ୱର୍କ ଫ୍ରମ୍ ହୋମ୍ ଆହୁରି ସହଜ ହେଲା; ଜାଣନ୍ତୁ ଆପଣଙ୍କୁ ସାହାଯ୍ୟ କରିବାକୁ Dellର ଅନେକ ଉପାୟ

ଦୂରରେ ରହି ଅଫିସ୍‌ କାର୍ଯ୍ୟ କରିବା କ୍ଷେତ୍ରରେ Forbesର ଶୀର୍ଷ ୧୦ ତାଲିକାରେ Dell ଅଛି । ଅନେକ ବର୍ଷ ଧରି କମ୍ପାନୀ ଘରୁ କାର୍ଯ୍ୟ କରିବା ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ରହି ଆସିଛି । ଦୂରରେ ରହି କାର୍ଯ୍ୟବଳକୁ ସକ୍ଷମ କରାଇବା ପାଇଁ ବିଭିନ୍ନ ସମାଧାନ ବିକାଶ କରି ଆସୁଛି ।

ୱର୍କ ଫ୍ରମ୍ ହୋମ୍ ଆହୁରି ସହଜ ହେଲା; ଜାଣନ୍ତୁ ଆପଣଙ୍କୁ ସାହାଯ୍ୟ କରିବାକୁ Dellର ଅନେକ ଉପାୟ
ଦୂରରେ ରହି ଚାକିରି କରିବା କ୍ଷେତ୍ରରେ Forbes ର ଶୀର୍ଷ ୧୦ ତାଲିକାରେ Dell ଅଛି ।
  • News18 Odia
  • Last Updated: June 26, 2020, 12:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯେତେବେଳେ Twitter ତାହାର କର୍ମଚାରୀମାନଙ୍କୁ କହିଲା ଯେ, ଯଦି ଚାହାଁନ୍ତି ସେମାନେ "ସବୁଦିନ ପାଇଁ " ଘରୁ ବସି କାମ କରି ପାରିବେ, ଡିଜିଟାଲ୍ ଇନୋଭେସନ୍ ବିଶେଷଜ୍ଞମାନେ ଏହି ଘୋଷଣାକୁ ଏକ ଯୁଗର ପରିଭାଷିତ ମୁହୂର୍ତ୍ତ ଭାବରେ ପ୍ରଶଂସା କରିଛନ୍ତି । ଏବଂ ଏହାର କାରଣ କଣ ତାହା ଜାଣିବା କଷ୍ଟ ନୁହେଁ । ଆଶ୍ବର୍ଯ୍ୟଜନକ ଭାବେ ଘରୁ କାମ କରିବାର ସଫଳ ଅଭିଜ୍ଞତା ନେଇ, Gartner ର ବର୍ତ୍ତମାନ ସିଏଫ୍ ଓ ସର୍ବେକ୍ଷଣ ପ୍ରକାଶ କରିଛି ଯେ ସିଏଫ୍ ଓ ର 74 ପ୍ରତିଶତ ଏବଂ ଆର୍ଥିକ ମୁଖ୍ୟମାନେ କିଛି କର୍ମଚାରୀମାନଙ୍କୁ ସ୍ଥାୟୀଭାବେ ଦୂରରେ ରହି କାମ କରାଇବାକୁ ସ୍ଥିର କରିଛନ୍ତି, ଯାହା ଭବିଷ୍ୟତରେ ଘରୁ କାମ କରିବା ନିୟମରେ ବୃଦ୍ଧି ନେଇ ପରିଷ୍କାର ଭାବେ ସୂଚାଉଛି ।

ଦୂରରେ ରହି ଚାକିରି କରିବା କ୍ଷେତ୍ରରେ Forbes ର ଶୀର୍ଷ ୧୦ ତାଲିକାରେ Dell ଅଛି । ଅନେକ ବର୍ଷ ଧରି କମ୍ପାନୀ ଘରୁ କାର୍ଯ୍ୟ କରିବା ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ରହି ଆସିଛି ଏବଂ ଦୂରରେ ରହି କାର୍ଯ୍ୟବଳ ସକ୍ଷମ କରାଇବା ପାଇଁ ବିଭିନ୍ନ ସାମଗ୍ରୀର ବ୍ୟାପକ ପୋର୍ଟଫୋଲିଓ ଏବଂ ସମାଧାନ ବିକାଶ କରି ଆସୁଛି ତଥା ନିଆରା ଚ୍ୟାଲେଞ୍ଜଗୁଡ଼ିକୁ ବ୍ୟବସାୟ ସୁଯୋଗରେ ପରିଣତ କରୁଛି । ସେମାନଙ୍କର ନିଜସ୍ୱ ଫ୍ଲେକ୍ସିବୁଲ୍ ଏବଂ ସୁଦୂର କର୍ମବଳ ନୀତି ସକ୍ଷମ କରିବାର ଇତିହାସ ଯୋଗୁଁ ଏହି କଠିନ ପରିବର୍ତ୍ତନ ମଧ୍ୟରେ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ସେମାନେ ସମ୍ପୂର୍ଣ୍ଣ ଉପସ୍ଥିତ ।  Dell ର ସଂଯୋଗ କାର୍ଯ୍ୟସ୍ଥଳ ହେଉଛି ଆଧୁନିକ ଯୁଗରେ ସଂଚାଳନ ନିରନ୍ତରତାର ଏକ ଜଟିଳ ସକ୍ରିୟକ । ଯେଉଁଠି ବି ଥାଆନ୍ତୁ ନା କାହିଁକି ବ୍ୟବହାରକାରୀମାନଙ୍କୁ ସୁରକ୍ଷିତ ଡାଟା, ଆପ୍ ଏବଂ ସେବା ପହଞ୍ଚ କରାଇ ଏହା ଉତ୍ପାଦନ କ୍ଷମତା ଏବା କାର୍ଯ୍ୟ ଅଭିଜ୍ଞତା ସୁଧାରିବାରେ ସାହାଯ୍ୟ କରେ । Dell ତାହାର ଯୋଗାଣ ଶୃଙ୍ଖଳାରେ ଦଶନ୍ଧି ଧରି ଅବିଶ୍ବନୀୟଭାବେ ଦୃଢ଼ ବିଶ୍ବ ସଂପର୍କ ଗଢିଛି । ଯାହା ସେଗୁଡିକୁ ଏଭଳି ଏକ ସ୍ଥିତିରେ ରଖିଛି ଯେଉଁଠି ସେମାନେ ଅନିଶ୍ଚିତତାର ସବୁଠାରୁ ବଡ ମୁହୂର୍ତ୍ତରେ ଅଧିକ ଚତୁର ରହିବେ ।

ଦୂରରେ ରହି କାମ କରିବାର ଟିପ୍ସ

ଏହି ନୂଆ ଶୃଙ୍ଖଳାରେ ଦୂରରେ ରହି କାମ କରିବା ପାଇଁ ଏଠାରେ କିଛି ଟିପ୍ସ ରହିଛି ଯାହା ଆପଣଙ୍କ ଅଭିଜ୍ଞତାକୁ କମ ଚାପଭାର ସମ୍ପର୍ଣ୍ଣ କରିବ ଏବଂ ଅଧିକ ଉତ୍ପାଦନକ୍ଷମ କରିବ :

ନିଜର କାର୍ଯ୍ୟ ଶୈଳୀକୁ ଶିଖନ୍ତୁ । କାର୍ଯ୍ୟାଳୟରେ କାମ କରିବା ଅପେକ୍ଷା ଏହା କିଛି ପରିମାଣରେ ଭିନ୍ନ ହୋଇପାରେ, କିନ୍ତୁ ଏହା ଆପଣଙ୍କୁ ଅଧିକ ଉତ୍ପାଦନକ୍ଷମ କରିପାରେ ।

1. ଏକ ନିର୍ଦ୍ଧାରିତ କାର୍ଯ୍ୟକ୍ଷେତ୍ର ରଖନ୍ତୁ । ଏକ ସ୍ଥିର ସ୍ଥାନରେ କାମ କରିବା ଦ୍ବାରା ଆପଣ ଅଧିକ ଧ୍ୟାନ କେନ୍ଦ୍ର କରି ପାରିବେ ।

2. ଭିଡ଼ିଓ କନଫରେନ୍ସିଂ ହେଲେ ମଧ୍ୟ ଲୋକଙ୍କ ସହ ମୁଁହା ମୁଁହି କଥା ହୁଅନ୍ତୁ, ଏହା ଦ୍ବାରା ଆପଣ ଏକାକୀ ଅନୁଭବ କରିବେ ନାହିଁ।

3. ୱେବଂ ମିଟିଂ ଚାଲିଥିବା ବେଳେ, ଅନ୍ୟ କୌଣସି ପ୍ରକାରର ଇଣ୍ଟରନେଟ୍ କାର୍ଯ୍ୟକଳାପରୁ ବିରତ ରୁହନ୍ତୁ, ଯାହା ଆପଣଙ୍କ ବ୍ୟାଣ୍ଡୱିଥ୍ ଡ୍ରେନ୍ କରି ପାରେ, ଯେପରି ବଡ଼ ଫାଇଲ୍ ଡାଉନଲୋଡ୍ କରିବା

4. ବିରତି ନିଅନ୍ତୁ । ନିଜର ଉତ୍ପାଦନ କ୍ଷମତା ବଜାୟ ରଖିବ ପାଇଁ ବେଳେବେଳେ ନିଜ ମନ ହାଲକା କରିବା ଜରୁରୀ ।

5. ଯେତେବେଳେ ଆପଣଙ୍କ କାମ ସରିଯାଉଛି ସେତେବେଳେ ସଟ୍ ଅଫ୍ କରନ୍ତୁ । ଆପଣ ଘରୁ କାମ କରୁଛନ୍ତି ବୋଲି ଏହାର ଅର୍ଥ ନୁହେଁ ଆପଣଙ୍କ କାର୍ଯ୍ୟ ଜୀବନ ନିଜର ଘରୋଇ ଜୀବନରେ ପ୍ରବେଶ କରିବ ।

6. ଯଦି ଆପଣଙ୍କ ଘର ହିଁ ଆପଣଙ୍କ କାର୍ଯ୍ୟାଳୟ, ତାହାଲେ ସୁରକ୍ଷା ବା ନିରାପତ୍ତା ହେଉଛି ନିହାତି ଗୁରୁତ୍ତ୍ବପୂର୍ଣ୍ଣ । ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା କିମ୍ବା କାର୍ଯ୍ୟା ଡାଟା ଚୋରାଇବାକୁ ଚାହୁଁଥିବା ହ୍ୟାକର୍ ମାନଙ୍କ ପାଇଁ ଏକ ଅସୁରକ୍ଷିତ Wi-Fi ନେଟୱର୍କ ସହଜ ହୋଇଥାଏ ।

ଦୂରରେ ରହି କାର୍ଯ୍ୟ କରୁଥିବା କାର୍ଯ୍ୟବଳଙ୍କୁ ସମର୍ଥନ କରିବା ପାଇଁ ଯାହା ଆବଶ୍ୟକ

କର୍ମଚାରୀମାନଙ୍କୁ ସଫଳତା ପାଇଁ ସେଟ୍ କରିବାକୁ, ସଂସ୍ଥା ବା ଅନୁଷ୍ଠାନକୁ ଉପଯୁକ୍ତ ସାଧନ ଏବଂ ସମ୍ଭଳ ପ୍ରଦାନ କରିବା ଆବଶ୍ୟକ । ଦୂରରେ ରହି କାର୍ଯ୍ୟ କରୁଥିବା କାର୍ଯ୍ୟବଳର ସମର୍ଥନ ଅନ୍ତର୍ଭୁକ୍ତ ହେଉଛି କର୍ମଚାରୀଙ୍କୁ ଶସକ୍ତ କରୁଥିବା ଟ୍ରୋଇକା ସୁରକ୍ଷିତ କରିବା, ପରିଚାଳନା ସୁନିଶ୍ଚିତ କରିବା ଏବଂ ଡାଟା ସୁରକ୍ଷିତ କରିବା । ଏହାର ଅର୍ଥ ହେଉଛି ଘରେ କାମ କରି ଶୀଘ୍ର ଏବଂ ସହଜରେ ଉତ୍ପଦାନକ୍ଷମ ହେବା ନେଇ ସାହାଯ୍ୟ କରିବାକୁ ନିଜର କର୍ମଚାରୀଙ୍କୁ ଟେକ୍ନୋଲୋଜୀ ପ୍ରଦାନ କରିବା; ସବୁକିଛି ଅପଟୁ ଡେଟ୍,  କାର୍ଯ୍ୟ ଅନୁରୂପ ଏବଂ ସୁରକ୍ଷିତ ରଖିବା ପାଇଁ ନିଜର ଏଣ୍ଡ୍- ୟୁଜର୍ ଡିଭାଇସ୍, ଆପଣଙ୍କ ନେଟୱର୍କ ଏବଂ ଭିତ୍ତିଭୂମୀ ପରିଚାଳନା କରିବା ; ଏବଂ ଭିତ୍ତିଭୂମୀ ସହ ସଫ୍ଟୱେୟାର୍ ଜରୁରୀ ସାମଗ୍ରୀ ନେଇ ବିପଦ ସମ୍ଭାବନା କମ କରିବା ଯାହା ଆପଣଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଡାଟା ସୁରକ୍ଷିତ ରଖିବ । ଉତ୍ପାଦନକ୍ଷମତା, ସୁରକ୍ଷା ଏବଂ ସହଯୋଗ ପାଇଁ କର୍ମଚାରୀଙ୍କୁ ବ୍ୟାପକ ଉପକରଣ ପ୍ରଦାନ କରି Dell Technologies ଗୋଟିଏ ସଂଯୁକ୍ତ ଏବଂ ମୋବାଇଲ୍ ୱାର୍କଫୋର୍ସକୁ ସମର୍ଥନ ଦିଏ ।

ପ୍ରତି କାର୍ଯ୍ୟ ପାଇଁ ସଠିକ ସାଧନ ବା ଉପକରଣ ନିଅନ୍ତୁ । Dell ଡୁଆଲ୍ ମନିଟର୍ ସେଟ୍ ଅପ୍ ସହ ନିଜର ଉତ୍ପାଦନ କ୍ଷମତାକୁ 21 ପ୍ରତିଶତ ବଢ଼ାନ୍ତୁ । ଶୀଘ୍ର ଡାଟା, ଭିଡିଓ ଏବଂ ଅଡିଓ ଟ୍ରାନ୍ସମିସନ୍ ପାଇଁ Docks ଆପଣଙ୍କୁ ସହଜ ସଂଯୋଗ ଦେଇଥାଏ ।

ବ୍ଲୁ ଟୁଥ୍ ସଂଯୋଗ ସହ ପ୍ରିମିଅମ୍ ଆକ୍ଟିଭ୍ ପେନ୍ ଆପଣଙ୍କୁ ସିଲେକ୍ଟ Dell 2-in-1 କମ୍ପ୍ୟୁଟରରେ ଲକ୍ ହୋଇଥିବା ସ୍କ୍ରିନରେ ନୋଟ୍ ଲେଖିବାକୁ ଦେଇଥାଏ  । Dell Pro Stereo Headsets ସମ୍ମୀଳନ ଏବଂ କନଫେରେନ୍ସ କଲ୍ ଅଧିକ ସହଜ କରାଇଥାଏ । ମଲ୍ଟି- ଡିସପ୍ଲେ ଭିଡିଓ, ଅଡିଓ ଏବଂ ଡାଟା ଟ୍ରାନ୍ସଫର ପାଇଁ  USB-C ଗୋଟିଏ ଇଣ୍ଡଷ୍ଟ୍ରୀ-ଷ୍ଟାଣ୍ଡାର୍ଡ ସଂଯୋଗ ଦେଇଥାଏ । Intel® Optane™ ମେମୋରୀ ସହ ବାରମ୍ବାର ବ୍ୟବହାର କରୁଥିବା ଫାଇଲ୍ ଏବଂ ଆପ୍ଲିକେସନ୍ କୁ ତୁରନ୍ତ ପାଆନ୍ତୁ  । ଆପଣ ପାୱାର୍ ଅଫ୍ କରି ସାରିବା ପରେ ମଧ୍ୟ ଏହା ସେଗୁଡ଼ିକୁ ମନେ ରଖିଥାଏ —  ଯାହା ଆପଣଙ୍କୁ କମ୍ ସମୟ ଅପେକ୍ଷାରେ ରଖି ଅଧିକ ସୃଜନୀଶୀଳ ଏବଂ ଉତ୍ପାଦନକ୍ଷମ କରିବାରେ ସକ୍ଷମ କରାଏ ।  Windows Hello ଭଳି ଅପଗ୍ରେଡ୍ ସହ Windows 10 Pro ସୁରକ୍ଷା ବଢ଼ାଏ, ଯାହା ଆପଣଙ୍କୁ ନିଜର ଡିଭାଇସ୍ ରେ କେବଳ ଦେଖି କରି କିମ୍ବା ଫିଙ୍ଗର ପ୍ରିଣ୍ଟ ରିଡର୍ ଏବଂ ମୁଁହ ଚିହ୍ନିବା କ୍ଷମତା ସହ ସାଇନ୍ ଇନ୍ କରିବାକୁ ଦିଏ  ।

ଡେକ୍ସଟପ୍ ଏବଂ ଅନ୍ ଇନ୍ ୱାନ୍: Dell Optiplex 



ନୂଆ OptiPlex 7070 Ultra ହେଉଛି ବିଶ୍ବର ସବୁଠାରୁ ଅଧିକ ଫ୍ଲେକ୍ସିବୁଲ୍, ସମ୍ପୂର୍ଣ୍ଣ ଭାବେ ମୋଡୁଲାର୍ ଜିରୋ-ଫୁଟ୍ ପ୍ରିଣ୍ଟ ଡେସ୍କଟପ୍ ସଲ୍ୟୁସଲ୍ । ଏହା ଅଦଳ ବଦଳ ହେଉଥିବା ଉପାଦାନ ବା ତତ୍ତ୍ବର ଚୁଡ଼ାନ୍ତ କନଫିଗ୍ୟୁରେବିଲିଟି ଏବଂ ପ୍ରଦର୍ଶନ ସୁବିଧା ପ୍ରଦାନ କରେ, ଯେବେ କି ପିସି ସମ୍ପୂର୍ଣ୍ଣ ଭାବେ ମନିଟର ଷ୍ଟାଣ୍ଡ ଭିତରେ ଲୁଚିଥାଏ, ଯାହା ଆପଣଙ୍କୁ ଏକ ସ୍ଲିକ୍ ଏବଂ ସୁନ୍ଦର ଡେସ୍କଟପ୍ ଅଭିଜ୍ଞତା ପ୍ରଦାନ କରିଥାଏ । ଏହାର ତ୍ବରିତ, ଅଧିକ ପ୍ରତିକ୍ରିୟାଶୀଳ ଅଭିଜ୍ଞତା Intel® 9th Gen core processors  ସହ  ଆପଣଙ୍କୁ ସିଷ୍ଟମ ଲାଗ୍ ରୁ ବିରତ ହେବାରେ ସାହାଯ୍ୟ କରେ  ଏବଂ Intel® Optane™ Memory ସହ 2x ସିଷ୍ଟମ ରେସ୍ପୋନ୍ସିଭନେସ୍ ହାସଲ କରିବାରେ ସାହାଯ୍ୟ କରେ ।  ଏହାର ଫ୍ଲେକ୍ସିବୁଲ୍ ଏକ୍ସପାନ୍ସନ୍ ବିକଳ୍ପ, ଯାହା ଅନ୍ତର୍ଭୁକ୍ତ ହେଉଛି ଭଲ ସିପିୟୁ, ଏସ୍ ଏସ୍ ଡି, PCIeNVMe ଏବଂ ସଂଯୋଗ ବିକଳ୍ପ, ଆପଣଙ୍କୁ ବ୍ୟକ୍ତିଗତ କନଫିଗ୍ୟୁରେସନ ପାଇଁ ଅନୁମତି ଦିଏ । ଏହାର ଟେଲର୍ଡ ଏଣ୍ଡ – ୟୁଜର୍ ଅଭିଜ୍ଞତା 4k UHD AiO, ଏବଂ ମେଳ ଖାଉଥିବା ମଲ୍ଟି – ମନିଟର୍ ସପୋର୍ଟ ସମେତ ଡିସପ୍ଲେ ଟେକ୍ୱୋଲୋଜୀ ଭଲ ଭାବେ ବାର୍ତ୍ତାଳପ ପାଇଁ ସୁବିଧା ପ୍ରଦାନ କରିଥାଏ  । Dell କ୍ଲାଇଣ୍ଟ କମାଣ୍ଡ ସୁଟ୍ ଏବଂ VMware Workspace ONE ଇଣ୍ଟେଗ୍ରେସନ୍ ସହ ଗୋଟିଏ କନସୋଲ୍ ରୁ ଆପଣଙ୍କ ସମସ୍ତ ୱିଣ୍ଡୋ 10 ଏଣ୍ଡ୍ ପଏଣ୍ଟ ପରିଚାଳନା କରନ୍ତୁ  ।  OptiPlex 7000 ସିରିଜରେ ଉପଲବ୍ଧ ଅପ୍ସନାଲ୍ Intel® vPro™ ଟେକ୍ନଲୋଜୀ ଦୂରରେ ଥିବା ଏବଂ ବ୍ୟାଣ୍ଡ ପରିଚାଳନା ବାହାର କ୍ଷମତା ପାଇଁ ଅନୁମତି ଦିଏ । ଏଠାରେ Dell Optiplex କିଣନ୍ତୁ ।

ନୋଟ୍ ବୁକ୍ସ ଏବଂ 2-ଇନ୍-1: Dell Latitude



ଏହା ଆପଣଙ୍କ କର୍ମଚାରୀଙ୍କୁ କେଉଁଠାରେ ବି କାମ କରିବାକୁ ସାହାଯ୍ୟ କରେ ଏବଂ ଏହା ହେଉଛି ଆପଣଙ୍କ ଅଧିକ ଉତ୍ପାଦନ କ୍ଷମତା ପାଇଁ ଦରକାର ହେଉଥିବା ଏକ ଛୋଟ, ହାଲୁକା ଏବଂ ଷ୍ଟାଇଲିସ୍ ଲାପଟପ୍ ଓ ଏଥିରେ ଅଛି 2- ଇନ୍ 1 ଡିଜାଇନ  ।  ବିଲ୍ଟ ଇନ୍ ଏଆଇ ସହ, Latitude ସିରିଜ ହେଉଛି ବିଶ୍ବର ସବୁଠାରୁ ଅଧିକ ଇଣ୍ଟେଲିଜେଣ୍ଟ ବିଜନେସ୍ ପିସି । Latitude ର  ଏକ୍ସପ୍ରେସ୍ ଚାର୍ଜ ଗୋଟିଏ ଚାର୍ଜରେ 24 ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ଦିଏ । ଯେତେବେଳେ କି ଏହାର ଏକପ୍ରେସ୍ ସଂଯୋଗ ଆଖପାଖରେ ଥିବା ୱାଇ ଫାଇ ସିଗନାଲ୍ ସହ ଆପେ ସଂଯୋଗ ହୋଇଯାଏ ।  ଏହାର ଅଗ୍ରଣୀ ୱେୟାର୍ ଲେସ୍ ଏବଂ ଏଲ୍ ଚିଇ ବିକଳ୍ପ, ନେକ୍ସ ଲେଭଲ୍ କୋଲାବରେସନ୍ ଟୁଲ୍ , ଏବଂ ପୋର୍ଟ ଓ ଆକ୍ସେସରୀ ସମୁହର ଏର ବୋର୍ଡ, ଆପଣଙ୍କୁ ସଂଯୋଗ ରଖିବାରେ ସାହାଯ୍ୟ କରିଥାଏ । Dell Technologies Unified Workspace ସହ ଏକ ଆଧୁନିକ କାର୍ଯ୍ୟ ଦିବସ ଉପଭୋଗ କରନ୍ତୁ, ଯେଉଁଥିରେ ଅଛି ଏକ୍ସପ୍ରେସ ଫିଚର ଏବଂ ସୁରକ୍ଷିତ ସୁରକ୍ଷା ସମାଧାନ ସହ Dell Optimizer । Latitude ବିଶ୍ବର ସବୁଠାରୁ ଅଧିକ ଇଣ୍ଟେଲିଜେଣ୍ଟ ଏବଂ ସୁରକ୍ଷିତ କମର୍ସିଆଲ୍ ପିସି ଭାବେ ଉଭା ହୋଇଛି । ଗୋଟିଏ Dell Latitude ଏଠାରୁ କିଣନ୍ତୁ

ଫିକ୍ସଡ୍ ଏବଂ ମୋବାଇଲ୍ ୱାର୍କ ଷ୍ଟେସନ୍: Dell Precision



ବିଶ୍ବରେ ‘ଏକ ନମ୍ବର ୱାର୍କ ଷ୍ଟେସନ୍’ ହେବା ପାଇଁ ତିଆରି ହୋଇଥିବା Dell Precision ୱାର୍କ ଷ୍ଟେସନ୍ ସେହି କର୍ମଚାରୀଙ୍କ ପାଇଁ ପ୍ରଜୁଯ୍ୟ ଯେଉଁମାନେ କ୍ରିଏଟିଭ୍ କିମ୍ବା ଡିଜାଇନ୍ ଆପ୍ଲିକେସନ୍ ବ୍ୟବହାର କରନ୍ତି, ଅଧିକ ଡାଟା ସେଟ୍ ସହ କାର୍ଯ୍ୟ କରନ୍ତି ଏବଂ ଜଟିଶ ବିଶ୍ଲେଷଣ କାର୍ଯ୍ୟ କରନ୍ତି । ଏଭଳି କର୍ମଚାରୀଙ୍କ ପାଇଁ ଆବଶ୍ୟକ ହୋଇଥାଏ ଅଧିକ ବିଶ୍ବାସନୀୟତା ଏବଂ ପ୍ରଦର୍ଶନ ଓ  ISV ସ୍ବୀକୃତ ବିଶ୍ବସନୀୟ ପ୍ରଦର୍ଶନ ସହ ମାନସିକ ଶାନ୍ତି । Dell Precision ସହ, ପେଶାଦାର କ୍ରିଏଟରମାନେ ପେଶାଦାର ଆପ୍ଲିକେସନ୍ ସହ ସର୍ବୋତ୍ତମ ପ୍ରଦର୍ଶନ ଏବଂ ସମ୍ପୂର୍ଣ୍ଣ କଷ୍ଟମାଇଜ୍ କରି ହେଉଥିବା ୱାର୍କ ଷ୍ଟେସନ୍ ରୁ ଫାଇଦା ପାଇଥାନ୍ତି  । ପୁରସ୍କାର ଜିତୁଥିବା ଫିଲ୍ମ ନିର୍ମାତା ଏବଂ ଆନିମେଟର୍ ହୁଅନ୍ତୁ କିମ୍ବା ଆର୍ଟ ଆର୍କିଟେକ୍ଟ ଓ ଇଞ୍ଜିନିଅର୍, ଏହାର ବର୍ଦ୍ଧିତ ପେଶାଦାର ପୋର୍ଟଫୋଲିଓ ଅତ୍ୟଧିକ ଆବଶ୍ୟକୀୟ କାମ ପାଇଁ ସେମାନଙ୍କୁ ଅପ୍ଟିମାଇଜ୍ କରିବାକୁ ୱାର୍କ ଷ୍ଟେସନ୍ ର କଷ୍ଟମାଇଜେସନ୍ ସକ୍ରିୟ କରେ  । ଗୋଟିଏ Dell Precision ୱାର୍କ ଷ୍ଟେସନ୍ ଏଠାରୁ କିଣନ୍ତୁ । 

ଆକ୍ସେସରୀ ଏବଂ ଅନ୍ୟାନ୍ୟ

ଆପଣଙ୍କ କାର୍ଯ୍ୟବଳ ବା କର୍ମଚାରୀଙ୍କୁ ଯେ କୌଣସି ସ୍ଥାନରେ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ଲାପଟପ୍ ଏବଂ ଡେସ୍କଟପ୍ ବ୍ୟତୀତ, Dell ର ଆକ୍ସେସରୀ ଡିଜାଇନ ହୋଇଛି, ଯାହା ଅନ୍ତର୍ଭୁକ୍ତ ହେଉଛି ହେଡ୍ ସେଟ୍, ମନିଟର୍, ଡକିଂ ଷ୍ଟେସନ୍, କି ବୋର୍ଡ, ମାଇସ୍, କ୍ୟାରିଂ କେସ୍ ଏବଂ ଆହୁରି ଅନେକ । ନିହାତି ଭାବେ Dell ପ୍ରଡକ୍ଟ ଇକୋସିଷ୍ଟମରୁ ଆକ୍ସେସରୀ ନେବା ଅର୍ଥ ଆପଣ ନିରନ୍ତର ପ୍ରଦର୍ଶନ ନେଇ ଆଶ୍ବସ୍ତ ଯାହା ଉତ୍ପାଦନକ୍ଷମତା ଅଭିଜ୍ଞତାକୁ ସୁହାଏ ଏବଂ ବଢ଼ାଏ । Dell ଆକ୍ସେସରୀ କିଣିବା ପାଇଁ ଏଠାରେ କିଲ୍କ୍ କରନ୍ତୁ

କୌଣସି ପ୍ରସଙ୍ଗ ବଡ଼ ସମସ୍ୟା ହେବା ପୂର୍ବରୁ ଏହାକୁ ଚିହ୍ନଟ କରିବା ଏବଂ ସମାଧାନ କରିବା ପାଇଁ ସପୋର୍ଟ ଡିଭାଇସ୍

ଗୋଟିଏ ସିଷ୍ଟମ ବିଫଳ ହେବାକୁ ଯାଉଛି ବୋଲି ଆଗୁଆ ଜାଣିଲେ ଆପଣ ଏହାକୁ ଆଗରୁ ଫିକ୍ସ କରି ପାରିବେ । ପିସି ପାଇଁ Dellର  ପ୍ରୋ ସପୋର୍ଟ ସୁଟ୍ ସେହି ସ୍ତରର ସେବା ପ୍ରଦାନ କରିଥାଏ । ପ୍ରୋପ୍ରିଏଟାରୀ ସପୋର୍ଟ ଆସିଷ୍ଟାଣ୍ଟ ଟେକ୍ନଲୋଜୀ ବ୍ୟବହାର କରି, ପ୍ରୋ- ସପୋର୍ଟ ସୁଟ୍ ଆଗୁଆ ଅନୁମାନ କରି ଚେତାବନୀ ପ୍ରଦାନ କରିଥାଏ, ଯାହା ଆପଣଙ୍କୁ ଅଧିକ ସମସ୍ୟାରୁ ଦୂରରେ ରହିବାକୁ ସାହାଯ୍ୟ କରେ, ଉଭୟ ହାର୍ଡ ୱେୟାର୍ ଏବଂ ସଫ୍ଟ ୱେୟାର୍ ସମସ୍ୟା ଶୀଘ୍ର ସମାଧାନ କରିବାକୁ ଦିଏ ଓ ଆପଣଙ୍କୁ 24x7 ବ୍ୟାକ୍ ଅପ୍ ଦେଇ ପ୍ରୋ ସପୋର୍ଟ ଇଞ୍ଜିନିଅର୍ ଙ୍କ ପହଞ୍ଚ ହାସଲ କରିବାକୁ ଦିଏ । ସ୍ବୟଂକ୍ରିୟ ସଚେତନ ବାର୍ତ୍ତା ଏବଂ କେସ୍ କ୍ରିଏସନ୍ Dellର ବିଶେଷଜ୍ଞଙ୍କୁ ଆପଣ କଲ୍ କରି କହିବା ପୂର୍ବରୁ ସମାଧାନ ନେଇ କାମ କରିବା ଆରମ୍ଭ କରିଥାଏ – ଯାହା ଆପଣଙ୍କୁ ଏବଂ ଆପଣଙ୍କ ଏଣ୍ଡ- ୟୁଜରଙ୍କୁ ସମୟ, ଅର୍ଥ ଏବଂ ବ୍ୟସ୍ତତାରୁ ରକ୍ଷା କରେ । ଏହା ମୁଖ୍ୟ ଫାଇଦା ଅନ୍ତର୍ଭୁକ୍ତ ହେଉଛି :

ଅନ୍ୟ ପ୍ରତିଦ୍ବନ୍ଦୀ ତୁଳନାରେ 11x ଶୀଘ୍ର ସମାଧାନ କରେ

ଏଣ୍ଡ – ୟୁଜର ଡାଉନାଇମ୍ ରୁ ବିରତ ରଖେ କିମ୍ବା କମାଏ

ସାରା ବିଶ୍ବରେ 24x7 ଅନ ସାଇଟ୍ ସେବା

ହଠାତ୍ ନଷ୍ଟ ହେଲେ ମରାମତି କରିବା

ଏଆଇ – ଡ୍ରିଭେନ୍ ସୁପାରିଶ ଏବଂ ଇନସାଇଟ୍

ଆଇଟି ସମସ୍ୟା ପାଇଁ ଦୂରରୁ ସମାଧାନ ପ୍ରଦାନ କରିବା

ଦୂରରେ ରହି କାମ କରିବା ଆବଶ୍ୟକତା ପାଇଁ ଜଣେ Dell ପରାମର୍ଶଦାତାଙ୍କ ସହ କଥା ହୁଅନ୍ତୁ

ଯେତେବଳେ ଆପଣ ଦୂରରେ ରହି କାମ କରୁଛନ୍ତି, ସେତେବେଳେ ଏକ ନିର୍ଭରଯୋଗ୍ୟ ଟେକ୍ୱୋଲୋଜୀ ରହିବା ସବୁବେଳେ ଗୁରୁତ୍ତ୍ବପୂର୍ଣ୍ଣ । ଏବେର ସମୟରେ, ଆପଣଙ୍କୁ ଯେ କେବଳ ଏକ ଭରସାଯୋଗ୍ୟ ଟେକ୍ନୋଲୋଜୀ ଆବଶ୍ୟକ ତାହା ନୁହେଁ, ଆପଣ ଏଭଳି ବ୍ୟକ୍ତି ମଧ୍ୟ ଆବଶ୍ୟକ କରନ୍ତି ଯାହାଙ୍କ ଉପରେ ଆପଣ ଭରସା କରି ପାରିବେ । Dellର ଉଚ୍ଚ ପ୍ରଶିକ୍ଷିତ କ୍ଷୁଦ୍ର ବ୍ୟବସାୟ ପରାମର୍ଶଦାତା ଆପଣଙ୍କ ଚାହିଦାକୁ ସୁହାଉଥିବା ସର୍ବୋତ୍ତମ କଷ୍ଟମାଇଜଡ୍ ସମାଧାନ ପ୍ରଦାନ କରନ୍ତି । କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପ୍ରାୟ 30 ବର୍ଷର ଅଭିଜ୍ଞତା ସହ Dell ମାନସିକ ଶାନ୍ତି ପାଇଁ ବ୍ୟକ୍ତିଗତ ସ୍ତରର ଭାଗିଦାରୀ ପ୍ରଦାନ କରିବାକୁ ଉତ୍ସର୍ଗ ହୋଇଛି ଯାହା  ଆପଣଙ୍କ ବ୍ୟବସାୟ ବୃଦ୍ଧି ହେଲେ ମଧ୍ୟ ତାହାର ଆବଶ୍ୟକତା ମୁତାବକ ପ୍ରଦର୍ଶନ ପାଇଁ ଟେକ୍ନଲୋଜୀ ପ୍ରଦାନ କରିଥାଏ ।

Dell ପରାମର୍ଶଦାତାଙ୍କ ସହ ସଂଯୋଗ କରିବା ପାଇଁ ଦୟାକରି 1800 425 2057 କୁ କଲ୍ କରନ୍ତୁ କିମ୍ବା ସେମାନଙ୍କର କ୍ଷୁଦ୍ର ବିଜନେସ୍ ସଲ୍ୟୁସନ୍ ସାଇଟ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
First published: June 26, 2020, 12:33 PM IST
corona virus btn
corona virus btn
Loading