ଥରେ ପିଜା ଖାଇବା ଦ୍ୱାରା ୭ରୁ ୮ ମିନିଟ୍ କମିପାରେ ଆୟୁ; ଏହି ସବୁ ଜିନିଷ ଠାରୁ ରୁହନ୍ତୁ ଦୂରରେ

ହୃଦୟ ସମ୍ବନ୍ଧୀୟ ରୋଗ, ଫୁସଫୁସ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍ ସମେତ ପ୍ରାୟ ୫୦ ଟି ଏଭଳି ରୋଗ ଅଛି, ଯାହା ଅଳ୍ପ ବୟସରେ ମୃତ୍ୟୁର କାରଣ ହୋଇପାରେ ।

ଥରେ ପିଜା ଖାଇବା ଦ୍ୱାରା ୭ରୁ ୮ ମିନିଟ୍ କମିପାରେ ଆୟୁ; ଏହି ସବୁ ଜିନିଷ ଠାରୁ ରୁହନ୍ତୁ ଦୂରରେ

ଥରେ ପିଜା ଖାଇବା ଦ୍ୱାରା ୭ରୁ ୮ ମିନିଟ୍ କମିପାରେ ଆୟୁ; ଏହି ସବୁ ଜିନିଷ ଠାରୁ ରୁହନ୍ତୁ ଦୂରରେ

  • Share this:
News 18 Odia Digital

How to live a long life; ସମସ୍ତେ ଚାହାଁନ୍ତି ଯେ ତାଙ୍କ ଜୀବନ ଦୀର୍ଘ ହେଉ । ବିଶ୍ଵ ଲାଇଫ ଏକ୍ସପଟଙ୍କ ଅନୁଯାୟୀ, ଭାରତରେ ପୁରୁଷଙ୍କ ହାରାହାରି ଆୟୂର ବୟସ ୬୯.୫ବର୍ଷ ଏବଂ ମହିଳାଙ୍କ ବୟସ ୭୨.୨ । ହୃଦୟ ସମ୍ବନ୍ଧୀୟ ରୋଗ, ଫୁସଫୁସ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍ ସମେତ ପ୍ରାୟ ୫୦ ଟି ଏଭଳି ରୋଗ ଅଛି, ଯାହା ଅଳ୍ପ ବୟସରେ ମୃତ୍ୟୁର କାରଣ ହୋଇପାରେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କେହି ଯଦି ଭଲ ଜିନିଷ ଖାଇଥାନ୍ତି ତା’ହେଲେ ତାଙ୍କ ଜୀବନର ଆୟୁ ବଢ଼ିପାରେ ଏବଂ ଯଦି କେହି ଅସ୍ୱାସ୍ଥ୍ୟକର ଜିନିଷ ଖାଏ ତା’ହେଲେ ତାଙ୍କ ଜୀବନ ମଧ୍ୟ ହ୍ରାସ ହୋଇପାରେ । ଯଦି ଆପଣ ମଧ୍ୟ ଚାହାଁନ୍ତି ଯେ ଆପଣଙ୍କର ଦୀର୍ଘ ଜୀବନ ହେଉ , ତେବେ ଶେଷ ପର୍ଯ୍ୟନ୍ତ ଏହି ଆର୍ଟିକିଲ ପଢନ୍ତୁ ।

ଏହି ଜିନିଷ ଖାଇବା ଦ୍ୱାରା ଆୟୁ କମିପାରେ । ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ମିଶିଗନ୍ ୟୁନିଭରସିଟିର ବିଶେଷଜ୍ଞମାନେ କିଛି ଖାଦ୍ୟ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କିଛି ଜିନିଷ ଏପରି ଯେ, ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଜୀବନକୁ କିଛି ମିନିଟ୍ ବଢ଼ାଇଥାଏ, ଯେତେବେଳେ କି କିଛି ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଜୀବନର ଆୟୁ କିଛି ମିନିଟ୍ କମିଯାଏ ମଧ୍ୟ । ଉଦାହରଣ ସ୍ୱରୂପ, ଯଦି କେହି ବାଦାମ ପ୍ରତିଦିନ ଖାଏ, ତେବେ ତାଙ୍କ ଜୀବନ ୨୬ ମିନିଟ୍ ବଢ଼ିପାରେ, କିନ୍ତୁ ଯଦି କେହି ହଟ୍-ଡଗ୍ ସେବନ କରନ୍ତି, ତେବେ ତାଙ୍କ ଜୀବନ ୩୬ ମିନିଟ୍ କମିଯାଏ । ଏହା ବ୍ୟତୀତ ପିନେଟ ବଟର ଏବଂ ଜାମ ସାଣ୍ଡୱିଚ୍ ବୟସକୁ ଅଧ ଘଣ୍ଟା ବଢାଇପାରେ ।

୬ ହଜାର ଖାଦ୍ୟ ସାମଗ୍ରୀ ଉପରେ ହୋଇଥିଲା ଗବେଷଣା

ନେଚର୍ ଫୁଡ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଏହି ଅଧ୍ୟୟନ ବ୍ୟକ୍ତିର ଉତ୍ତମ ଗୁଣ ଉପରେ ଆଧାରିତ ଥିଲା । ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରାୟ ୬ ହଜାର ବିଭିନ୍ନ ଜିନିଷ (ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ପାନୀୟ) ପରୀକ୍ଷା କରିଥିଲେ । ସେମାନେ ଜାଣିବାକୁ ପାଇଲେ ଯେ ଯଦି ଜଣେ ପ୍ରକ୍ରିୟାକୃତ ମାଂସ ଖାଏ, ତେବେ ସେ ତାଙ୍କ ଜୀବନରେ ପ୍ରତିଦିନ ୪୮ ମିନିଟ୍ ଅଧିକ ଯୋଡ଼ି ପାରିବେ ।
Published by:Soubhagya Mishra
First published: