News 18 Odia Digital
Weight Loss Tips: ସମସ୍ତେ ନିଜର ମୋଟପଣକୁ ନେଇ ଚିନ୍ତିତଥାନ୍ତି। ମୋଟ ହେବା ଦ୍ବାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ସକାଳେ ଜଳଖିଆ ନିୟମିତ କରିବା ଦ୍ବାରା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି।
ଦିନର ପ୍ରଥମ ଖାଦ୍ୟକୁ ଜଳଖିଆକୁ କୁହାଯାଇଥାଏ। ମାତ୍ର ଅନେକ ଏହାକୁ ସମୟ ଅଭାବ ହେଉ ଅଥବା ଅନ୍ୟ କାରଣରୁ ଅଣଦେଖା କରି ଖାଇ ନଥାନ୍ତି। ମାତ୍ର ଏପରି କରୁଥିଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେଇ ପାରେ । ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏପରି କରିବା ଦ୍ବାରା ଅନେକ ରୋଗ ସମ୍ମୁଖୀନ ହେବାକୁ ପଡ଼େ। କଥାରେ କୁହାଯାଇଛି ସମସ୍ତଙ୍କୁ ରାଜା ଭଳି ସକାଳର ଜଳଖିଆ ଖାଇବା ଦରକାର। ଜାଣନ୍ତୁ ନିୟମିତ ଭାବେ ଜଳଖିଆ ସେବନ କରିବା ଦ୍ୱାରା କଣ କଣ ଲାଭ ମିଳି ଥାଏ...
ସକାଳ ଜଳଖିଆ ନଖାଇ ଏକାଥରେ ମଧ୍ୟାହ୍ନ ଖାଦ୍ୟ ଖାଇଲେ ତାହା ଅଧିକ ଖାଇବାକୁ ଆଗ୍ରହ ଆସେ। ଯାହା ମୋଟପଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ମାତ୍ର ଠିକ ସମୟରେ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ। କାମ କରିବା ପାଇଁ ଆଗ୍ରହ ବଢ଼େ। ଫଳରେ ମସ୍କିଷ୍କ ଓ ମନ ଶାନ୍ତ ରହିଥାଏ। ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ।
ନିୟମିତ ଭାବେ ଜଳଖିଆ ଓ ଖରାବେଳର ଖାଦ୍ୟ ,ରାତି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଶକ୍ତି ମିଳିଥାଏ। ୨୦୨୧ରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି, ନିୟମିତ ସକାଳର ଜଳଖିଆ ଖାଇବା ଦ୍ବାରା ଶରୀର ଠାରୁ ଅନେକ ରୋଗ ଦୂରେଇ ରହିଥାଏ। ହୃଦୟ ଜନିତ ରୋଗ, ମଧୁମେହ,ମୋଟାପଣ, ଉଚ୍ଚ ରକ୍ତ ଚାପ, କୋଲେଷ୍ଟେରୋଲ୍ ଭଳି ଅନେକ ରୋଗ ହେବାର ସମ୍ଭାବନା ଖୁବ୍ କମ ଥାଏ।
ଜଳଖିଆ ନକରିବା ଦ୍ୱାରା କ୍ୟାଲସିୟମ, ଆଇରନ, ଭିଟାମିନ ଏ, ବି୧,ବି୨,ବି୩, ଭିଟାମିନ ସି ଓ ଡି ମଧ୍ୟ କମ ହୋଇପାରେ। ମଧୁମେହ ରୋଗୀ ସଠିକ ସମୟରେ ଜଳଖିଆ ନକରି ଖରାବେଳର ଖାଦ୍ୟ ଖାଇଲେ ଏହା ରକ୍ତରେ ହଠାତ ଶର୍କରାକୁ ବୃଦ୍ଧି କରିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।