୧୬ କୋଟି ଟଙ୍କା ଦାମ୍‌ର ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

Little girl Vedika dies even after ₹16-crore injection given to her | ଦେଢ଼ ମାସ ପୂର୍ବରୁ ୧୬ କୋଟି ଟଙ୍କା ଦାମର ସେହି ଇଞ୍ଜେକ୍ସନ ନେବା ପୂର୍ବରୁ ଝିଅଟି ନିଜ ମୁଣ୍ଡ ସିଧା କରି ରଖିପାରୁ ନ ଥିଲା । ସେ ସବୁବେଳେ ଶଯ୍ୟାଶାୟୀ ରହୁଥିଲା । ଇଞ୍ଜେକ୍ସନ୍ ନେବା ପରେ ସେ ନିଜ ଶରୀରର ଅଙ୍ଗ ଚାଳନା କରିବା ଆରମ୍ଭ କରିଥିଲା ।

ନିଜ ପିତାମାତାଙ୍କ ସହ କୁନି ଝିଅ ବେଦିକା

ନିଜ ପିତାମାତାଙ୍କ ସହ କୁନି ଝିଅ ବେଦିକା

  • Share this:
News18 Odia Digital

ପୁଣେ: ମାତ୍ର ତେର ମାସ ବୟସର କୁନି ଝିଅଟି ଏକ ବିରଳ ରୋଗରେ ପୀଡ଼ିତ ଥିଲା । ତା’ ଜୀବନ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଆବଶ୍ୟକ ଥିଲା । ତା’ ଗରୀବ ପିତାମାତଙ୍କ ଅନୁରୋଧ ସାରା ବିଶ୍ୱରେ ପହଞ୍ଚିଥିଲା ଓ ତା’ ପାଇଁ ସେହି ଇଞ୍ଜେକ୍ସନ୍‌ ଯୋଗାଡ଼ ହୋଇ ଆସିବା ପରେ ତାକୁ ଦିଆଯାଇଥିଲା । ହେଲେ କୁନି ଝିଅଟିର ଜୀବନ ବଞ୍ଚାଯାଇପାରିଲା ନାହିଁ । ଏହି ଇଞ୍ଜେକ୍ସନ୍‌ ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍ସନ୍‌ ।

ବେଦିକା ସିନ୍ଦେ (Vedika Sinde) ନାମକ ଏହି ଝିଅଟିର ମୃତ୍ୟୁ ଅନେକ ଲୋକଙ୍କ ହୃଦୟରେ ଦୁଃଖ ଆଣିଦେଇଛି । ଅଗଷ୍ଟ ୧ ତାରିଖ ସନ୍ଧ୍ୟାରେ ଏକ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଛି । ତାକୁ ଦେଢ଼ ମାସ ତଳେ ଜୋଲଗେନ୍ସମା (Zolgensma) ନାମକ ସେହି ୧୬ କୋଟି ଟଙ୍କାର ଇଞ୍ଜେକ୍ସନ୍‌ ଦିଆଯାଇଥିଲା ଓ ତା’ ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇ ଆସୁଥିଲା । ହେଲେ ସେ ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ଖୁବ୍‌ ଭଲ ଥିବା ବେଳେ ହଠାତ୍ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲା । ତାକୁ ତା’ ବାପା ସୌରଭ ସିନ୍ଦେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

‘‘ହସପିଟାଲରେ ବେଦିକାକୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ତା’ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ସବୁ ଉଦ୍ୟମ କରିଥିଲେ । ହେଲେ ତାହା ହୋଇପାରି ନ ଥିଲା । ସେହି ସନ୍ଧ୍ୟାରେ ବେଦିକା ଆମକୁ ଛାଡ଼ି ସବୁ ଦିନ ପାଇଁ ଚାଲିଯାଇଥିଲା,’’ କହିଛନ୍ତି ତା’ ବାପା ସୌରଭ ସିନ୍ଦେ ।

ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ଦେଢ଼ ମାସ ପୂର୍ବରୁ ୧୬ କୋଟି ଟଙ୍କା ଦାମର ବିଶ୍ୱର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ବେଦିକାକୁ ଦିଆଯିବା ପୂର୍ବରୁ ସେ ନିଜ ମୁଣ୍ଡ ସିଧା କରି ରଖିପାରୁ ନ ଥିଲା । ସେ ସବୁବେଳେ ଶଯ୍ୟାଶାୟୀ ରହୁଥିଲା । କିନ୍ତୁ ତାକୁ ଇଞ୍ଜେକ୍ସନ୍‌ ଦେବା ପରେ ସେ ନିଜ ଶରୀରର ଅଙ୍ଗ ଚାଳନା ସହଜରେ କରିବା ଆରମ୍ଭ କରିଥିଲା । ଆସନ୍ତା ତିନି ମାସ ପାଇଁ ତା’ର ଅଧିକ ଯତ୍ନ ନେବା ଆବଶ୍ୟକ ବୋଲି ଡାକ୍ତରମାନେ ତା’ ବାପା ଓ ମା’ଙ୍କୁ କହିଥିଲେ । ସମସ୍ତେ ଆଶା କରୁଥିଲେ ଯେ ସେ ଭଲ ହୋଇଯିବ । ଏହି ପରିବାର ମହାରାଷ୍ଟ୍ରର ପୁଣେ ସହରର ପିମ୍ପ୍ରି-ଚିଞ୍ଚୱାଡର ଭୋସାରି ଅଞ୍ଚଳରେ ରହନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍ଜିତିବା ଦେଖି ଖୁସିରେ ତାଳିମାରିଲେ CM ନବୀନ ପଟ୍ଟନାୟକ

କୁନି ଝିଅ ବେଦିକା ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି (spinal muscular atrophy) ରୋଗରେ ପୀଡି଼ତ ଥିଲା । ଏହା ବିରଳ ରୋଗ ଯାହା ଏକ ଶରୀରରେ ଗୋଟିଏ ଜିନର ଅବାବ ଠୋଗୁଁ ହୋଇଥାଏ । ଏଥିରେ କ୍ରମଶଃ ଶରୀରର ମାଂସପେଶୀଗୁଡ଼ିକ ନଷ୍ଟ ହୋଇଯାଏ ।

ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ଶୀଘ୍ର ଜେରା ହେବ

“ବେଦିକାକୁ ଚାରି ମାସ ହୋଇଥିବା ବେଳେ ସେ ନିଜ ବେକକୁ ସିଧା ରଖି ପାରୁ ନ ଥିଲା । ସେ ଗୋଟିଏ ପାଖକୁ ପଡ଼ିଯାଉଥିଲା ଓ ନିଜକୁ ସିଧା କରି ରଖିପାରୁ ନ ଥିଲା । ଆମର ଆଶା ଥିଲା ଯେ ଏହି ଇଞ୍ଜେକ୍ସନ୍‌ ନେବା ପରେ ସେ ଠିକ୍‌ ହୋଇଯିବ । ହେଲେ ଭଗବାନଙ୍କର ଯାହା ଇଚ୍ଛା,’’ ଆଖିରେ ଲୁହ ଧରି କହିଛନ୍ତି ତା’ ବାପା ସୌରଭ ସିନ୍ଦେ ।



ବେଦିକା ପାଇଁ ଏକାଧିକ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୧୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଆମେରିକାରେ ଉପଲବ୍ଧ ଏହି ଇଞ୍ଜେକ୍ସନ ଉପରେ ଆମଦାନୀ ଶୁଳ୍କ ଛାଡ଼ କରିବାକୁ ସାଂସଦ ଆମୋଲ କୋଲହେ ଲୋକସଭାରେ ସରକାରଙ୍କୁ ନିବେଦନ କରିଥିଲେ । ଅଭିନେତା ଜନ୍‌ ଆବ୍ରାହାମ୍‌ ବି ଲୋକଙ୍କୁ ଦାନ ଦେବାକୁ ନିବେଦନ କରିଥିଲେ । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକେ ଏହି କୁନି ଝିଅଟିର ଜୀବନ ବଞ୍ଚାଇବା ପାଇଁ ଦାନ ଦେଇଥିଲେ ।
Published by:Anand ST Das
First published: