ମଙ୍କିପକ୍ସକୁ ନେଇ ବଢୁଛି ଚିନ୍ତା
News18 Odia Digital
WHO High Alert Over Monkeypox: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଚିନ୍ତିତ। ଶନିବାର ଦିନ ଏହାକୁ ନେଇ ହାଇ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏପର୍ଯ୍ୟନ୍ତ ଭାରତରେ ତିନୋଟି ମାମଲା ନିଶ୍ଚିତ ହୋଇଛି। ମଙ୍କିପକ୍ସର ବୃଦ୍ଧି ହେତୁ WHO ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।
ମେ ମାସରେ ମଙ୍କିପକ୍ସ ବିସ୍ତାର କରିବାକୁ ଲାଗିଥିଲା
ମେ ମାସ ଆରମ୍ଭରୁ, ମଙ୍କିପକ୍ସ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। WHO କହିଛି ଯେ ଏହି ସମୟରେ ମଙ୍କିପକ୍ସ ବିସ୍ତାର ଅନେକ ଦେଶରେ ଅଛି। ଏହି ରୋଗ ସେହି ଦେଶରେ ମଧ୍ୟ ବ୍ୟାପୁଛି, ଯେଉଁଠାରେ ଏହି ରୋଗ ସାଧାରଣତଃ ପୂର୍ବରୁ କେବେ ମିଳି ନଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।