News18 Odia Digital
ନୂଆ ଦିଲ୍ଲୀ: ମହିଳାମାନଙ୍କ ପାଇଁ ବିବାହର ଆଇନଗତ ବୟସ ବଢ଼ାଇବାକୁ ଆସିଥିବା ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ପାସ୍ କରିଛନ୍ତି । ଏହା ଅନୁସାରେ ଏଣିକି ଆଉ ମହିଳାମାନେ ୧୮ ବର୍ଷ ବୟସରେ ବିବାହ କରିପାରିବେ ନାହିଁ । ସେମାନଙ୍କୁ ୨୧ ବର୍ଷ ବୟସ ହେଲେ ଯାଇ ସେମାନେ ବିବାହ କରିପାରିବେ ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ସ୍ୱାଧୀନତା ଦିବସ ଅଭିଭାଷଣରେ ଏହି ପ୍ରସ୍ତାବ ବିଷୟରେ ଘୋଷଣା କରିବାର ବର୍ଷକ ପରେ ମହିଳାମାନଙ୍କ ଆଇନସମ୍ମତ ବିବାହଯୋଗ୍ୟ ବୟସ ୧୮ରୁ ୨୧ ବର୍ଷ କରିବାର ପ୍ରସ୍ତାବ ବିଧିବଦ୍ଧ ରୂପେ କ୍ୟାବିନେଟରେ ପାରିତ ହୋଇଛି । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ ଅନୁଯାୟୀ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ଶିଶୁ ବିବାହ ଆଇନ, ୨୦୦୬ରେ ଏକ ସଂଶୋଧନ ଆଣିବେ ଓ ଫଳ ସ୍ୱରୂପ ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନ, ୧୯୫୫ ପରି ବ୍ୟକ୍ତିଗତ ଆଇନରେ ସଂଶୋଧନ କରାଯିବ ।
ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବଡିସେମ୍ବର ୧୫ ତାରିଖ ଦିନ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦିତ କରିଥିବା ପ୍ରସ୍ତାବ ଡିସେମ୍ବର ୨୦୨୦ରେ ଜୟା ଜେଟଲୀଙ୍କ ନେତୃତ୍ୱରେ ଗଠିତ ଏକ କେନ୍ଦ୍ରୀୟ ଟାସ୍କଫୋର୍ସ ନୀତି ଆୟୋଗକୁ (NITI Aayog) ଦେଇଥିବା ସୁପାରିଶ ଉପରେ ଆଧାରିତ । ଏହି ଟାସ୍କଫୋର୍ସ ମାତୃତ୍ୱ ସମ୍ବନ୍ଧୀୟ ବିଷୟଗୁଡ଼ିକ ଯଥା ମହିଳାମାନଙ୍କ ବୟସ, ମାତୃ ମୃତ୍ୟୁହାର ହ୍ରାସ କରିବାର ଉପାୟ, ପୁଷ୍ଟିକର ଖାଦ୍ୟରେ ଉନ୍ନତି ଆଦି ଉପରେ ଗବେଷଣା ପାଇଁ ଗଠିତ ହୋଇଥିଲା ।

ଜୟା ଜୈଟଲୀ
‘‘ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ସୁପାରିଶ ପଛରେ ଆମର ଯୁକ୍ତି କଦାପି ଜନସଂଖ୍ୟା ନିୟନ୍ତ୍ରଣ ନୁହେଁ । NFHS 5ରେ (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ) ପ୍ରକାଶିତ ତଥ୍ୟ ସୂଚାଇ ଦେଇଛି ଯେ ଦେଶରେ ମୋ’ଟ ପ୍ରଜନନ ହାର ହ୍ରାସ ପାଉଛି ଓ ଜନସଂଖ୍ୟା ନିୟନ୍ତ୍ରଣରେ ଅଛି । ଆମର ଏହି ସୁପାରିଶ ପଛରେ ମହିଳା ସଶକ୍ତିକରଣର ଭାବନା ଅଛି,’’ କହିଛନ୍ତି ଜୟା ଜେଟଲୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ ଖାନଙ୍କୁNFHS 5ର ତଥ୍ୟ ଅନୁଯାୟୀ ଭାରତ ପ୍ରଥମ ଥର ପାଇଁ ମୋ’ଟ ପ୍ରଜନନ ହାର ୨.୦ ହାସଲ କରିଛି, ଯାହା TFRର ୨.୧ର ରିପ୍ଲେସମେଣ୍ଟ୍ ଲେଭଲଠାରୁ କମ୍ । ଏହା ଦର୍ଶାଏ ଯେ ଆଗାମୀ ବର୍ଷମାନଙ୍କରେ ଜନସଂଖ୍ୟା ବିସ୍ଫୋରଣ ହେବା ସମ୍ଭବ ନୁହେଁ । ତଥ୍ୟ ଏହା ବି ଦର୍ଶାଇଛି ଯେ ବାଲ୍ୟ ବିବାହ ୨୦୧୫-୧୬ର ୨୭% ସ୍ତରରୁ ୨୦୧୯-୨୧ରେ ୨୩% କୁ ହ୍ରାସ ପାଇଛି । ସମତା ପାର୍ଟିର ପୂର୍ବତନ ସଭାପତି ଜୟା ଜେଟଲୀ (Jaya Jetley) କହିଛନ୍ତି ଯେ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ପରାମର୍ଶ ପରେ ଟାସ୍କଫୋର୍ସ ଏହି ସୁପାରିଶ ଆଣିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଯୁବତୀମାନଙ୍କ ସହିତ ବିଶେଷ ଆଲୋଚନା ପରେ ଟାସ୍କଫୋର୍ସ ଏହି ସୁପାରିଶ କରିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’“ଆମେ ୧୬ଟି ବିଶ୍ୱବିଦ୍ୟାଳୟରୁ ପ୍ରତିକ୍ରିୟା ଗ୍ରହଣ କରିଛୁ ଓ ଯୁବକମାନଙ୍କ ନିକଟରେ ପହଞ୍ଚିବା ପାଇଁ ୧୫ରୁ ଅଧିକ ଏନ୍.ଜି.ଓ.ଙ୍କୁ ସାମିଲ କରାଯାଇଥିଲା । ଏଥି ପାଇଁ ଗ୍ରାମାଞ୍ଚଳ ଓ ସୀମାବଦ୍ଧ ସମ୍ପ୍ରଦାୟରୁ ତଥା ସବୁ ଧର୍ମ ଓ ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ମତାମତ ନିଆଯାଇଥିଲା । ଆମେ ଯୁବକମାନଙ୍କଠାରୁ ମତାମତ ପାଇଲୁ ଯେ ବିବାହର ବୟସ ୨୨-୨୩ ବର୍ଷ ହେବା ଉଚିତ୍ । କିଛି ପକ୍ଷରୁ କିଛି ଆପତ୍ତି ଆସିଥିଲା, କିନ୍ତୁ ଆମେ ହୃଦୟଙ୍ଗମ କରିଥିଲୁ ଯେ ସେମାନଙ୍କୁ କିଛି ଗୋଷ୍ଠୀ ଦ୍ୱାରା ଏମିତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ଜୟା ଜେଟଲି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’ସୁପାରିଶ କ’ଣ?ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜୁନ୍ ୨୦୨୦ରେ ଗଠିତ ଏହି ଟାସ୍କଫୋର୍ସରେ NITI ଆୟୋଗର ଡଃ ଭି.କେ. ପଲ୍ ଓ ଡବ୍ଲୁ.ସି.ଡି., ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରଣାଳୟ ତଥା ଆଇନ ବିଭାଗର ସଚିବମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ନିଷ୍ପତ୍ତିର ସାମାଜିକ ଗ୍ରହଣୀୟତାକୁ ଉତ୍ସାହିତ କରିବା ପାଇଁ ଏକ ବୃହତ ଜନସଚେତନତା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ସୁଦୂର ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ପରିବହନ ସମେତ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଚେଷ୍ଟା ବଢ଼ାଇବାକୁ ମଧ୍ୟ ସୁପାରିଶ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS |
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଯୌନ ଶିକ୍ଷାକୁ (sex education) ଆନୁଷ୍ଠାନିକ କରାଯାଇ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ କମିଟି ପରାମର୍ଶ ଦେଇଛି । ବିବାହର ବୟସ ବୃଦ୍ଧିକୁ ଲାଗୁ କରିବା ପାଇଁ ପଲିଟେକ୍ନିକ୍ ଅନୁଷ୍ଠାନଗୁଡିକରେ ମହିଳାମାନଙ୍କ ତାଲିମ, ଦକ୍ଷତା ଓ ଧନ୍ଦାମୂଳକ ତାଲିମ ଏବଂ ଜୀବିକା ବୃଦ୍ଧି ପାଇଁ ଉଦ୍ୟମ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସୁପାରିଶରେ କୁହାଯାଇଛି ଯେ ଯଦି ଝିଅମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେବେ, ତେବେ ସେମାନଙ୍କ ପିତାମାତା ସେମାନଙ୍କୁ ଶୀଘ୍ର ବିବାହ କରାଇବା ପୂର୍ବରୁ ଦୁଇ ଥର ଚିନ୍ତା କରିବେ ।
ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୫(ଗ) କନ୍ୟା ପାଇଁ ସର୍ବନିମ୍ନ ୧୮ ବର୍ଷ ଓ ବର ପାଇଁ ୨୧ ବର୍ଷ ଧାର୍ଯ୍ୟ କରିଛି । ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ଓ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ମଧ୍ୟ ଯଥା କ୍ରମେ ମହିଳା ଓ ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ଯଥା କ୍ରମେ ୧୮ ଓ ୨୧ ବର୍ଷ ଧାର୍ଯ୍ୟ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।