ପୁଣି ସର୍ବୋଚ୍ଚ ନେତା ହେଲେ ଜିନପିଙ୍ଗ: ତୃତୀୟ ଥର ପାଇଁ ହେଲେ ରାଷ୍ଚ୍ରପତି

ଲଗାତାର ତୃତୀୟ ଥର ପାଇଁ ବେଜିଂର ରାଷ୍ଟ୍ରପତି ହେଲେ ଜିନପିଙ୍ଗ । ପୂର୍ବରୁ ଜିନପିଙ୍ଗ ନେତା ନିର୍ବାଚିତ ହୋଇଥିବାବେଳେ ଶୁକ୍ରବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ପୁଣି ସର୍ବୋଚ୍ଚ ନେତା ହେଲେ ଜିନପିଙ୍ଗ: ତୃତୀୟ ଥର ପାଇଁ ହେଲେ ରାଷ୍ଚ୍ରପତି

ପୁଣି ସର୍ବୋଚ୍ଚ ନେତା ହେଲେ ଜିନପିଙ୍ଗ: ତୃତୀୟ ଥର ପାଇଁ ହେଲେ ରାଷ୍ଚ୍ରପତି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଇତିହାସ ବଦଳାଇଦେଲେ, ସମ୍ବିଧାନରେ ପରିବର୍ତ୍ତନ କଲେ, ଆଉ ଲଗାତାର ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ (xi zing ping) । ପୂର୍ବରୁ ନିର୍ବାଚନ ଶେଷ ହୋଇଥିବାବେଳେ ଶୁକ୍ରବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୬୯ ବର୍ଷୀୟ ସି ଜିନପିଙ୍ଗ ଚୀନ୍‌ର ଶୀର୍ଷ ନେତା ଭାବେ ନିଜର ଅଭୂତପୂର୍ବ ତୃତୀୟ ଇନିଂସ ଆରମ୍ଭ କରିଛନ୍ତି । ଆଗାମୀ ୫ ବର୍ଷ ପାଇଁ କଣ ରହିବ ଜିନପିଙ୍ଗଙ୍କ ରଣନୀତି ? କେଉଁ ପ୍ରସଙ୍ଗ ଉପରେ ଅଧିକ ଫୋକସ୍ କରିବେ ସି' ? କିଭଳି ରହିବ ଭାରତ-ଚୀନ ସମ୍ପର୍କ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଚୀନର ସବୁଠୁ ଶକ୍ତିଶାଳୀ ଚେହେରା ସି ଜିନପିଙ୍ଗ । ଇତିହାସ ରଚିବା ସହ ପୁଣି ଥରେ ଚୀନର ଶାସନ ଭାର ସମ୍ଭାଳିଛନ୍ତି ଜିନପିଙ୍ଗ । ଲଗାତାର ତୃତୀୟ ଥର ପାଇଁ ବେଜିଂର ରାଷ୍ଟ୍ରପତି ହେଲେ ଜିନପିଙ୍ଗ । ପୂର୍ବରୁ ଜିନପିଙ୍ଗ ନେତା ନିର୍ବାଚିତ ହୋଇଥିବାବେଳେ ଶୁକ୍ରବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଚଳିତ ସପ୍ତାହରେ ୬୯ ବର୍ଷୀୟ ସି ଜିନପିଙ୍ଗ ଚୀନ୍‌ର ଶୀର୍ଷ ନେତା ଭାବେ ନିଜର ଅଭୂତପୂର୍ବ ତୃତୀୟ ଇନିଂସ ଆରମ୍ଭ କରିଛନ୍ତି । ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି)ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଛି । ଶୁକ୍ରବାର ରାଷ୍ଟ୍ରପତି ଭାବରେ ତୃତୀୟ ଥର ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ସର୍ବସମ୍ମତି କ୍ରମେ ଚୀନର କେନ୍ଦ୍ରୀୟ ସୈନ୍ୟ ଆୟୋଗର ମୁଖ୍ୟ ହୋଇଛନ୍ତି ଜିନପିଙ୍ଗ । ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ ମାର୍ଚ୍ଚ ୫ରେ ବାର୍ଷିକ ବୈଠକ ଆରମ୍ଭ କରିଥିଲା । ଏହି ବୈଠକ ଏକ ସପ୍ତାହ ଧରି ଚାଲିଛି । ଏଥିରେ ୬୯ ବର୍ଷିୟ ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି । ଫଳରେ ଜିନପିଙ୍ଗ ହୋଇଛନ୍ତି ଚୀନ ରାଜନୀତିର ସବୁଠୁ ବଡ଼ ଶକ୍ତିଶାଳୀ । ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ରହିବେ ସି ଜିନପିଙ୍ଗ । ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି । ସମସ୍ତ ପ୍ରତିନିଧି ତାଙ୍କୁ ଭୋଟ୍ ଦେଇଛନ୍ତି । କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି । ଏହା ହିଁ ବୟାନ କରୁଛି କେତେ ପ୍ରଭାବଶାଳୀ ନେତା ସି ଜିନପିଙ୍ଗ ।

ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ମାରିବା ପରେ କଣ ରହିବ ଜିନପିଙ୍ଗଙ୍କ ଆଭିମୁଖ୍ୟ ତାହା ଉପରେ ରହିଛି ସାରା ବିଶ୍ବର ନଜର । ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ ସର୍ବବୃହତ୍‌ ଶକ୍ତି ଭାବେ ଉଭା କରାଇବାକୁ ସେ ପ୍ରସ୍ତୁତ କରିଛନ୍ତି ରଣନୀତି । ଶାସକ କମ୍ୟୁନିଷ୍ଟ ପାର୍ଟି ତାଙ୍କ ସ୍ବପ୍ନକୁ ପୂରଣ କରିବା ଦିଗରେ ସବୁ ପ୍ରକାର ଉଦ୍ୟମ କରୁଛି । ବେଜିଂର ସ୍ବାର୍ଥ ପାଇଁ ଚୀନର ନେତାମାନେ ଆମେରିକାର ପ୍ରଭାବ ହ୍ରାସ କରିବାକୁ ସୁଯୋଗ ଖୋଜୁଛନ୍ତି । ଆମେରିକାର ଶକ୍ତି ଓ ପ୍ରଭାବକୁ ଗୌଣ କରିପାରିଲେ ଚୀନ୍‌ ବିଶ୍ୱସ୍ତରରେ ନିଜ ଆଧିପତ୍ୟ ବିସ୍ତାର କରିବ ବୋଲି ସେମାନେ ମନେକରୁଛନ୍ତି । ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବାବେଳେ ବେଜିଂ ମସ୍କୋକୁ କୂଟନୈତିକ, ପ୍ରତିରକ୍ଷା, ଆର୍ଥିକ ଓ ବୈଷୟିକ ସହଯୋଗ ଜାରି ରଖିବ। ୨୦୨୩ରେ ବେଜିଂ ତାଇଓ୍ବାନ୍‌କୁ ଚୀନ୍‌ ଭୂଖଣ୍ଡ ସହ ମିଶ୍ରଣ ଉଦ୍ଦେଶ୍ୟରେ ଚାପ ଜାରି ରଖିବ। ତାଇଓ୍ବାନ୍‌ ସହ ଆମେରିକାର ବଢ଼ୁଥିବା ସମ୍ପର୍କକୁ ନେଇ ଚୀନ୍‌ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠିବ। ସେହିପରି ଦକ୍ଷିଣ ଚୀନ୍‌ ସାଗରରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ୍‌ ଓ ଭିଏତ୍‌ନାମ ଭଳି ପ୍ରତିଦ୍ୱନ୍ଦ୍ୱୀ ଦାବିଦାରଙ୍କୁ ପ୍ରତିହତ କରିବା ପାଇଁ ବେଜିଂ ବାୟୁସେନା, ନୌସେନା, କୋଷ୍ଟ୍‌ଗାର୍ଡ ଏବଂ ମିଲିସିଆ ବଳ ବୃଦ୍ଧି କରିବ । ସବୁ କ୍ଷେତ୍ରରେ ଚୀନକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବେ ସି ଜିନପିଙ୍ଗ ।

କିଛି ବର୍ଷ ଧରି ଭାରତ ଓ ଚୀନ ସୀମାରେ ଲାଗି ରହିଛି ଶୀତଳ ଯୁଦ୍ଧ ଭଳି ସ୍ଥିତି । ଇଣ୍ଡୋ-ଚାଇନା ସ୍ଥିତି ଉପରେ ଏବେ ସାରା ବିଶ୍ବର ନଜର ଥିବାବେଳେ ଜିନପିଙ୍ଗଙ୍କ ରଣନୀତି କଣ ରହିବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ତୃତୀୟ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ଭାବେ ସି ଜିନପିଙ୍ଗ୍‌ ଚୀନ୍‌ର ମଙ୍ଗ ଧରିବା ପରେ ଭାରତ ପ୍ରତି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ସୀମାରେ ଭାରତ ଓ ଚୀନ୍‌ର ସୈନ୍ୟ ମୁତୟନ ବୃଦ୍ଧି ଆଗକୁ ବଡ଼ ବିବାଦର କାରଣ ହୋଇପାରେ । ସେଥିପାଇଁ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସଶସ୍ତ୍ର ଲଢ଼େଇ ଆଶଙ୍କା ରହିଛି। ଆଗକୁ ଚୀନ୍‌ ସହ ଭାରତର ତିକ୍ତତା ଆହୁରି ବୃଦ୍ଧି ପାଇପାରେ । ଚୀନ୍‌ ଉସୁକାଇଲେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ । ଏନେଇ ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ରିପୋର୍ଟରେ କୁହାଯାଇଛି । ତୱାଙ୍ଗ ସଂଘର୍ଷ ପରେ ଭାରତ ଓ ଚୀନ୍‌ ସୀମାରେ ନିଜ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛନ୍ତି ।

ଏହି ଖବର ପଢ଼ନ୍ତୁ - http://ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ: ଇସ୍ରୋ NRSC ରିପୋର୍ଟ

ସି ଜିନପିଙ୍ଗ କ୍ଷମତାକୁ ଆସିବା ପୂର୍ବରୁ ଚୀନ୍‌ ରାଷ୍ଟ୍ରପତି ୫ ବର୍ଷୀୟ ଦୁଇଟି କାର୍ଯ୍ୟକାଳ କିମ୍ବା ୬୮ ବର୍ଷ ବୟସ ପର୍ଯ୍ୟନ୍ତ ପଦବୀରେ ରହିପାରୁଥିଲେ। କିନ୍ତୁ ୨୦୧୩ରେ କ୍ଷମତାକୁ ଆସିଥିବା ସି ଜିନପିଙ୍ଗ ଏହି ନିୟମକୁ ରଦ୍ଦ କରି ଦେଇଥିଲେ । ଏହି କାରଣରୁ ସି ଜିନପିଙ୍ଗ ୬୯ ବର୍ଷ ବୟସରେ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ଭାବେ ମନୋନୀତ ହୋଇଛନ୍ତି । ମାଓ ଜେଡୋଙ୍ଗ୍‌ଙ୍କ ପରେ ସି ହୋଇଛନ୍ତି ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ନେତା ।
Published by:Soubhagya Mishra
First published: