ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ; ମୁଣ୍ଡ କାଟିଲେ ମିଳିବ ୨ କୋଟି ଟଙ୍କା ପୁରସ୍କାର

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଫେସବୁକରେ ଏକ ମେସେଜ ମାଧ୍ୟମରେ ପୋଷ୍ଟ କରି ମୁଣ୍ଡ କାଟିବାର ଧମକ ଦିଆଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ

  • Share this:
News 18 Odia Digital

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ଫେସବୁକରେ ଏକ ମେସେଜ ମାଧ୍ୟମରେ ପୋଷ୍ଟ କରି ମୁଣ୍ଡ କାଟିବାର ଧମକ ଦିଆଯାଇଛି । ଏହି ଫେସବୁକ୍ ପୋଷ୍ଟରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିବ ତାଙ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦିଆଯିବ । ଏହି ଧମକ ଆତ୍ମା ପ୍ରକାଶ ପଣ୍ଡିତଙ୍କ ଫେସବୁକ ପେଜରୁ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏପରି ଧମକ ମିଳିବା ପରେ ପୋଲିସ ବିଭାଗରେ ତତ୍ପାରତା ଦେଖିବାକୁ ମିଳିଛି । ଏଥିସହ ଫେସବୁକ୍ ପ୍ରୋଫାଇଲର ବ୍ୟବହାରକାରୀ ଯେଉଁଥିରୁ ସିଏମ ଯୋଗୀଙ୍କୁ ଧମକ ଦିଆଯାଇଛି,ଆତ୍ମା ପ୍ରକାଶ ନିଜେ ପୋଲିସ ପାଖରେ ପହଞ୍ଚି ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ବିଭାଗ ସହିତ ଇଣ୍ଟେଲିଜେନ୍ସ ଟିମ୍ ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିଛନ୍ତି ।

ଫେସବୁକ୍ ପେଜକୁ ହ୍ୟାକ୍ କରାଯାଇଛି

ପୋଲିସର ସୂଚନାନୁସାରେ, ଆତ୍ମା ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା, ଏହା ପରେ ମୋରଦାବାଦ ପୋଲିସ ନାମକ ଏକ ଫେସବୁକ୍ ପେଜ୍ ତିଆରି କରାଯାଇଥିଲା । ସେହି ପେଜରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିଦେବାକୁ ଧମକ ଦିଆହୋଇଛି । ଏହା ବ୍ୟତୀତ ଯିଏ ମୁଣ୍ଡ କାଟିବ ସେହି ବ୍ୟକ୍ତିଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦିଆ ଯିବ ବୋଲି କୁହାଯାଇଛି।

ଫେସବୁକ୍ ପ୍ରୋଫାଇଲରେ ପାକିସ୍ତାନର ପତାକା ଅଛି

ମୋରଦାବାଦ ସହରର ପୋଲିସ ଅଧୀକ୍ଷକ ଅଖିଳେଶ ଭଦୁରିଆଙ୍କ ଅନୁଯାୟୀ ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯେଉଁ ଫେସବୁକ ପେଜରୁ ଧମକ ଆସିଛି, ସେଥିରେ ପାକିସ୍ତାନର ପତାକା ରହିଛି । ଏହି ବିଷୟରେ ଫେସବୁକକୁ ଏକ ଇମେଲ ମଧ୍ୟ ପଠାଯାଇଛି ଓ ଏହି ପେଜ୍ ବିଷୟରେ ସୂଚନା ଖୋଜାଚାଲିଛି
Published by:Sujit Swain
First published: