News18 Odia Digital
Special Leave For Women: ସରକାର ମହିଳାଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି। ମହିଳାମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ଏହି କ୍ରମରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ପଣ୍ଡିଚେରୀ ସରକାର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଏଣିକି ସେମାନଙ୍କ ଘର କାମ ଓ ପୂଜା ପାଠ ପାଇଁ ଅଫିସରୁ ସ୍ୱତନ୍ତ୍ର ଛୁଟି ମିଳିବ। ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସୁନ୍ଦରରାଜନ୍ ଏବଂ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି ଏହି ସୂଚନା ଦେଇଛନ୍ତି।
ନିର୍ଦ୍ଧାରିତ ଅଫିସ୍ ସମୟରୁ ୨ ଘଣ୍ଟା ଠାକୁରଙ୍କ ପୂଜାରେ ବିତାଇ ପାରିବେ ମହିଳା । ଏଥି ପାଇଁ ମାସର ୩ଟି ଶୁକ୍ରବାରରେ ୨ ଘଣ୍ଟାର ସ୍ପେଶାଲ ଛୁଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ସେମାନେ ନିଜ ଘରେ ପୂଜାପାଠ କରି ଅଫିସକୁ ଆସିବେ । ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଏ ନେଇ ସବିଶେଷ ସୂଚନା ଦିଆଯାଇଛି।
କେବଳ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ । ହେଲେ କାମ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପାଳି କରି ମହିଳା କର୍ମଚାରୀଙ୍କୁ ଛୁଟି ଦିଆଯିବ । ଅବଶ୍ୟ, ଅତ୍ୟାବଶ୍ୟକ ସେବାର ଅଂଶ ଥିବା ମହିଳାଙ୍କୁ ମିଳିବନି ଏହି ଛୁଟି।
୯୦% ରୁ କମ ଥିଲା ମାର୍କ; ଘର ଭଡ଼ା ଦେଲେନି ଘର ମାଲିକସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଡିଏମ୍କେ ସମାଲୋଚନା କରିଛି । ସରକାରଙ୍କ ଏପରି ନିୟମ ଯୋଗୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସ୍ଥିତି ଦୁର୍ବଳ ହେବ ବୋଲି କୁହାଯାଉଛି । ସରକାର ମହିଳାଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଏପରି ଯୋଜନା ଲାଗୁ କରି ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ହ୍ରାସ କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।