ମହିଳା ପାଇଲଟ୍ ରଚିଲେ ଇତିହାସ: ନର୍ଥ ପୋଲ ଦେଇ ସାନ ଫ୍ରାନ୍ସିସ୍କୋରୁ ଭାରତ ପହଞ୍ଚିଲେ ଏୟାର ଇଣ୍ଡିଆର ପାଇଲଟ୍
ଏୟାର ଇଣ୍ଡିଆର ମହିଳା ପାଇଲଟର ଏକ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ୧୬,୦୦୦ କିଲୋମିଟର ଦୂରତାକୁ ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୧୬ ହଜାର କିଲୋମିଟର ଏହି ଯାତ୍ରାରେ କୋ-ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲ ଦଳକୁ ଲିଡ଼ କରିଥିଲେ ।

ଜୋୟା ହେଉଛନ୍ତି ସେହି ମହିଳା ପାଇଲଟ୍ ଯିଏ ୨୦୧୩ ରେ ବୋଇଙ୍ଗ -୭୭୭ ଉଡାଇଥିଲେ
- News18 Odia
- Last Updated: January 11, 2021, 9:38 AM IST
ନୂଆ ଦିଲ୍ଲୀ: ଏୟାର ଇଣ୍ଡିଆର (Air India) ମହିଳା ପାଇଲଟର ଗୋଟିଏ ଟିମ୍ (All-women piolet team) ବିଶ୍ୱର ଦୀର୍ଘତମ ଆକାଶ ପଥ ନର୍ଥ ପୋଲରେ (North Pole) ବିମାନ ଉଡ଼ାଣ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହି ମହିଳାମାନେ ଆମେରିକାର (America) ସାନ ଫ୍ରାନ୍ସିସ୍କୋରୁ (San Francisco) ୧୬,୦୦୦ କିଲୋମିଟର ଲମ୍ବା ମାର୍ଗ ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୬ ହଜାର କିଲୋମିଟର ଏହି ଯାତ୍ରାରେ କୋ ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲ ଦଳକୁ ଲିଡ଼ କରିଥିଲେ । ଏୟାର ଇଣ୍ଡିଆ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସମୟ ସମୟରେ ମହିଳାଙ୍କ ଏହି ରେକର୍ଡ ବିଷୟରେ ସୂଚନା ଦେଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଏହି ବିଷୟରେ ଟ୍ୱିଟ କରିଛନ୍ତି ।
ଏୟାର ଇଣ୍ଡିଆ ଟ୍ୱିଟ୍ କରି କହିଛି, ଘରକୁ ସ୍ୱାଗତ, କ୍ୟାପଟେନ ଜୋୟା କ୍ୟାପଟେନ ପାପାଗାରୀ ତନମାଇ, କ୍ୟାପଟେନ ଶିବାନୀ ଓ କ୍ୟାପଟେନ ଆକାଂକ୍ଷା ସୋନଭରେଙ୍କ ଏହି ଯାତ୍ରା ଏକ ମାଇଲଖୁଣ୍ଟ ହେବ । ଏହି ମୁହୂର୍ତ୍ତ ଏୟାର ଇଣ୍ଡିଆ ପାଇଁ ଗର୍ବିତ । ଏଆଇ-୧୭୬ ର ଯାତ୍ରୀମାନଙ୍କୁ ମଧ୍ୟ ଆମେ ଅଭିନନ୍ଦନ ଜଣାଉଛୁ । ଯେଉଁମାନେ ଏହି ଐତିହାସିକ ଯାତ୍ରାର ଏକ ଅଂଶ ହୋଇଥିଲେ ।
Watch: Proud moment. Welcome home #PolarPioneers . @airindiain four women pilots script history by flying over world's longest air route from @flySFO to @BLRAirport via #NorthPole commanded by @ZoyaCaptain 🛫👏. #avgeeks @HardeepSPuri https://t.co/3Wby9jNT0c
— Ashoke Raj (@Ashoke_Raj) January 11, 2021
୧୭ ଘଣ୍ଟାରୁ ଅଧିକ ଲମ୍ବା ବିମାନ ଯାତ୍ରା
ଏହି ବିମାନ ମାର୍ଗରେ ଯାତ୍ରା ୧୭ ଘଣ୍ଟାରୁ ଅଧିକ । ଉଡ଼ାଣ ଦିନ ପବନର ଗତି ଯାତ୍ରା ସମୟ ନିର୍ଣ୍ଣୟ କରେ । ଏହି ମାର୍ଗ ଆରମ୍ଭରୁ ଏୟାର ଇଣ୍ଡିଆ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ । ଯାତ୍ରା କମ୍ ସମୟ ନେବ ଓ ଏହା ମଧ୍ୟ ଦ୍ରୁତ ଏବଂ ଅର୍ଥନୈତିକ ହେବ । ଏହା ହେଉଛି ଏୟାର ଇଣ୍ଡିଆ ଓ ଭାରତର ଯେକୌଣସି ବିମାନ କମ୍ପାନୀ ତରଫରୁ ପରିଚାଳିତ ଦୁନିଆର ସବୁଠାରୁ ଲମ୍ବା ବ୍ୟବସାୟିକ ବିମାନ । ଯେକୌଣସି ବିମାନ ଅପେକ୍ଷା ଏୟାର ଇଣ୍ଡିଆରେ ଅଧିକ ମହିଳା କର୍ମଚାରୀ ଅଛନ୍ତି । ଏୟାର ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିବେଦିତା ଭାସିନ୍ ଏହି ପ୍ରଥମ ସାନ ଫ୍ରାନ୍ସିସ୍କୋ-ବାଙ୍ଗାଲୋର ବିମାନରେ ଯାତ୍ରା କରିଛନ୍ତି ।
ବିମାନ ୭୭୭-୨୦୦ LR VT ALG ସହିତ ନୂତନ ଆରମ୍ଭ
ଦୁଇ ସହର ମଧ୍ୟରେ ସେବା ୭୭୭-୨୦୦LR VT ALG ବିମାନ ସହିତ କାର୍ଯ୍ୟ କରିବ । ଏହି ବିମାନରେ ୨୩୮ ଟି ସିଟ୍ ବ୍ୟବସ୍ଥା ଅଛି । ଏଥିମଧ୍ୟରେ ୮ ଟି ପ୍ରଥମ ଶ୍ରେଣୀ, ୩୫ ଟି ବ୍ୟବସାୟ ଶ୍ରେଣୀ, ୧୯୫ ଟି ଇକୋନୋମି କ୍ଲାସ୍, ୪ ଟି କକ୍ପିଟ୍ ଓ ୧୨ ଟି କ୍ୟାବିନ କ୍ରୁ ସିଟ୍ ଅନ୍ତର୍ଭୁକ୍ତ ରହିଛି । ଏହି ବିମାନଟି ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।