ଘୋଡ଼ା ପରି ଦେଖିବାକୁ ଦୁନିଆର ସବୁଠାରୁ ବଡ଼ କୁକୁର; ଉଚ୍ଚତା ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହେଲା ନାଁ

ଏହି ୩ ଫୁଟ ଲମ୍ବା କୁକୁରର ନାମ ହେଉଛି ଜିଉସ୍, ଯାହାର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଏହି ୩ ଫୁଟ ଲମ୍ବା କୁକୁରର ନାମ ହେଉଛି ଜିଉସ୍, ଯାହାର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

  • Share this:
News 18 Odia News

ନୂଆଦିଲ୍ଲୀ; ଦୁନିଆର ସବୁଠାରୁ ଉଚ୍ଚ କୁକୁର: ଆପଣ ଦୁନିଆର ସବୁଠାରୁ ଉଚ୍ଚ କୁକୁର ଦେଖିଛନ୍ତି କି ? ଯଦି ନୁହେଁ, ତେବେ ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓଟିକୁ ନିଶ୍ଚିତ ଦେଖନ୍ତୁ । ଭିଡିଓରେ ଦେଖାଯାଉଥିବା ଏହି ୩ ଫୁଟ ଲମ୍ବା କୁକୁରର ନାମ ହେଉଛି ଜିଉସ୍, ଯାହାର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । କୁହାଯାଉଛି ଯେ, ଜିଉସ୍ ର ଲମ୍ବ ୩ ଫୁଟ ୫.୧୮ ଇଞ୍ଚ । ଜିଉସ ଏକ ଗ୍ରେଟଡେନ୍ ପ୍ରଜାତିର କୁକୁର । କୁକୁରଙ୍କ ଏହି ପ୍ରଜାତି ବିଶାଳ ଆକାର ପାଇଁ ଜଣାଶୁଣା ।



ଭିଡ଼ିଓ ଲିଙ୍କ; https://www.instagram.com/reel/CdLmYkaDiA_/?igshid=YmMyMTA2M2Y=

ଏ ହେଉଛି ଦୁନିଆର ସବୁଠାରୁ ଲମ୍ବା କୁକୁର, ଯାହାର ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । କୁକୁର ପ୍ରେମୀମାନେ ହୁଏତ ଥରକେ ଏହି ପ୍ରଜାତିକୁ ସହଜରେ ଦେଖି ଚିହ୍ନି ପାରିବେ । ଏହି କୁକୁର ଆନୁଷ୍ଠାନିକ ଭାବରେ ଦୁନିଆର ସବୁଠାରୁ ଉଚ୍ଚ କୁକୁର ଭାବେ ରେକର୍ଡ ସୃଷ୍ଟି କରିଛି । ଦୁନିଆର ସବୁଠାରୁ ଲମ୍ବା କୁକୁର ଆମେରିକାର ଟେକ୍ସାସରେ ରୁହନ୍ତି, ଯାହାର ଲମ୍ବ ଏକ ମିଟରରୁ ଅଧିକ । ଏହି ଜିଉସ୍ ନାମକ କୁକୁର ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ସ୍ଥାନ ପକ୍କା କରିଛି ।



ଏହା କୁହାଯାଉଛି ଯେ ପିଲାଦିନରୁ ବ୍ରିଟାନି ଡେଭିସ୍ 'ଗ୍ରେଟେଡେନ କୁକୁର'କୁ ପାଳିବାକୁ ସ୍ୱପ୍ନ ଦେଖିଥିଲେ ଏବଂ ଯେତେବେଳେ ତାଙ୍କ ଭାଇ ଜିଉସକୁ ଉପହାର ସ୍ୱରୂପ ତାଙ୍କୁ ଦେଇଥିଲେ ସେତେବେଳେ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା । ବ୍ରିଟାନୀଙ୍କ ଅନୁଯାୟୀ, ଯଦି ତୁମେ ଏପରି କୁକୁର ପାଇବାକୁ ଚାହୁଁଛ, ତେବେ ତୁମକୁ ପ୍ରଥମେ ଆର୍ଥିକ ଦୃଷ୍ଟିରୁ ପ୍ରସ୍ତୁତ ହେବାକୁ ପଡିବ । କୁହାଯାଏ ଯେ ଗ୍ରେଟେନ୍ ପ୍ରଜାତିର ଦୁନିଆର ଉଚ୍ଚତମ କୁକୁରମାନଙ୍କର ଖାଦ୍ୟ ବି ବହୁତ ଅଧିକ । ଏହା ବ୍ୟତୀତ ଜିଉସ୍ ସାଧାରଣ କୁକୁରମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଗିନିଜ ୱାର୍ଲ୍ଡ ରେକର୍ଡସ (GWR) ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିଉସର ଏହି ଭିଡିଓକୁ ସେୟାର କରିଛି । ଏହି ଲମ୍ବା କୁକୁରଟିକୁ ଭିଡିଓରେ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୁକୁର ପ୍ରେମୀମାନେ ଇଣ୍ଟରନେଟରେ ଏହି ଭିଡିଓ ଦେଖି ବହୁତ ଖୁସି ଅଛନ୍ତି । ଏହା ସହିତ, ଏହି ଭିଡିଓଟିକୁ ଅନେକ ଲୋକ ପସନ୍ଦ କରିଛନ୍ତି ।
Published by:Soubhagya Mishra
First published: