ରତିନିଧୀଙ୍କ ଗସ୍ତ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ବିରୋଧୀ ଦଳମାନଙ୍କୁ ଲଖୀମପୁର ଖୀରୀ ପରିଦର୍ଶନ କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଛତିଶଗଡ ସିଏମ ଭୁପେଶ ବାଗେଲ, ପଞ୍ଜାବର ସିଏମ ଚରଣଜିତ ସିଂ ଚାନ୍ନିଙ୍କୁ ଲଖୀମପୁର ଖୀରୀ ଆସିବାକୁ ଅନୁମତି ମିଳିଛି। ୟୁପି ଗୃହ ବିଭାଗର ଅନୁମତି ପରେ ଲଖିମପୁର ଖୀରୀକୁ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆସିବେ।
ଅନ୍ୟପକ୍ଷରେ, ଖବର ଆସୁଛି ଯେ ଶାହାଜାହାନପୁର ଗସ୍ତରେ ଆସିଥିବା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ମଧ୍ୟ ଲଖୀମପୁର ଯାଇପାରିନ୍ତି । ଏଏପି ନେତା ସଞ୍ଜୟ ସିଂଙ୍କ ଲଖୀମପୁରକୁ ଆସିବାର ଖବର ମଧ୍ୟ ଅଛି। ଏହି ସମୟରେ ଅନ୍ୟ ଜଣେ କଂଗ୍ରେସ ନେତା ସଚିନ ପାଇଲଟ ରାସ୍ତାରେ ଲଖୀମପୁର ଖୀରୀରେ ପହଞ୍ଚିଛନ୍ତି।
ଆଜି ସିଏମ୍ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହ ଆଲୋଚନା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ସମସ୍ତ ବିରୋଧୀଦଳ ନେତାଙ୍କୁ ଲଖୀମପୁର ଯିବାକୁ ଅନୁମତି ଦେଇଛନ୍ତି। ସୂଚନାନୁସାରେ, ରାହୁଲ ଗାନ୍ଧି ପ୍ରଥମେ ସୀତାପୁରର ଗେଷ୍ଟ ହାଉସରେ ପହଞ୍ଚିବେ ଯେଉଁଠାରେ ପ୍ରିୟଙ୍କା ଗାନ୍ଧିଙ୍କୁ ରଖାଯାଇଛି। ପ୍ରିୟଙ୍କାଙ୍କୁ ମୁକ୍ତ କରିବା ପରେ ଏମାନେ ଲଖମୀପୁର ଖୀରୀ ଯିବେ। ରାହୁଲ ଓ ପ୍ରିୟଙ୍କା ଲଖୀପୁର ହିଂସାରେ ନିହତ ହୋଇଥିବା ଚାରି ଚାଷୀଙ୍କ ପରିବାରକୁ ଭେଟିବେ।
ଲଖୀମପୁର ଖୀରୀରେ ଧାରା ୧୪୪ ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କରିଥିବାରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଥିଲା। ଆଜି ରାହୁଲ ଗାନ୍ଧି ସହ କେବଳ ତିନି ଜଣ ଲୋକ ତାଙ୍କ ସହିତ ରହିବେ । ଏଥିମଧ୍ୟରେ ଛତିଶଗଡର ମୁଖ୍ୟ ମନ୍ତ୍ରୀ ଭୁପେଶ ବାଗେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଅଛନ୍ତି। ଏଥିସହିତ ସଚିନ ପାଇଲଟ୍ ରାଜସ୍ଥାନରୁ ଲଖୀମପୁର ଖୀରୀକୁ ରାସ୍ତାରେ ପହଞ୍ଚିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।