ମହିଳାଙ୍କ ପାଇଁ ବଡ଼ ଖବର! ଏଣିକି ପ୍ରତି ମାସରେ ମିଳିବ ହଜାରେ ଟଙ୍କା

ଯଦି ଆପଣ ଜଣେ ମହିଳା ତେବେ ଖୁସି ଖବର । ଏଣିକି ସବୁ ମାସ ଆପଣଙ୍କ ଆକାଉଣ୍ଟକୁ ଆସିବ ହଜାରେ ଟଙ୍କା ।

ମିଳିବ ହଜାରେ ଟଙ୍କା

ମିଳିବ ହଜାରେ ଟଙ୍କା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Ladli Bahna Yojana:  ୧.୨୫ କୋଟି ମହିଳାଙ୍କ ପାଇଁ ଏକ ବଡ଼ ଖବର ଅଛି। ଯଦି ଆପଣ ମଧ୍ୟ ଜଣେ ମହିଳା, ତେବେ ଆଗାମୀ ମାସ ଅର୍ଥାତ୍ ଜୁନ୍ ଠାରୁ ଆପଣ ୧୦୦୦ ଟଙ୍କା ପାଇବେ। ଅନେକ ସରକାରୀ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାର ଲାଭ ମହିଳା ଓ ଝିଅମାନଙ୍କୁ ଦିଆଯାଉଛି। ଏବେ ପୁଣି ଥରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ଜୁନ୍ ମାସରୁ ୧୦୦୦ ଟଙ୍କା ମହିଳା ଆକାଉଣ୍ଟକୁ ଟ୍ରାନ୍ସଫର ହେବ।

ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ 'ମୁଖ୍ୟମନ୍ତ୍ରୀ ଲାଡଲି ବହାନା ଯୋଜନା' ଅଧୀନରେ ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଦିଆଯିବ। ଏହି ଯୋଜନାରେ ୧.୨୫ କୋଟିରୁ ଅଧିକ ମହିଳା ନିଜକୁ ପଞ୍ଜୀକୃତ କରିଛନ୍ତି।  ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ଆରମ୍ଭ କରିଥିଲେ।

ମହିଳାଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କଲେ ସରକାର; ଚୁଟକିରେ ମିଳିବ ୫୦ ଲକ୍ଷ

ଗରିବ ଏବଂ ମଧ୍ୟବିତ୍ତ ମହିଳାଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା। ଏହି ଯୋଜନାରେ ପଞ୍ଜୀକରଣ ପାଇଁ ଶେଷ ତାରିଖ ଥିଲା ୩୦ଏପ୍ରିଲ୍। ଏହି ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଭାବରେ ମାସକୁ ୧୦୦୦ଟଙ୍କା ମିଳିବ। ଏହି ଟଙ୍କା ସିଧାସଳଖ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।

ନର୍ମଦା ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ନର୍ମଦାପୁରମ୍ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏଠାରୁ ସେ ଘୋଷଣା କରି କହିଥିଲେ, ‘‘ଆମର ଗରିବ ଭଉଣୀମାନେ, ନିମ୍ନ ମଧ୍ୟବିତ୍ତର ଭଉଣୀମାନେ, କୌଣସି ଜାତି କିମ୍ବା ଧର୍ମ ହେଉ, ଭଉଣୀମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? ଏହିପରି ଭଉଣୀମାନଙ୍କୁ ବର୍ତ୍ତମାନ ପ୍ରତି ମାସରେ ଏକ ହଜାର ଟଙ୍କା ଦିଆଯିବ। ଏହାର ଅର୍ଥ ସେମାନଙ୍କୁ ଗୋଟିଏ ବର୍ଷରେ ୧୨ ହଜାର ମିଳିବ।
ସିଏମ କହିଛନ୍ତି ଯେ ଲାଡଲୀ ଲକ୍ଷ୍ମୀ ଯୋଜନା, ଲାଡଲୀ ଲକ୍ଷ୍ମୀ ଯୋଜନା-୨ ପରେ ସରକାର ଲାଡଲୀ ବହନା ଯୋଜନା ଆରମ୍ଭ କରୁଛନ୍ତି। ଏଥିରେ ରାଜ୍ୟର ପ୍ରତ୍ୟେକ ବର୍ଗର ଭଉଣୀମାନଙ୍କୁ ଏକ ହଜାର ଟଙ୍କା ଦିଆଯିବ। ପ୍ରତି ମାସରେ ପ୍ରତ୍ୟେକ ଯୋଗ୍ୟ ଭଉଣୀଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା ହେବ। ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

Published by:Soumya Das
First published: