ବାଗେଶ୍ୱର ବାବାଙ୍କୁ ସମର୍ଥନ କଲେ ଯୋଗଗୁରୁ ବାବା ରାମଦେବ

ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିଷୟରେ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି। କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ସେ ଅନ୍ଧବିଶ୍ୱାସକୁ ଆଧାର କରି କାର୍ଯ୍ୟ କରୁଛନ୍ତି ।

ବାଗେଶ୍ୱର ବାବାଙ୍କୁ ସମର୍ଥନ କଲେ ଯୋଗଗୁରୁ ବାବା ରାମଦେବ

ବାଗେଶ୍ୱର ବାବାଙ୍କୁ ସମର୍ଥନ କଲେ ଯୋଗଗୁରୁ ବାବା ରାମଦେବ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସପ୍ତାହର ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ (Dhirendra shastri) ଭକ୍ତମାନଙ୍କ ପାଇଁ ବାଗେଶ୍ୱର ଧାମରେ  ବିଶାଳ ମେଳାର ଆୟୋଜନ କରାଯାଇଥାଏ । ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକତ୍ରିତ ହୁଅନ୍ତି ।

ଯୋଗଗୁରୁ ବାବା ରାମଦେବ (Baba ramdev) ବାଗେଶ୍ୱର ଧାମର ପୀଠଶ୍ୱର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ସମର୍ଥନ କରିଥିବା ସୂଚନା ମିଳିଛି । ସେ କହିଛନ୍ତି ଯେ, କିଛି ଖଳ ପ୍ରକୃତିର ଲୋକେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସମର୍ଥନ କରୁନାହାନ୍ତି । ତେଣୁ ସେ ଭଙ୍ଗାରୁଜା ପରି କାର୍ଯ୍ୟ କରୁଛନ୍ତି । ବାବା ରାମଦେବ କହିଛନ୍ତି, ଯେଉଁମାନେ ନିଜ ଆଖିରେ ସତ ଦେଖିବାକୁ ଚାହାଁନ୍ତି ସେମାନେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ପଚାରିବା ଉଚିତ୍ । ଯେଉଁମାନେ ଯୁକ୍ତିତର୍କ କରିବାକୁ ଚାହାଁନ୍ତି ସେମାନେ ରାମଭଦ୍ରାଚାର୍ଯ୍ୟଙ୍କ ନିକଟକୁ ଆସିବା ଉଚିତ୍ । ଯେଉଁମାନେ କିଛି ଚମତ୍କାର ଦେଖିବାକୁ ଚାହାନ୍ତି ତାଙ୍କ ଶିଷ୍ୟ ଧିରେନ୍ଦ୍ର କୃଷ୍ଣଶାସ୍ତ୍ରୀଙ୍କ ନିକଟକୁ ଯାଆନ୍ତୁ । ବାବା ରାମଦେବ ଏକଥା ମଧ୍ୟ କହିଛନ୍ତି, 'ମୁଁ ଗଣମାଧ୍ୟମକୁ ଅଧିକ ଡାକେ ନାହିଁ ।  ସତ ତାହା ଯାହା ଦୃଶ୍ୟମାନ ହୁଏ । ଆପଣମାନେ ସନାତନ ଧର୍ମକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବା ଉଚିତ୍ ।

ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିଷୟରେ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି। କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ସେ ଅନ୍ଧବିଶ୍ୱାସକୁ ଆଧାର କରି କାର୍ଯ୍ୟ କରୁଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ସେ ଲୋକଙ୍କ ଭାବନା ସହିତ ଖେଳୁଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରତ୍ୟାଖ୍ୟାନ କରୁଛନ୍ତି । ସେମାନେ କହିଛନ୍ତି ଯେ, ସେମାନେ ସେମାନଙ୍କର ଧର୍ମ ପ୍ରଚାର କରୁଛନ୍ତି। ସେ ଆଦୈ କହିନାହାନ୍ତି ଯେ, ସେ ଜଣେ ଭଗବାନ । ସେ ଅନ୍ଧବିଶ୍ୱାସ ବିସ୍ତାର କରୁନାହାଁନ୍ତି । ଧାରା ୨୫କୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ସମସ୍ତଙ୍କୁ ସମ୍ବିଧାନରେ ଧାର୍ମିକ ସ୍ୱାଧୀନତାର ଅଧିକାର ଦିଆଯାଇଛି। ତାହା ଅଧୀନରେ ସେ ନିଜର ଧର୍ମ ପ୍ରଚାର କରୁଛନ୍ତି । ସେ କହିଛନ୍ତି ଯେ କିଛି ବାମପନ୍ଥୀ ଲୋକ ଆମକୁ ନେଇ ଷଡଯନ୍ତ୍ର ଓ ବିରୋଧ କରୁଛନ୍ତି।  ସେ କେବେବି କାହା ପ୍ରତି ଭୁଲ କରିନାହାନ୍ତି।

ଅଧିକ ଖବର ପଢନ୍ତୁ- http://ଖୁବ୍ ଶୀଘ୍ର ସାମ୍ନାକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ 'କନ୍ୟାଦାନ’
Published by:Soubhagya Mishra
First published: