ବ୍ରେନ୍ ସର୍ଜରୀ ସମୟରେ ହନୁମାନ ଚାଳିଶା ପଢ଼ିଲେ ରୋଗୀ, ଡାକ୍ତର କାଢ଼ିଲେ ଟ୍ୟୁମର

ବ୍ରେନ୍ ସର୍ଜରୀ ସମୟରେ ହନୁମାନ ଚାଳିଶା ପଢ଼ି ନିଜର ବ୍ରେନ ସର୍ଜରୀ କଲେ ଜଣେ ୨୪ ବର୍ଷୀୟ ଯୁବତୀ । ଦିଲ୍ଲୀ ଏମ୍ସରେ ‘ଜାଗ୍ରତ କ୍ରାନିଓଟୋମି’ (Awake Craniotomies) ପ୍ରଣାଳୀରେ ଯୁବତୀଙ୍କ ଅପରେସନ୍ କଲେ ଡାକ୍ତର ।

ବ୍ରେନ୍ ସର୍ଜରୀ ସମୟରେ ହନୁମାନ ଚାଳିଶା ପଢ଼ିଲେ ଯୁବତୀ

ବ୍ରେନ୍ ସର୍ଜରୀ ସମୟରେ ହନୁମାନ ଚାଳିଶା ପଢ଼ିଲେ ଯୁବତୀ

  • Share this:
New18 Odia Digital

ନୂଆ ଦିଲ୍ଲୀ: ଜଣେ ୨୪ ବର୍ଷୀୟ ଯୁବତୀ ଦିଲ୍ଲୀର ଏମ୍ସ (AIIMS)ରେ ମସ୍ତିଷ୍କରେ ଥିବା ଟ୍ୟୁମର ଅପରେସନ୍ କରୁଥିବା ବେଳେ ହନୁମାନ ଚାଳିଶାର ସମସ୍ତ ୪୦ଟି ପଦ ପାଠ କରିଥିଲେ । ମସ୍ତିଷ୍କ ଟ୍ୟୁମରକୁ ହଟାଇବା ପାଇଁ ତିନି ଘଣ୍ଟା ଧରି ଚାଲିଥିବା ଅପରେସନ୍ ସମୟରେ ରୋଗୀ ଜାଗ୍ରତ ରହିଥିଲେ ଓ ନିଜ ବିଶ୍ବାସ ଉପରେ ଭରସା କରି ଡାକ୍ତରଙ୍କୁ ଅପରେସନରେ ସହଯୋଗ କରିଥିଲେ ।

ଗତ ଜୁଲାଇ ୨୩ରେ ଏହି ଘଟଣା ଘଟିଥିଲା । ଏ.ଏନ୍.ଆଇ. (ANI) ସହ କଥାବାର୍ତ୍ତା କରି ଯବତୀଙ୍କ ଅପରେସନ କରିଥିବା ଡାକ୍ତର ଦୀପକ ଗୁପ୍ତା କହିଛନ୍ତି ଯେ ଯାନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ମହିଳାଙ୍କୁ ଆମେ ତାଙ୍କ ସ୍କାଲ୍ପ ବ୍ଲକରେ ଲୋକାଲ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇଥିଲୁ ।

ଅପରେସନ୍ ରୁମ୍ ଭିତରୁ ଯୁବତୀଙ୍କ ଅପରେସନ୍ ଭିଡିଓ ଜଣେ ସାମ୍ବାଦିକ ଟ୍ବିଟରରେ ଶେୟାର କରି ଲେଖିଛନ୍ତି, ‘‘#AIIMSରେ ଜଣେ ମହିଳା ରୋଗୀ ହନୁମାନ ଚାଳିଶାର ୪୦ଟି ପଦ ପାଠ କରୁଥିବା ବେଳେ ଡାକ୍ତର ଦୀପକ ଗୁପ୍ତା ଓ ତାଙ୍କ ନ୍ୟୁରୋ ଆନାସ୍ଥେଟିକ ଦଳ ମସ୍ତିଷ୍କ ଟ୍ୟୁମର ସର୍ଜରୀ କରିଥିଲେ ।’’



ଡାକ୍ତର ଗୁପ୍ତା ମଧ୍ୟ ଏକ ଭିଡିଓରେ ଅପରେସନର ସବିଶେଷ ତଥ୍ୟ ଶେୟାର କରିଥିଲେ । ଏପରି ଜଟିଳ ଅସ୍ତ୍ରୋପଚାର ସମୟରେ ରୋଗୀମାନଙ୍କୁ କାହିଁକି ସାଧାରଣତଃ ସଚେତନ ରଖାଯାଏ ତାହା ବିଷୟରେ ଜଣାଇଥିଲେ ।

ବିଗତ ୨୦ ବର୍ଷ ମଧ୍ୟରେ ଏମ୍ସ ଅନେକ ‘ଜାଗ୍ରତ କ୍ରାନିଓଟୋମି’ (Awake Craniotomies) ଚଳାଇ ଆସୁଛି, ଯାହା ଦ୍ବାରା ଅପରେସନ୍ ସମୟରେ ମସ୍ତିଷ୍କର କୌଣସି ଗୁରୁତ୍ବପୂର୍ଣ୍ଣ ଅଂଶ ନଷ୍ଟ ନହେବାକୁ ରୋଗୀଙ୍କୁ ଜାଗ୍ରତ ରଖାଯାଇଥାଏ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।



ଅପରେସନ୍ କରାଯାଇଥିବା ଯୁବତୀଙ୍କୁ ତଦାରଖରେ ରଖାଯାଇଥିଲା । ଶନିବାର ତାଙ୍କୁ ଡିସଚାର୍ଜ ମଧ୍ୟ କରିଦିଆ ଯାଇଛି ।୨୦୧୮୫ ମସିହାରୁ ଆରମ୍ଭ ହୋଇଥିବା ଏକ ସମାନ ଘଟଣାରେ, ଦକ୍ଷିଣ ଆଫ୍ରିକାର ଜଣେ ଜାଜ୍ ସଙ୍ଗୀତକାର ବାରମ୍ବାର ମସ୍ତିଷ୍କ ଟ୍ୟୁମର ହଟାଇବା ପାଇଁ ଅସ୍ତ୍ରୋପଚାର କରୁଥିବା ବେଳେ ନିଜ ଅପରେସନ୍ ବେଡ୍ ଉପରେ ଏକ ପ୍ରଦର୍ଶନ କରିଥିଲେ ।

ଜ୍ରାଗତ କ୍ରାନିଓଟୋମି ଡୁର୍ବାନର ଇଙ୍କୋସି ଆଲବର୍ଟ ଲୁଥୁଲି ସେଣ୍ଟ୍ରାଲ ହସ୍ପିଟାଲରେ ମୁସା ମଞ୍ଜିନିଙ୍କ ଉପରେ କରାଯାଇଥିଲା । ଛଅ ଘଣ୍ଟାର ପ୍ରକ୍ରିୟା ସମୟରେ ମଞ୍ଜିନିଙ୍କୁ ପକ୍ଷାଘାତ କିମ୍ବା ମସ୍ତିଷ୍କର ଅଂଶ ଗୁଡ଼ିକରେ କୌଣସି କ୍ଷତି ନହେବା ପାଇଁ ଜାଗ୍ରତ ରଖାଯାଇଥିଲା ବୋଲି ଆଇ.ଓ.ଏଲ୍. (IOL) ରିପୋର୍ଟରେ କୁହାଯାଇଥିଲା ।

ଡାକ୍ତର ବେସିଲ ଏନିକର ଓ ଡାକ୍ତର ରୋହେନ ହରିଚନ୍ଦ୍ରପ୍ରସାଦଙ୍କ ନେତୃତ୍ବରେ ବିଶେଷଜ୍ଞ ନ୍ୟୁରୋ ସର୍ଜନଙ୍କ ଏକ ଦଳ ଦ୍ବାରା ଏହି ପ୍ରକ୍ରିୟା କରାଯାଇଥିଲା ।

ଜାଗ୍ରତ କ୍ରାନିଓଟୋମି କରିବାର ନିଷ୍ପତ୍ତିକୁ ଅଗ୍ରାଧିକାର ଦିଆଯାଇଥିଲା, କାରଣ ଡାକ୍ତର ଏନିକର ଅନୁଭବ କରିଥିଲେ ଯେ ଜଣେ ସଙ୍ଗୀତକାର ଭାବେ ମଞ୍ଜିନିଙ୍କ କ୍ୟାରିୟର ବିପଦରେ ପଡ଼ିପାରିବେ ଯଦି ଅପରେସନ୍ ସମୟରେ ମସ୍ତିଷ୍କ ‘‘ବାକ ପଟୁ’’ (Eloquent) କ୍ଷେତ୍ରକୁ ନଷ୍ଟ କରିଦିଆଯିବ ।

ମଞ୍ଜିନିଙ୍କୁ ଜ୍ରାଗତ ରଖିବା ଦ୍ବାରା ଏନିକର ଓ ତାଙ୍କ ଟିମ୍ ମସ୍ତିଷ୍କରେ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲେ । ଯାହାକି ସେ ଗିଟାର ବଜାଇବା ସମୟରେ ସକ୍ରିୟ ହୋଇଥିଲା ।
Published by:Lipina Das
First published: