News18 Odia Digital
ମୁମ୍ବାଇ/ନୂଆ ଦିଲ୍ଲୀ: ୟେସ୍ ବ୍ୟାଙ୍କ୍ ଜଣେଇଛି ଯେ ଏହା ପୁଣି କାର୍ଯ୍ୟ କରିବା ଆରମ୍ଭ କରିଦେଇଛି ଓ ଏହାର ସବୁ ବ୍ୟାଙ୍କିଙ୍ଗ ସେବା ଗ୍ରାହକଙ୍କ ପାଇଁ ଆଗ ପରିଉପଲବ୍ଧ ହୋଇଛି ।
‘‘ଆମର ବ୍ୟାଙ୍କିଙ୍ଗ୍ ସେବାଗୁଡିକ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ଆପଣ ବର୍ତ୍ତମାନ ଆମର ସବୁ ପ୍ରକାର ସେବା ପାଇପାରିବେ । ଆପଣଙ୍କର ଧୈର୍ଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ,’’ ନିକଟରେ ମହା ଆର୍ଥିକ ସଙ୍କଟରେ ପଡ଼ିଛି ବୋଲି ଜଣାପଡ଼ିଥିବା ଏହି ବ୍ୟାଙ୍କ ଏକ ଟ୍ୱିଟରେ କହିଛି ।
ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍.ବି.ଆଇ.) ଏହି ସଙ୍କଟଗ୍ରସ୍ତ ଋଣଦାତା ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେଇଥି ପାଇଁ ୟେସ୍ ବ୍ୟାଙ୍କର ଗ୍ରାହକମାନଙ୍କୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ୫୦,୦୦୦ ଟଙ୍କାରୁ ଅଧିକ ଉଠାଇବାକୁ ଅନୁମତି ଦିଆଯାଇଥିଲା । ଗତ ସପ୍ତାହରେ ହିଁ ଏହି ବ୍ୟାଙ୍କର ପୁନଃନିର୍ମାଣ ଯୋଜନାକୁ ସରକାର ସ୍ୱୀକୃତ କରିଥିଲେ ।
ସେହି ପୁନଃନିର୍ମାଣର ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି ଯେ ୟେସ୍ ବ୍ୟାଙ୍କର ସମସ୍ତ କର୍ମଚାରୀ ପୂର୍ବ ପରି ସମାନ ଦରମା ଓ ସେବା ସର୍ତ୍ତାବଳୀ ସହିତ କାର୍ଯ୍ୟ କରିଚାଲିବେ ଓ ସେବାରୁ ଅବସର ଗ୍ରହଣ କରିବେ । ହେଲେ ପୁନଃନିର୍ମାଣ ହୋଇଥିବା ୟେସ୍ ବ୍ୟାଙ୍କର ନିର୍ଦ୍ଦେଶକମାନଙ୍କ ବୋର୍ଡ଼ ପାଖରେ ଯେ କୌଣସି ସମୟରେ ବିଭିନ୍ନ ମ୍ୟାନେଜର୍ ପଦବୀରେ ଥିବା କର୍ମଚାରୀଙ୍କ ସେବା ଉପଯୁକ୍ତ ନିୟମ ଅନୁସରଣ କରିବା ପୂର୍ବକ ଅନ୍ତ କରିବାର ସ୍ୱାଧୀନତା ରହିବ ।

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ଓ ପୂର୍ବ ଏମଡି ତଥା ସିଇଓ ରାଣା କପୁରଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି ।
ପୁନଃନିର୍ମାଣ ହୋଇଥିବା ୟେସ୍ ବ୍ୟାଙ୍କର କାର୍ଯ୍ୟାଳୟ ଓ ଶାଖାଗୁଡ଼ିକ ସମାନ ଢଙ୍ଗରେ ଯେଉଁ ସ୍ଥାନରେ ଥିଲା ସେଠାରେ ହିଁ କାର୍ଯ୍ୟ କରିବା ଜାରି ରଖିବେ ଓ ସେମାନଙ୍କ କାର୍ଯ୍ୟ ଏହି ଯୋଜନା ଦ୍ୱାରା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆର୍.ବି.ଆଇ. କହିଛି ଯେ ୟେସ୍ ବ୍ୟାଙ୍କର ନୂଆ କାର୍ଯ୍ୟାଳୟ ଓ ଶାଖା ଖୋଲିବା କିମ୍ବା ବର୍ତ୍ତମାନର କୌଣସି କାର୍ଯ୍ୟାଳୟ କିମ୍ବା ଶାଖା ବନ୍ଦ କରିବା ଅଧିକାର କେନ୍ଦ୍ରୀୟ ବ୍ୟାଙ୍କର ବିସ୍ତୃତ ନୀତି ଅନୁଯାୟୀ ବୋର୍ଡ଼ ଅଫ୍ ଡାଇରେକ୍ଟର୍ସଙ୍କ ପାଖରେ ରହିବ ।
‘ୟେସ୍ ବ୍ୟାଙ୍କ ଲିମିଟେଡ୍ ପୁନଃନିର୍ମାଣ ଯୋଜନା, ୨୦୨୦’ରେ ଆର୍.ବି.ଆଇ. କହିଛି ଯେ ଷ୍ଟ୍ରାଟେଜିକ୍ ନିବେଶକ ବ୍ୟାଙ୍କକୁ ୪୯% ଅଂଶଧନ ନେବାକୁ ପଡ଼ିବ ଓ ପୁଞ୍ଜି ନିବେଶ ହେବାର ତିନି ବର୍ଷ ପୂର୍ବରୁ ଏହା ୨୬% ରୁ କମ୍ ହୋଇପାରିବ ନାହିଁ ।
ପୁନଃନିର୍ମାଣ ଡ୍ରାଫ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାଧିକୃତ ପୁଞ୍ଜି ୫,୦୦୦ କୋଟି ଟଙ୍କା ହେବ ଓ ଇକ୍ୱିଟି ସେୟାର ପ୍ରତି ଦୁଇ ଟଙ୍କାରେ ୨,୪୦୦ କୋଟି ଟଙ୍କା ହେବ ।
ୟେସ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ.) ନେତୃତ୍ୱରେ ଏକ କନ୍ସୋର୍ଟିୟମ୍ ଦ୍ୱାରା ୧୦,୦୦୦ କୋଟି ଟଙ୍କା ଇକ୍ୱିଟି ନିବେଶ ଦ୍ୱାରା ନୂଆ ଜୀବନ ଲାଭ କରିଛି । ଏଥିରେ ଏଚ୍.ଡ୍.ଏଫ୍.ସି. (HDFC) ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ, ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ନିବେଶ ଅନ୍ତର୍ଭୁକ୍ତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।