News18 Odia Digital
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ରାଜ୍ୟର ଯୁବକମାନଙ୍କୁ ଏକ ବଡ଼ ଉପଦେଶ ସହ ଚେତାବନୀ ଦେଇଛନ୍ତି। ସେ ଏକ ଟ୍ୱିଟ୍ କରି ଓ ଭାଷଣ ଦେଇ କହିଛନ୍ତି ଯେ ରାଜ୍ୟର ଯୁବପିଢ଼ିକୁ ଚେତାଇଦେଇଛନ୍ତି ଯେ କେହି ଯଦି ଭୁଲ୍ କାମ କରନ୍ତି ତାହେଲେ ତାଙ୍କ ସମ୍ପତ୍ତି ଜବତ କରାଯିବ ।
ରାଜ୍ୟରେ ଉନ୍ନତ ଆଇନ ଶୃଙ୍ଖଳା ପାଇଁ ବିଜେପି ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି ବୋଲି କହି ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ସେହି କାରଣରୁ ରାଜ୍ୟରେ ପୁଞ୍ଜି ବିନିଯୋଗ ହେଉଛି ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି । ଉତ୍ତର ପ୍ରଦେଶରେ ସରକାର ୧.୬୧ କୋଟିରୁ ଅଧିକ ଯୁବାଙ୍କୁ ଚାକିରି ଓ ରୋଜଗାର ଦେବାରେ ସଫଳତା ହାସଲ କରିଛି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଏହା ବି ପଢ଼ନ୍ତୁ | ନିଆଁରେ ଜଳି ସୌମ୍ୟଙ୍କ ମୃତ୍ୟୁ: ଏବେ ତାଙ୍କ ସ୍ତ୍ରୀ କହୁଛନ୍ତି ତାଙ୍କର ଅନ୍ୟ ଯୁବତୀ ସହ ପ୍ରେମ ସମ୍ପର୍କ ଥିଲା‘‘ରାଜ୍ୟର ଯୁବ ପିଢ଼ିକୁ ମୋ’ର ନିବେଦନ ଯେ ସେମାନେ କାହା ଦ୍ୱାରା ଭ୍ରାନ୍ତ ହୁଅନ୍ତୁ ନାହିଁ। ପୂର୍ବରୁ ଯୁବ ପିଢ଼ି ଅତ୍ୟଧିକ ଶୋଷଣ ଓ ଉତ୍ପୀଡ଼ନ ହେଉଥିଲା । ଆମ ସରକାରରେ ତାହା ଆଉ ହେଉନାହିଁ । ଯେଉଁମାନେ ନିଜ ସମ୍ପତ୍ତି ଜବତ କରାଇବାକୁ ଚାହୁଁଛନ୍ତି ସେମାନେ ଏମିତି କାମ କରିବେ,’’ କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଖୋଲିବ ସ୍କୁଲ୍: ୨୬ ତାରିଖରୁ ଦଶମ ଓ ଦ୍ବାଦଶ କ୍ଲାସ୍ ହେବ; ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପଢ଼ାଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ୧୩୦ ଜଣ ନୂଆ ଏକ୍ସାଇଜ୍ ଇନ୍ସପେକ୍ଟରଙ୍କୁ (New Excise Inspectors) ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ସେ କହିଥିଲେ ଯେ ତାଙ୍କ ସରକାରରେ ନିଯୁକ୍ତି ପ୍ରକ୍ରିୟାକୁ କେହି ପ୍ରଶ୍ନ କରିପାରିବେ ନାହିଁ । ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସମୟରେ ଲୋକଙ୍କ ନିଜସ୍ୱ ପ୍ରକ୍ରିୟା ଆରମ୍ଭ ହୋଇଯାଉଥିଲା । ଯେଉଁମାନେ ନିଯୁକ୍ତି ନାମରେ ଲୋକଙଅକୁ ପ୍ରତାରଣା କରୁଥିଲେ ସେମାନଙ୍କ ଦୋକାନ ଏବେ ବନ୍ଦ ହୋଇଯାଇଛି,’’ କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀ‘‘ସେପ୍ଟେମ୍ବରରେ ଆମେ ପୁଣି ୬୦,୦୦୦ ଚାକିରି ଦେବାକୁ ଯାଉଛୁ ।ଏହା ପୂର୍ବରୁ ପ୍ରତ୍ୟେକ ନିଯୁକ୍ତି ପ୍ରକ୍ରିୟା ଉପରେ ଅଦାଲତ ରୋକ ଲଗାଉଥିଲା । ଆଜି ନିୟମ ଅନୁଯାୟୀ ଚାଲିଥିବା ନିଯୁକ୍ତି ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ। ବର୍ତ୍ତମାନ ଆମକୁ ଅନେକ ନିଯୁକ୍ତି ଦେବାକୁ ପଡି଼ବ । ଯିଏ କଠିନ ପରିଶ୍ରମ କରିବ ସେ ସୁଯୋଗ ପାଇବ,’’ କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଟକ: ଛାଡ଼ପତ୍ର ପାଇଁ ୩ ବର୍ଷ କୋର୍ଟରେ ଲଢ଼ିବା ପରେ ହାତ ଧରି ଏକାଠି ଘରକୁ ଫେରିଲେ ପତି-ପତ୍ନୀଏକ ଟ୍ୱିଟ୍ କରି ସେ କହିଛନ୍ତି, ‘‘ରାଜ୍ୟର ଯୁବ ପିଢ଼ିକୁ ମୁଁ ନିବେଦନ କରୁଛି ଯେ ସେମାନେ କାହାରି ଦ୍ୱାରା ବିଭ୍ରାନ୍ତ ହେବା ଉଚିତ୍ ନୁହେଁ । ଆଜି କେହି ଭୁଲ କରିପାରିବେ ନାହିଁ । ଯିଏ ନିଜ ସମ୍ପତ୍ତି ଜବତ କରାଇବାକୁ ଚାହୁଁଛି, ସେ ହିଁ ଭୁଲ୍ କାର୍ୟ୍ୟ କରୁ ।’’
ସେ ଆହୁରି କହିଛନ୍ତି ଯେ ଆଜିକାଲି ଉତ୍ତର ପ୍ରଦେଶରେ (Uttar Pradesh) ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ଟଙ୍କାଉଠାଣ ଗ୍ୟାଙ୍ଗ୍ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି, କିନ୍ତୁ ସରକାର ସେମିତି ସବୁ ଗ୍ୟାଙ୍ଗ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ‘‘ଟ୍ରାନ୍ସଫର୍ ଓ ପୋଷ୍ଟିଂରେ କେହି ସୁପାରିଶ କରିବା ଉଚିତ୍ ନୁହେଁ । କେବଳ ଯୋଗ୍ୟତା ଆଧାରରେ ଟ୍ରାନ୍ସଫର୍ ଓ ପୋଷ୍ଟିଂ କରାଯିବା ଉଚିତ୍ ।ଯେଉଁମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ଭଲ ପୋଷ୍ଟିଂ ମିଳୁ, ଆଉ ଯେଉଁମାନେ କରୁନାହାନ୍ତି ସେମାନଙ୍କୁ ଆଟାଚ୍ କରାଯିବା ଉଚିତ୍,’’ କହିଛନ୍ତି ଯୋଗୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।